ଏଇ ଭାରତରେ

ଝାଡ଼ଖଣ୍ଡର ବରକୁଲି ଗାଁର ମହିଳା ଜ୍ଞାନଲତା ହେମ୍ରମ୍‌ ଜୈବିକ ପଦ୍ଧତିରେ ଚାଷ କରିବା ସହ ୧୦ ଲକ୍ଷ ଟଙ୍କାର ବିଜ୍‌ନେସ ଚଳାଇବାକୁ ସକ୍ଷମ ହୋଇଛନ୍ତି। ୨୦୨୧ରେ ସେ ପ୍ରଫେଶନାଲ ଆସିଟୋନ୍ସ ଫର୍‌ ଡେଭଲପ୍‌ମେଣ୍ଟ ଆକ୍ସନ( ପ୍ରଦାନ) ନାମକ ସଂସ୍ଥା ସହଯୋଗରେ ଜୈବିକ ଚାଷ ଆରମ୍ଭ କରିଥିଲେ। ପ୍ରଦାନ ବିଶେଷକରି ମହିଳାଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ କାମ କରୁଛି। ଏହା ସହଯୋଗ ପାଇବା ପରେ ଜ୍ଞାନଲତା ୬ ଏକର ଜମିରେ ଟମାଟୋ, ବାଇଗଣ, ଲଙ୍କା, କୋବି, କ୍ୟାପ୍‌ସିକମ୍‌ ଆଦି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ପ୍ରଦାନ ଦ୍ୱାରା ପ୍ରତିଷ୍ଠା କରାଯାଉଥିବା ବାୟୋ ରିସୋର୍ସ ସେଣ୍ଟର(ବିଆର୍‌ସି) ସ୍ଥାନୀୟ ମହିଳା ଚାଷୀଙ୍କୁ ସହଯୋଗ କରୁଛି। ତେବେ ଜ୍ଞାନଲତା ନିଜ ଅଞ୍ଚଳରେ ଏହାର ଦାୟିତ୍ୱ ନେବା ପରେ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୧୨୦୦ ମହିଳାଙ୍କୁ ଏହା ସହ ଯୋଡ଼ି ଜୈବିକ ଚାଷ ପାଇଁ ପ୍ରେରିତ କରୁଛନ୍ତି। ଏହା ମାଧ୍ୟମରେ ମହିଳାଙ୍କ କୃଷି ଉତ୍ପାଦ ବିନା ମଧ୍ୟସ୍ଥରେ ବିକ୍ରି କରାଯିବା ସହ ଜିଆଖତ ପ୍ରସ୍ତୁତ କରାଯାଉଛି। ପ୍ରଥମ ବର୍ଷ ଜ୍ଞାନଲତା ବିଆର୍‌ସି ମାଧ୍ୟମରେ ୬୦,୦୦୦ ଟଙ୍କାର ବିଜ୍‌ନେସ କରିଥିବାବେଳେ ଏବେ ଏହା ୧୦ ଲକ୍ଷ ଟଙ୍କାରେ ପହଞ୍ଚିଗଲାଣି। ଜ୍ଞାନଲତା ଚାଷୀଙ୍କୁ ବିଭିନ୍ନ ପନିପରିବାର ଚାରାଗଛ ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ଚାଷୀମାନେ କିଭଳି କମ୍‌ ଖର୍ଚ୍ଚରେ ଚାରାଗଛ ଉତାରିପାରିବେ, ସେଥିରେ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri