ଏଇ ଭାରତରେ

ପରୀକ୍ଷାରେ ପିଲାମାନଙ୍କର କମ୍‌ ନମ୍ବର ଦେଖିଲେ ପ୍ରାୟତଃ ଅଭିଭାବକ ଗାଳି କରନ୍ତି। ହେଲେ କମ୍‌ ମାର୍କ ରଖିଥିବା ପିଲାଙ୍କୁ ପ୍ରଶଂସା କିରବା ବିରଳ। ଏହା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଲିଗଡର ଜଣେ ଶିକ୍ଷା ଅଧିକାରୀ ରାକେଶ ସିଂହଙ୍କ କ୍ଷେତ୍ରରେ। ସିବିଏସ୍‌ଇ ପରୀକ୍ଷାରେ ତାଙ୍କ ପୁଅ ମାତ୍ର ୬୦ ପ୍ରତିଶତ ମାର୍କ ରଖିଥିଲେ। ଏହା ଜାଣିବା ପରେ ସେ ଭାଙ୍ଗି ନ ପଡ଼ି ବରଂ ପୁଅର ପ୍ରଶଂସା କରିଛନ୍ତି। ସେ ପୁଅର ମାର୍କ ଲିଷ୍ଟ ସହ ଏକ ଲେଖା ପୋଷ୍ଟ କରି ପୁଅକୁ ପ୍ରଶଂସା ସହ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେ ଲେଖିଛନ୍ତି ନିଜେ ସରକାରୀ ଚାକିରି ପାଇବା ଦିନ ଯେତିକି ଖୁସି ହୋଇଥିଲେ ପୁଅର ରେଜଲ୍ଟ ଆସିବା ପରେ ସମାନଭାବରେ ଖୁସି ହୋଇ ପାରିଛନ୍ତି। ଏହା ସହିତ କହିଛନ୍ତି କି ଯେକୌଣସି ମୁହୂର୍ତ୍ତରେ ଜୀବନକୁ ଆରମ୍ଭ କରାଯାଇପାରେ। ତେଣୁ ପିଲାଙ୍କୁ ସବୁବେଳେ ଉତ୍ସାହିତ କରିବା ଦରକାର। ଅନ୍ୟ ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ଏଭଳି ଉତ୍ସାହିତ କରିବା ଦରକାର ବୋଲି ସେ ତାଙ୍କ ପୋଷ୍ଟରେ ଜଣାଇଛନ୍ତି। କାରଣ ନିରାଶ ହେଲେ କୌଣସି ସମସ୍ୟାର ସମାଧାନ ହୋଇ ନ ଥାଏ। ବରଂ ଜୀବନକୁ ଯେକୌଣସି ମୁହୂର୍ତ୍ତରେ ପୁଣି ଥରେ ନୂଆ କରି ଆରମ୍ଭ କରିହେବ। ତାଙ୍କର ଏଭଳି ଏକ ହୃଦୟସ୍ପର୍ଶୀ ଲେଖାକୁ ନେଇ ସୋସିଆଲ ମିଡିଆରେ ଢେର୍‌ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri