ଏଇ ଭାରତରେ

ଗ୍ରୀଷ୍ମ ଲହରିରେ ପଶୁପକ୍ଷୀ ପାଣି ବିନା ଡହଳବିକଳ ହେଉଛନ୍ତି ଓ ଖାଦ୍ୟ ପାଇପାରୁନାହାନ୍ତି। ଫଳରେ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି ଓ ଅନେକ କ୍ଷେତ୍ରରେ ସେମାନଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ରାଜସ୍ଥାନରେ ଏଭଳି ଜଳ ଓ ଖାଦ୍ୟ ସଙ୍କଟ ଦୂର କରି ପ୍ରାଣୀଙ୍କ ଜୀବନ ରକ୍ଷା କରିବା ପାଇଁ ‘ଜୀବଜନ୍ତୁ ପ୍ରେମୀ ବନ୍ଧୁ ସଂସ୍ଥା’(ପିଏଫ୍‌ଏ)ର ସଦସ୍ୟମାନେ ୩୫ଟି ଗାଁରେ ପଶୁପକ୍ଷୀଙ୍କ ପାଇଁ ପିଇବା ପାଣି ଓ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ପିଏଫ୍‌ଏରେ ୬୯୦ ସଦସ୍ୟ ଅଛନ୍ତି। ସେମାନେ ଗାଁଗୁଡ଼ିକରେ ପାଣି ଟାଙ୍କି ନିର୍ମାଣ କରିବା ସହ ପୋଖରୀଗୁଡ଼ିକର ପୁନରୁଦ୍ଧାର କରୁଛନ୍ତି। ଯୋଧପୁର ନିକଟସ୍ଥ ବଓ୍ବାର୍ଲା ଗାଁରେ ପ୍ରଥମେ ୭ଜଣ ସରକାରୀ କର୍ମଚାରୀ ଏକାଠି ହୋଇ ପାତ୍ରରେ ପାଣି ଓ ଖାଦ୍ୟ ରଖିବା ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ନିଜେ ଟଙ୍କା ଦେଇ ଏହା କରିଥିଲେ। ପରେ ସେମାନେ ମାର୍ଚ୍ଚ ୨୦୨୧ରେ ‘ଜୀବଜନ୍ତୁ ପ୍ରେମୀ ବନ୍ଧୁ ସଂସ୍ଥା’ ଗଠନ କରି ମାସକୁ ପ୍ରତ୍ୟେକ ସଦସ୍ୟ ୧୦୦୦ ଟଙ୍କା ଦେଇ ପାଣିଟାଙ୍କି ନିର୍ମାଣ ସହ ପୋଖରୀଗୁଡ଼ିକର ପୁନରୁଦ୍ଧାର ଏବଂ ଖାଦ୍ୟ ଯୋଗାଣ କାର୍ଯ୍ୟ ଚଳାଇଛନ୍ତି। ଏ ବାବଦରେ ଏବେ ସୁଦ୍ଧା ସେମାନେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri