ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଭାରତର ପାଖାପାଖି ୪୦ଟି ସହର ଅଛି। ତେବେ ସହରର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରି ରାଧାକ୍ରିଷ୍ଣନ୍‌ ନାଏର ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏବେ ସୁଦ୍ଧା ବିଭନ୍ନ ରାଜ୍ୟର ସହରାଞ୍ଚଳରେ ମିୟାଓ୍ବାକି ପଦ୍ଧତିରେ ୮୦ରୁ ଅଧିକ ଜଙ୍ଗଲ କରିସାରିଲେଣି। ଜାପାନର ବଟାନିଷ୍ଟ ଅକିରା ମିୟାଓ୍ବାକି ଏହି ପଦ୍ଧତିକୁ ପ୍ରଥମେ ସାମ୍‌ନାକୁ ଆଣିଥିଲେ, ଯେଉଁଥିରେ ସହରାଞ୍ଚଳରେ କମ୍‌ ଜାଗାରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇପାରୁଛି। କେରଳର କସାରଗୁଡରେ ନାଏରଙ୍କ ଜନ୍ମ । ପରେ ପରିବାର ସହ ସେ କର୍ନାଟକ ମାଙ୍ଗାଲୁର ନିକଟସ୍ଥ ଏକ ଗାଁକୁ ଚାଲିଯାଇଥିଲେ। ସେଠାରେ ଶିକ୍ଷା ଶେଷ କରି ମୁମ୍ବାଇରେ ଏକ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ପରେ ପଦୋନ୍ନତି ପାଇ ଗୁଜରାଟର ଉମରଗାଁକୁ ଯାଇଥିଲେ। ସେଠାକାର ପରିବେଶ ପ୍ରଦୂଷଣ ଦେଖି ତାହାର ପ୍ରତିକାର ପାଇଁ ଉପାୟ ଖୋଜିଥିଲେ। ସେଠାରେ ଏକ ଦଶନ୍ଧି କାମ କରିବା ପରେ ଶ୍ରୀ ପୌର୍ଣ୍ଣିକା ଏକ୍ସପୋର୍ଟ ପ୍ରଇଭେଟ ଲିମିଟେଡ ନାମକ କମ୍ପାନୀ ପ୍ରତିଷ୍ଠା କରି ରେଡିମେଡ ଶାର୍ଟ ତିଆରି କରିଥିଲେ। ସେହି ସମୟରେ ଅର୍ଥାତ୍‌ ୨୦୧୨ରେ ନାଏର ଉମରଗାଁ ରେ ୧ ଏକର ଜମି କିଣି ମିୟାଓ୍ବାକି ପଦ୍ଧତିରେ ୧୫,୦୦୦ ଗଛ ଲଗାଇ ଜଙ୍ଗଲଟିଏ କରିଥିଲେ। ପରେ କଚ୍ଛ ଭୂମିକମ୍ପରେ ମୃତକଙ୍କ ସ୍ମୃତିରେ ସେ ୪ ଲକ୍ଷ ଗଛ ଲଗାଇଛନ୍ତି। ଏହା ବ୍ୟତୀତ ପୁଲଓ୍ବାମା ଶହୀଦଙ୍କ ଉଦ୍ଦେଶ୍ୟରେ ୪୦,୦୦୦ ଗଛ ଲଗାଇଛନ୍ତି। ପରେ ଏକ ଅଳିଆ ଗଦା ହେଉଥିବା ସ୍ଥାନରେ ସମାନ ପ୍ରକାର ଜଙ୍ଗଲ ସୃଷ୍ଟି କରିବା ଲାଗି ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଓ ସରକାରଙ୍କ ସହଯୋଗରେ ସେଠାରେ ସେ ୩୦,୦୦୦ ଗଛ ଲଗାଇ ଏକ ଘଞ୍ଚ ଜଙ୍ଗଲ କରିପାରିିଥିଲେ। ସେବେଠାରୁ ୧୨ ରାଜ୍ୟରେ ଏଭଳି ଜଙ୍ଗଲ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri