ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଭାରତର ପାଖାପାଖି ୪୦ଟି ସହର ଅଛି। ତେବେ ସହରର ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରି ରାଧାକ୍ରିଷ୍ଣନ୍‌ ନାଏର ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏବେ ସୁଦ୍ଧା ବିଭନ୍ନ ରାଜ୍ୟର ସହରାଞ୍ଚଳରେ ମିୟାଓ୍ବାକି ପଦ୍ଧତିରେ ୮୦ରୁ ଅଧିକ ଜଙ୍ଗଲ କରିସାରିଲେଣି। ଜାପାନର ବଟାନିଷ୍ଟ ଅକିରା ମିୟାଓ୍ବାକି ଏହି ପଦ୍ଧତିକୁ ପ୍ରଥମେ ସାମ୍‌ନାକୁ ଆଣିଥିଲେ, ଯେଉଁଥିରେ ସହରାଞ୍ଚଳରେ କମ୍‌ ଜାଗାରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇପାରୁଛି। କେରଳର କସାରଗୁଡରେ ନାଏରଙ୍କ ଜନ୍ମ । ପରେ ପରିବାର ସହ ସେ କର୍ନାଟକ ମାଙ୍ଗାଲୁର ନିକଟସ୍ଥ ଏକ ଗାଁକୁ ଚାଲିଯାଇଥିଲେ। ସେଠାରେ ଶିକ୍ଷା ଶେଷ କରି ମୁମ୍ବାଇରେ ଏକ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ପରେ ପଦୋନ୍ନତି ପାଇ ଗୁଜରାଟର ଉମରଗାଁକୁ ଯାଇଥିଲେ। ସେଠାକାର ପରିବେଶ ପ୍ରଦୂଷଣ ଦେଖି ତାହାର ପ୍ରତିକାର ପାଇଁ ଉପାୟ ଖୋଜିଥିଲେ। ସେଠାରେ ଏକ ଦଶନ୍ଧି କାମ କରିବା ପରେ ଶ୍ରୀ ପୌର୍ଣ୍ଣିକା ଏକ୍ସପୋର୍ଟ ପ୍ରଇଭେଟ ଲିମିଟେଡ ନାମକ କମ୍ପାନୀ ପ୍ରତିଷ୍ଠା କରି ରେଡିମେଡ ଶାର୍ଟ ତିଆରି କରିଥିଲେ। ସେହି ସମୟରେ ଅର୍ଥାତ୍‌ ୨୦୧୨ରେ ନାଏର ଉମରଗାଁ ରେ ୧ ଏକର ଜମି କିଣି ମିୟାଓ୍ବାକି ପଦ୍ଧତିରେ ୧୫,୦୦୦ ଗଛ ଲଗାଇ ଜଙ୍ଗଲଟିଏ କରିଥିଲେ। ପରେ କଚ୍ଛ ଭୂମିକମ୍ପରେ ମୃତକଙ୍କ ସ୍ମୃତିରେ ସେ ୪ ଲକ୍ଷ ଗଛ ଲଗାଇଛନ୍ତି। ଏହା ବ୍ୟତୀତ ପୁଲଓ୍ବାମା ଶହୀଦଙ୍କ ଉଦ୍ଦେଶ୍ୟରେ ୪୦,୦୦୦ ଗଛ ଲଗାଇଛନ୍ତି। ପରେ ଏକ ଅଳିଆ ଗଦା ହେଉଥିବା ସ୍ଥାନରେ ସମାନ ପ୍ରକାର ଜଙ୍ଗଲ ସୃଷ୍ଟି କରିବା ଲାଗି ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଓ ସରକାରଙ୍କ ସହଯୋଗରେ ସେଠାରେ ସେ ୩୦,୦୦୦ ଗଛ ଲଗାଇ ଏକ ଘଞ୍ଚ ଜଙ୍ଗଲ କରିପାରିିଥିଲେ। ସେବେଠାରୁ ୧୨ ରାଜ୍ୟରେ ଏଭଳି ଜଙ୍ଗଲ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri