ଏଇ ଭାରତରେ

କର୍ନାଟକର ଶିବମୋଗାରେ ଦେଖିବାକୁ ମିଳିଛି ଏକ ଅଜବ ବାହାଘର। ଏହି ବାହାଘର ପୁରବୀ ଭଟ୍ଟ ଓ ସମାନ୍ଥଙ୍କ ମଧ୍ୟରେ ଏକ ଫାର୍ମରେ ହୋଇଛି। ଡ. ପୁରବୀ ଜଣେ ନ୍ୟୁଟ୍ରିନିଷ୍ଟ ଓ ନେଚରପାଥି ହୋଇଥିବାବେଳେ ସମନ୍ଥା ହେଉଛନ୍ତି ଜୈବିକ ଚାଷୀ। ଫାର୍ମର ସବୁଜ ପରିବେଶରେ ଓ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ ବାହାଘର ହୋଇଥିଲା। ଏଥିର ପ୍ଲାଷ୍ଟିକ, ପେପର ମଧ୍ୟ ବ୍ୟବହାର କରାଯାଇ ନ ଥିଲା। ଏହି ବାହାଘରରେ ଆଖୁରେ ବେଦି ତିଆରି ହୋଇଥିଲା, ଯାହାକୁ ବାହାଘର ପରେ ଗୋରୁଙ୍କୁ ଖାଇବାକୁ ଦିଆଯାଇଥିଲା। ମଣ୍ଡପ ନଡ଼ିଆ ଓ ଆମ୍ବପତ୍ରରେ ସଜା ଯାଇଥିଲା। ଦୁଇଦିନ ଧରି ଚାଲିଥିବା ବାହାଘରରେ ସମସ୍ତଙ୍କୁ କଦଳୀ ପତ୍ରରେ ଖାଇବାକୁ ଦିଆଯାଇଥିବା ବେଳେ ଅନ୍ୟ କାର୍ଯ୍ୟରେ ଷ୍ଟିଲ୍‌ ବାସନ ବ୍ୟବହାର କରାଯାଇଥିଲା। ପାଣି ପାଇଁ ବଡ଼ ଜାର ବ୍ୟବହାର କରାଯିବା ସହ ଖାଦ୍ୟ ନଷ୍ଟ ରୋକିବା ଲାଗି ସବୁପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏପରିକି ସେଠାରେ ବ୍ୟବହାର ହୋଇଥିବା ପାଣିକୁ ଫାର୍ମର ଗଛଗୁଡ଼ିକରେ ଦିଆଯାଇଥିଲା। ବଡ଼ କଥା ହେଉଛି, ଫାର୍ମରେ ସାଜସଜା ପୁରୁଣା ଶାଢିରେ କରାଯାଇଥିଲା। ପୁରବୀ ତାଙ୍କ ଆଈମା’ଙ୍କୁ ୫୦ ବର୍ଷ ପୂର୍ବେ ଉପହାର ସ୍ବରୂପ ମିଳିଥିବା ଏକ ଶାଢିକୁ ପିନ୍ଧି ବାହା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri