ଏଇ ଭାରତରେ

ଷଢ଼େଇରୁ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି ମହାରାଷ୍ଟ୍ରର ବିଜୟାନନ୍ଦ ଶେମ୍ବେକର। ବିଜୟାନନ୍ଦଙ୍କୁ ବୟସ ୫୯। ସେ ଦିନବେଳା ଅଫିସ୍‌ ଯାଆନ୍ତି ଓ ରାତିରେ ବାହାରି ଯାଆନ୍ତି ଷଢ଼େଇ ଗୋଟାଇବାକୁ। ଏମିତିକି ଷଢେଇ ଗୋଟାଇବାବେଳେ ସେ ପ୍ରଶାସନ ସନ୍ଦେହର ଶିକାର ହୋଇଛନ୍ତି। ଏ ସମ୍ପର୍କରେ ବି ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଛି। ହେଲେ ସେ ତାଙ୍କ ନିଶାରୁ ଓହରିନାହାନ୍ତି। ଷଢେଇଗୁଡ଼ିକୁ ସଂଗ୍ରହ କରିବା ପରେ ବିଜୟାନନ୍ଦ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବାରେ ଲାଗିଛନ୍ତି ଯାହାର ଚାହିଦା ଏବେ କାହିଁରେ କ’ଣ। ଏହାକୁ ସେ ରାଜ୍ୟରେ ଅନୁଷ୍ଠିତ ଆର୍ଟ ଗ୍ୟାଲେରିରେ ପ୍ରଦର୍ଶନ କରୁଛନ୍ତି। ଏହି କାର୍ଯ୍ୟ ସେ ୧୨ ବର୍ଷ ତଳେ ଆରମ୍ଭ କରିଥିଲେ। ସେ ଛୋଟ ଗାଡ଼ିଠାରୁ ଆରମ୍ଭ କରି ମନ୍ଦିର, ପଶୁ ତଥା ଗୃହ ସଜ୍ଜା ଉପକରଣର ପାଖାପାଖି ୪୦୦ଟି ଜିନିଷ ତିଆରି କରିଛନ୍ତି। କେବଳ ଷଢ଼େଇ ନୁହେଁ ସେ ନଡିଆ କତା, ପତ୍ର ଓ ଗଣ୍ଡି ମଧ୍ୟ ଉପଯୋଗ କରିଛନ୍ତି। ସେ ସ୍କୁଲପିଲା ଓ ବୟସ୍କମାନଙ୍କୁ ଏହି କଳା ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri