ଏଇ ଭାରତରେ

ଜୀବନର ଅପରାହ୍ନରେ ଥିବା ବୃଦ୍ଧାବୃଦ୍ଧଙ୍କ ସେବାରେ ଲାଗିପଡ଼ିଛନ୍ତି ଗୁଜରାଟର ରାକେଶ ପାଞ୍ଚାଲ। ସେ ଖେଡ଼ା ସହରରେ ୫୦୦ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ନିୟମିତ ଭାବେ ଟିଫିନ୍‌ ସର୍ଭିସ୍‌ ଯୋଗାଇଆସୁଛନ୍ତି। ଅର୍ଥାତ୍‌ ସେ ଦିନକୁ ଦୁଇବେଳା ଟିଫିନ୍‌ରେ ଖାଦ୍ୟ ନେଇ ସେମାନଙ୍କ ଘରେ ପହଞ୍ଚାଇ ଦେଉଛନ୍ତି। ରାକେଶ ପ୍ରଥମେ ମୁମ୍ବାଇରେ ଚାକିରି କରିଥିଲେ। ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ଖେଡ଼ା ଫେରିଆସି ବିଜ୍‌ନେସ ସମ୍ଭାଳିବା ସହ ଏହି ସେବା ଜାରି ରଖିଛନ୍ତି। ପ୍ରଥମେ ସେ ହସ୍ପିଟାଲ ନିକଟରେ ଅସହାୟ ଲୋକଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। କୋଭିଡ୍‌ ମହାମାରୀ ବେଳେ ତାହା ବନ୍ଦ ହୋଇଯିବା ପରେ ସେ ଟିଫିନ୍‌ରେ ଅସହାୟ ବୃଦ୍ଧାବୃଦ୍ଧଙ୍କ ଘରେ ଖାଦ୍ୟ ପହଞ୍ଚାଇଲେ, ଯାହା ଏଯାବତ୍‌ ଚାଲିଛି। ରାକେଶ ଏହି ଟିଫିନ୍‌ ସେବାର ନାମ ଦେଇଛନ୍ତି ‘ବିସାନୋ ପରିବାର।’ ସକାଳୁ ଉଠି ପୂରା ପରିବାର ଖାଦ୍ୟ ପ୍ରସ୍ତୁତିରେ ଲାଗିପଡ଼ନ୍ତି। ସେମାନଙ୍କୁ ସହଯୋଗ କରିବାକୁ ଏକ ଟିମ୍‌ ବି ଅଛି। ଖାଦ୍ୟ ପ୍ରସ୍ତୁତ ହେବା ପରେ ଟିମ୍‌ ଠିକ୍‌ ସମୟରେ ତାହାକୁ ନେଇ ବୃଦ୍ଧାବୃଦ୍ଧଙ୍କ ପାଖରେ ପହଞ୍ଚାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri