ଏଇ ଭାରତରେ

ମହାରାଷ୍ଟ୍ରରେ ଶିକ୍ଷକମାନେ ଚଳାଉଛନ୍ତି ଏକ ଅଜବ ସ୍କୁଲ। ଏହି ସ୍କୁଲରେ କେବଳ ଆଈମା’ମାନେ ପଢୁଛନ୍ତି। ଏହି ସ୍କୁଲର ନାମ ରଖାଯାଇଛି ‘ଅଜିବାଇଚିଶାଳା’ ବା ଆଈମା’ଙ୍କ ସ୍କୁଲ। ଏହାକୁ ୪ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ମହିଳା ଦିବସରେ ଖୋଲାଯାଇଥିଲା। ଏବେ ଏହି ସ୍କୁଲ କୋଭିଡ୍‌ ମହାମାରୀ ଯୋଗୁ ବନ୍ଦ ରହିଛି। ୭୬ ବର୍ଷୀୟା ଶାନ୍ତାବାଈ କହନ୍ତି, ମରାଠୀ ଭାଷାରେ ଲିଖିତ ପବିତ୍ର ଗ୍ରନ୍ଥ ପଢିବା ଲାଗି ଭାଷା ଶିଖିତ୍ବାକୁ ୨୦୧୬ରୁ ଏହି ସ୍କୁଲକୁ ସେ ଯାଉଛନ୍ତି। ଶାନ୍ତବାଈଙ୍କ ପରି ଫାଙ୍ଗେନି ଗାଁରେ ଥିବା ଏହି ସ୍କୁଲରେ ୬୦ରୁ ୯୦ ବର୍ଷ ବୟସର ୩୦ଜଣ ମହିଳା ପଢୁଛନ୍ତି। ଏହି ସ୍କୁଲରେ ନାମଲେଖାଇବା ପାଇଁ ସର୍ବନିମ୍ନ ବୟସ ସୀମା ରଖାଯାଇଛି ୬୦ । ଏହି ସ୍କୁଲକୁ ଆରମ୍ଭ କରିଛନ୍ତି ଜିଲାପରିଷଦ ଶିକ୍ଷକ ଯୋଗେନ୍ଦ୍ର ବାଙ୍ଗର। ମୋତିଲାଲ ଦଲାଲ ଚାରିଟେବୁଲଏ ଟ୍ରଷ୍ଟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛି। ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷା ଦିଆଯାଉଛି। ଏଠାରେ ୯ଜଣ ଶିକ୍ଷକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୨ଟାରୁ ୪ ଟା ଯାଏ ପଢାନ୍ତି। କୋଭିଡ ମହାମାରୀ ପାଇଁ ଏବେ ସ୍କୁଲ ବନ୍ଦ ରହିଛି ଓ ଖୋଲିଲେ ଏଭଳି ବି ପଢା ଚାଲୁରହିବ ବୋଲି କହନ୍ତି ଯୋଗେନ୍ଦ୍ର। ସ୍ଥାୟୀଭାବେ ଶିତଲଙ୍କୁ ସେଠାରେ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେ ପ୍ରତିଦିନ ସେମାନଙ୍କୁ ଅକ୍ଷର ଶିଖାନ୍ତି। ସେହି ଗାଁର ଜଣେ ବ୍ୟକ୍ତି ସ୍କୁଲ ପାଇଁ ଗୋଟିଏ ବଖରା ଘର ଯୋଗାଇ ଦେଇଛନ୍ତି। ଏଥିପାଇଁ ସେ କୌଣସି ଭଡ଼ା ନେଉନାହାନ୍ତି। ସ୍କୁଲର ସବୁଠୁ ବୟସ୍କା ୯୪ ବର୍ଷୀୟା ମହିଳା ଅନସୂୟାଙ୍କର ନିକଟରେ ଦେହାନ୍ତ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri