Posted inଫୁରସତ

ଏହି ଦେଶରେ ଘର ଆଗରେ ସ୍ତ୍ରୀଙ୍କ ଫଟୋ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା ବାଧ୍ୟତାମୂଳକ, ଜାଣନ୍ତୁ…

ବ୍ରୁନେଇ
ବ୍ରୁନେଇ ହେଉଛି ପୃଥିବୀର ଧନୀ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଦକ୍ଷିଣ-ପୂର୍ବ ଏସୀୟ ଏହି ବିକାଶଶୀଳ ଦେଶଟି କେତେକ ସ୍ବତନ୍ତ୍ର କାରଣ ପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ । ଜାଣନ୍ତୁ ଏହି ଦେଶ ସମ୍ପର୍କରେ…
* ଦକ୍ଷିଣ-ପୂର୍ବ ଏସିଆରେ ବ୍ରୁନେଇ ହେଉଛି ସର୍ବାଧିକ ସଂଖ୍ୟକ ମେଦବହୁଳ ବ୍ୟକ୍ତି ଥିବା ଦେଶ। ସେଠାରେ ୫୧ ପ୍ରତିଶତ ସ୍କୁଲ୍‌ ପିଲାଙ୍କଠାରେ ମେଦବହୁଳତା ଦେଖିବାକୁ ମିଳେ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେଠାକାର ଲୋକେ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଯେଉଁଥିପାଇଁ ସେଠାରେ ମାତ୍ର ହାତଗଣତି ମ୍ୟାକ୍‌ ଡୋନାଲ୍ଡ ଭଳି ରେଷ୍ଟୁରାଣ୍ଟ ରହିଛି।
* ବ୍ରୁନେଇ ଦାରୁସାଲାମ୍‌ ହେଉଛି ଏହି ଦେଶର ଅଫିସିଆଲ୍‌ ନାମ। ଏହା ୧, ଜାନୁୟାରୀ ୧୯୮୪ରେ ଏକ ସ୍ବାଧୀନ ଦେଶ ହୋଇଥିଲେ ସୁଦ୍ଧା ଏଠାରେ ଏବେବି ରାଜତନ୍ତ୍ରକୁ ଗୁରୁତ୍ୱ ଦିଆଯାଏ। ହାଜି ହସନ୍‌ଲାଲ୍‌ ବୋଲ୍‌କିଆହ ମୁ ଇଜାଦ୍ଦୀନ୍‌ ଓ୍ବାଦା ବର୍ତ୍ତମାନ ଏହି ଦେଶର ରାଜା ବା ସୁଲତାନ୍‌। ସେଠାକାର ସୁଲତାନ୍‌ ପ୍ରଧାନମନ୍ତ୍ରୀ ପଦ ସହିତ ଡିଫେନ୍ସ, ଫାଇନାନ୍ସ ଏବଂ ଫରେନ୍‌ ଆଫାୟାର୍ସ ଏବଂ ଟ୍ରେଡ୍‌ ମିନିଷ୍ଟର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତିି।
* ସୁଲ୍‌ତାନଙ୍କ ପାଖରେ ଅନେକ ଦାମୀ କାମ୍‌ କଲେକ୍ସନ ଥିବା ବେଳେ ଗୋଟିଏ ସୁନାରେ ତିଆରି ପ୍ରାଇଭେଟ୍‌ ଜେଟ୍‌ ମଧ୍ୟ ରହିଛି।
* ଏହି ଦେଶର ଲୋକଙ୍କ ଆୟୁକାଳ ସାଧାରଣତଃ ଅନ୍ୟମାନଙ୍କଠାରୁ ବେଶି। ଅର୍ଥାତ୍‌ ୭୫-୯୩ ବର୍ଷ।
* ଏହା ପୃଥିବୀର ଏକ ଧନୀ ଦେଶ ହୋଇଥିଲେ ସୁଦ୍ଧା ଏଠାକାର ଲୋକେ ଦାମୀ ଏବଂ ବଡ଼ ଘର ପରିବର୍ତ୍ତେ କାର୍‌ରେ ଅଧିକ ସଉକ ରଖନ୍ତି। ଆଉ ଏଥିପାଇଁ ପୃଥିବୀର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହି ଦେଶରେ କାର୍‌ ଉପଭୋକ୍ତାଙ୍କ ସଂଖ୍ୟା ସର୍ବାଧିକ।
* ଏଠାକାର ପ୍ରତିଟି ଘର ବାହାର କାନ୍ଥରେ ଘର ମାଲିକଙ୍କୁ ନିଜ ପତ୍ନୀଙ୍କ ଫଟୋ ସହିତ ସୁଲତାନ୍‌ଙ୍କ ଫଟୋ ଲଗାଇବା ବାଧ୍ୟତାମୂଳକ।
* ଏହି ଦେଶରେ ଆଲ୍‌କହଲ୍‌ ବିକ୍ରି ଏବଂ ପିଇବା ଆଇନବିରୁଦ୍ଧ। ହେଲେ ଏଠାରେ ରହୁଥିବା ଅଣ-ମୁସ୍‌ଲିମ୍‌ମାନେ ୨ ଲିଟର ପର୍ଯ୍ୟନ୍ତ ଆଲ୍‌କହଲ୍‌ ଦେଶକୁ ଆଣିବାର ଅନୁମତି ରହିଛି।
* ସେଠାରେ ବହୁ ପରିମାଣରେ ଗଚ୍ଛିତ ତୈଳ ଥିବାରୁ ଖୁବ୍‌ କମ୍‌ ଦରରେ ତେଲ ମିଳିଥାଏ।
* ଏହା ହେଉଛି ଦକ୍ଷିଣ ଏସିଆର ସବୁଠୁ ଅଧିକ ମୁସଲମାନ ରହୁଥିବା ଦେଶ। ଏଠାରେ ଅନେକ ସୁନ୍ଦର ମସ୍‌ଜିଦ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri