କଲେକ୍ଟରଙ୍କ ଷ୍ଟାଇଲରେ ଏସ୍‌ଡିଏମ୍‌ ବି ମାରିଲେ ଚଟକଣି, କରାଇଲେ ବସଉଠ…

ସୁରଜପୁର,୨୩।୫: ଛତିଶଗଡ଼ ସୁରଜପୁର କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କୁ ଚଟକଣି ମାରୁଥିବାରୁ ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ଏସ୍‌ଡ଼ିଏମ୍‌ ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଏସ୍‌ଡିଏମ୍‌ ପ୍ରକାଶ ସିଂ ରାଜପୁତ ଲକ୍‌ଡାଉନ୍‌ ସମୟରେ କଲେକ୍ଟରଙ୍କ ଷ୍ଟାଇଲ୍‌ରେ ଜଣେ ଯୁବକଙ୍କକୁ ଚଟକଣି ମାରିବା ସହିତ ବସଉଠ କରାଇଛନ୍ତି। ଏହାର ୨୭ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଟୁଇଟୁର ହ୍ୟାଣ୍ଡେଲ୍‌ରେ ଅପଲୋଡ୍‌ କରାଯାଇଛି। ଏହି ଭିଡ଼ିଓଟି ମଧ୍ୟ ଭାଇରାଲ ହେବାରେ ଲାଗିଛି। କଲେକ୍ଟର ଭିଡ଼ିଓ ଭାଇରାଲ ହେବାପରେ କ୍ଷମା ମାଗିଥିଲେ। ମାତ୍ର ଏସ୍‌ଡିଏମ୍‌ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।

Share