ମହାପ୍ରଭୁଙ୍କ ସେବାରେ କୁନି ଦଇତା ସେବକ ସର୍ବାଙ୍ଗ

ପୁରୀ ଅଫିସ, ୨୧ା୬:ମହାପ୍ରଭୁଙ୍କ ସେବାରେ ସୋମବାର କୁନି ଦଇତାପତି ସେବକ ସର୍ବାଙ୍ଗ ଦାସମହାପାତ୍ର ସାମିଲ ହୋଇଛନ୍ତି। ସେ ଅଣସର ତାଟି ଘରେ ପ୍ରବେଶ କରିବା ସହ ଶ୍ରୀବିଗ୍ରହଙ୍କ ସେବା ପୂଜାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ତାଙ୍କର ବୟସ ଏବେ ୬ମାସ ୬ଦିନ।
ପରମ୍ପରା ଓ ବିଧି ମୁତାବକ ପ୍ରତ୍ୟେକ ଦଇତାପତି ପରିବାରର ପୁତ୍ର ସନ୍ତାନ ହେବାର ୨୧ଦିନ ପରେ ଅନବସର ସମୟରେ ସେବାପୂଜା କଲେ ଭାଗିଦାର ହେବାର ସୌଭାଗ୍ୟ ମିଳିଥାଏ। ସର୍ବାଙ୍ଗ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିବାରୁ ତାଙ୍କ ପିତା ଦୀନବନ୍ଧୁ ଦାସ ମହାପାତ୍ର ଖୁସି ବ୍ୟକ୍ତ କରିଛନ୍ତି।