ଧାର୍ଯ୍ୟ ଲଗ୍ନରେ ମା’ଙ୍କୁ ଲାଗିହେଲା ନବାନ୍ନ

ସମ୍ବଲପୁର,୨୧। ୯ (ଶୁଭାଶିଷ ପାଢ଼ୀ) ପଶ୍ଚିମ ଓଡ଼ିଶାବାସୀ ବୁଧବାର ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳିଛନ୍ତି। ପ୍ରତି ଜିଲାରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ପରିବାର ଏକାଠି ହୋଇ ନୂଆଁ ଖାଇଥିଲେ। ପଶ୍ଚିମ ଓଡ଼ିିଶା ଅନ୍ତର୍ଗତ ନୂଆପଡ଼ା ଜିଲାର ଟାନୱାଟ କଣା ଭଇଁରା ଓ ସମଲେଇ, ବରଗଡ ଓ ଝାରସୁଗୁଡା ଜିଲାର ସମଲେଇ, ସୁନ୍ଦରଗଡ ଜିଲାର ଶିଖରବାସିନୀ ଓ ସମଲେଇ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧ ଜିଲାର ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ହୋଇଥିଲା। ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ସମେତ ଅଞ୍ଚଳର ଇଷ୍ଟ ଦେବଦେବୀଙ୍କଠାରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହୋଇଥିଲା।

ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ ଲାଗି ପ୍ରତ୍ୟୁଷରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ପୂଜକମାନେ ମନ୍ଦିରରେ ପ୍ରାତଃ ପୂଜାନୀତି ସାରିବା ପରେ ଗମ୍ଭୀରା ଓ ପାର୍ଶ୍ୱ ଦେବଦେବୀଙ୍କ ନବାନ୍ନ ବିଧି ଆରମ୍ଭ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ୨୭ରୁ ୧୦ଟା ୪୨ ମିନିଟ ମଧ୍ୟରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ସମେତ ପୂଜକ ଗଙ୍ଗାଧର ରାୟ ଓ ପ୍ରଶାନ୍ତ ରାୟଙ୍କ ଘରୁ ତଥା ଝାଡ଼ୁଆପଡ଼ାର ବେହେରା ପରିବାରରୁ ଦେବୀଙ୍କ ନବାନ୍ନ ଭୋଗ ଆସିଥିଲା। ଏହା ପରେ ମୁଖ୍ୟ ପୂଜକଙ୍କ ସହିତ ପ୍ରାୟ ୧୫ ଜଣ ପୂଜକ ଗମ୍ଭୀରା ଭିତରକୁ ଯାଇ ନବାନ୍ନ ଅର୍ପଣର ପ୍ରାକ୍‌ ପ୍ରସ୍ତୁତି କରିଥିଲେ। ନିର୍ଦ୍ଧାରିତ ଲଗ୍ନରେ ଦେବୀଙ୍କୁ ନୂଆ ଚାଉଳ, କ୍ଷିରୀ, ପିଠା, ସାରୁ ସାଗ ଆଦି ଭୋଗ ଲାଗି କରାଯାଇଥିଲା। ପୂଜକମାନେ ଗମ୍ଭୀରା ଭିତରୁ ବାହାରି ୧୧୫ ପାର୍ଶ୍ୱ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରିଥିଲେ। ଏହା ପରେ ମାଁଙ୍କ ମହାଆଳତି କରାଯାଇଥିଲା। ମଧ୍ୟାହ୍ନରେ ସାଧାରଣ ଭକ୍ତଙ୍କ ପାଇଁ ଦେବୀଙ୍କ ଦର୍ଶନ ସକାଶେ ଉନ୍ମୁକ୍ତ କରାଯାଇଥିଲା। ଏଥର ଗାଁଠୁ ସହର ସର୍ବତ୍ର ନୂଆଁଖାଇର ଉତ୍ସୁକତା ଦେଖିବାକୁ ମିଳିଛି। ମହିଳାମାନେ ଝାଙ୍କର (ଗ୍ରାମଦେବୀଙ୍କ ପୂଜକ) ଦେଇଥିବା ନୂଆଁଧାନରୁ ପ୍ରସ୍ତୁତ ଅନ୍ନରୁ ପିଠାପଣା ଓ କ୍ଷୀରି ପ୍ରସ୍ତୁତ କରି ଦେବଦେବୀଙ୍କ ଠାରେ ଅର୍ପଣ କରିଥିଲେ।
ପ୍ରତ୍ୟୁଷରୁ ଚାଷୀ ପରିବାରର ମୁରବୀମାନେ କ୍ଷେତକୁ ଯାଇ ପୂଜା କରିଥିଲେ। ଦେବଦେବୀଙ୍କୁ ପୂଜାର୍ଚ୍ଚନା ସହ ବରିଷ୍ଠତମ ସଭ୍ୟଙ୍କଠାରୁ ପରିବାରର ସମସ୍ତେ ନୂଆଁ ଗ୍ରହଣ କରି ଭଗବାନଙ୍କୁ ପ୍ରଣିପାତ ଜଣାଇଥିଲେ। ଏହା ପରେ ନୂୂଆଁଖାଇ ଜୁହାର ଭେଟ୍‌ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସମସ୍ତେ ସାର୍ବଜନୀନ ଜୁହାର୍‌ଭେଟ୍‌ ପାଇଁ ଗାଁଖୁଲି ଓ ପଡ଼ା ରାସ୍ତାକୁ ବାହାରିଥିଲେ। ସନ୍ଧ୍ୟାରେ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଝାଡ଼ୁଆପଡ଼ା ବଡ଼ଦୁଆରଠାରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡ଼ା ଚିତ୍ରୋପତ୍ଳା ମଞ୍ଚଠାରେ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ, ମାନେଶ୍ୱର ମାନଧାତା ବାବା ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri