ଦୌଡ଼ରେ ପ୍ରଧାନମନ୍ତ୍ରୀ, ବିରୋଧୀ ନେତା

କଲମ୍ବୋ,୧୩ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ନିଜ ଇସ୍ତଫାପତ୍ରରେ ସ୍ବାକ୍ଷର କରି ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ ଅଧିକାରୀ ଉକ୍ତ ଇସ୍ତଫାପତ୍ରକୁ ବୁଧବାର ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କୁ ପ୍ରଦାନ କରିବେ। ବାଚସ୍ପତି ରାଷ୍ଟ୍ରପତିଙ୍କ ଇସ୍ତଫା ସମ୍ପର୍କରେ ସାର୍ବଜନୀନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ ଜୁଲାଇ ୨୦ରେ ନୂଆ ରାଷ୍ଟ୍ରପତି ଚୟନ କରାଯିବା ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବେ। ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୯ରେ ନାମାଙ୍କନପତ୍ର ଦାଖଲ କରାଯିବ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତା ସାଜିଥ୍‌ ପ୍ରେମାଦାସା ରାଷ୍ଟ୍ରପତି ଦୌଡ଼ରେ ଥିବା ଜଣାପଡ଼ିଛି।

Share