ପ୍ରାଥମିକ କ୍ଷେତ୍ରରେ ୧୯% ବୃଦ୍ଧି ପାଇଛି ଋଣ ଆକଳନ

ଭୁବନେଶ୍ୱର,୧୫।୧୨: ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଷ୍ଟେଟ ଫୋକସ୍‌ ପେପର୍‌ ୨୦୨୩-୨୪’ ପୁସ୍ତିକାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପ୍ରାଥମିକ କ୍ଷେତ୍ରରେ ୨୦୨୩-୨୪ ବର୍ଷ ପାଇଁ ସର୍ବମୋଟ ୧,୬୦,୨୮୦ କୋଟି ଟଙ୍କାର ଋଣ ଆକଳନ କରାଯାଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଉଦ୍‌ଘାଟନ କରିବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ଉପରେ ଆଲୋପପାତ କରିଥିଲେ।

ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉପତ୍ାଦନ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ଦ୍ରୁତ ଏବଂ ଉନ୍ନିତ ଅଭିବୃଦ୍ଧି ବିଷୟରେ ମତ ରଖିବା ସହିତ ରାଜ୍ୟର ବିକାଶ ପାଇଁ ଓ ଚଳିତ ବର୍ଷର ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ତାଙ୍କର ଋଣ ପ୍ରଦାନ ନୀତିରେ ଉନ୍ନିତ ଆଣିବାକୁ ପରାମର୍ଶ ଦେଇଥିଲେ ଏବଂ ଷ୍ଟାଟଅର୍ପ ଗୁଡ଼ିକୁ ମଧ୍ୟ ଋଣର ଆବଶ୍ୟକତା ଅଛି। ତେଣୁ ବ୍ୟାଙ୍କ ମାନେ ଆଗକୁ ଆସିବା ଆବଶ୍ୟକ ବୋଲି କହିଥିଲେ। ସେହିଭଳି ଅର୍ଥସଚିବ ବିଶାଲ ଦେବ କହିଥିଲେ, ଓଡ଼ିଶାରେ ବ୍ୟାଙ୍କ ମାନଙ୍କଦ୍ୱାରା ପ୍ରାଥିମିକ କ୍ଷେତ୍ର ପାଇଁ ଦିଆଯାଉଥିବା ଋଣର ଉନ୍ନିତ ଏବଂ ତାହାର ଅଧୟନ ଜରୁରୀ ଅଟେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାବାର୍ଡ ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟରେ ମୁଖ୍ୟ ମହାପ୍ରବନ୍ଧକ ସି.ଉଦୟ ଭାସ୍କର ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଚଳିତ ବର୍ଷର ପ୍ରାଥିମିକ କ୍ଷେତ୍ର କୃଷି ତଥା ସହଯୋଗୀ କାର୍ଯ୍ୟକଳାପ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ପ୍ରୟାସ କରାଯିବାର ଆବଶ୍ୟକତା ବିଷୟରେ ନିଜର ମତବ୍ୟକ୍ତ କରିଥିଲେ।

ସେ କହିଥିଲେ ଯେ, ଚଳିତବର୍ଷର ପ୍ରାଥିମିକ କ୍ଷେତ୍ରର ଲକ୍ଷ୍ୟ ୨୦୨୨-୨୩ ବର୍ଷର ଲକ୍ଷ୍ୟ ତୁଳନାରେ ୧୯% ଅଧିକ। ଫସଲର ବିବିଧତା ଏବଂ ରବି ଫସଲର ବିସ୍ତାରତା ଉପରେ ସେ ଗୁରୁତ୍ୱରୋପ କରିଥିଲେ। ଏଥିସହ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ, ଆଦିବାସୀ ବିକାଶ, ଜଳସେଚନ ବିକାଶ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କ ଜରିଆରେ ଲଘୁ ଉଦ୍ୟୋଗୀ ବିକାଶ ଆଦି ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଜୀବିକା ବୃଦ୍ଧିରେ ନାବାର୍ଡ ତରଫରୁ ଓଡ଼ିଶାରେ ଦିଆଯାଉଥିବା ସହାୟତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ନାବାର୍ଡର ସଫଳ ହସ୍ତକ୍ଷେପ ସମ୍ପର୍କକୁ ଭିତ୍ତିକରି ଏକ ପୁସ୍ତିକା ‘ପ୍ରତିଧ୍ୱିନ’ ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଟିଏମ୍‌ ଜରିଆରେ ବୁକ୍‌ କରନ୍ତୁ ଏଲ୍‌ପିଜି ସିଲିଣ୍ଡର: ମିଳୁଛି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ !

ନୂଆଦିଲ୍ଲୀ,୨୦।୧୨: ପେଟିଏମ୍‌ ମୋବାଇଲ ଆପ୍‌ ଜରିଆରେ ଏଲ୍‌ପିଜି ସିଲିଣ୍ଡରର ବୁକିଂ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ମିଳିବ। ପ୍ରଥମ ଥର ପାଇଁ କମ୍ପାନୀ ଏହି...

ଏଇଏସ୍‌ଏଲ୍‌କୁ ୧ ବିଲିୟନ ଡଲାରରେ କିଣିବ ବାୟଜୁସ୍‌

ନୂଆଦିଲ୍ଲୀ,୧୪।୧: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ(ଏଇଏସ୍‌ଏଲ୍‌)କୁ ବାୟଜୁସ୍‌ ୧ ବିଲିୟନ ଡଲାରରେ କିଣିବ। ଏଥିଲାଗି ୨ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହା ଏଡ୍‌ଟେକ୍‌...

ନିବେଶକଙ୍କ ସ୍ବାର୍ଥକୁ ଏଲ୍‌ଆଇସିର ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଲକ୍ଷାଧିକ ଟଙ୍କା ଆଦାନୀ ଗ୍ରୁପ୍‌ରେ ଲାଗିଥିବା(ନିବେଶ ହୋଇଥିବା)କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ...

ହଜାରେ କର୍ମଚାରୀଙ୍କୁ ଛଟେଇ କଲା ଆଇବିଏମ୍‌

ନୂଆଦିଲ୍ଲୀ,୨୪।୫: ସାରା ବିଶ୍ୱରେ କରୋନା ମହାମାରୀ କାୟାବିସ୍ତାର କରିଚାଲିଛି। ଏହି ମହାମାରୀର ପ୍ରଭାବ ସବୁ ସ୍ତରରେ ଦେଖିବାକୁ ମିଳିଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର ଏଥିରୁ...

‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ’

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ଓ ହେଲ୍‌ଥକେୟାର ଗ୍ରୁପ୍‌ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

ଟିପିସିଓଡିଏଲ୍‌ ଏସ୍‌ଡିସିର ଶୁଭାରମ୍ଭ

କଟକ,୩।୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ସୋମବାର ସ୍ଥାନୀୟ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ଶୁଭାରମ୍ଭ କରାଯାଇଛି।...

ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୨-୧: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ଦ୍ୱିତୀୟ ଥର ଲାଗି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି।...

ପିଜିଏଲ୍‌ ହୋଣ୍ଡାରେ ‘ହୋଣ୍ଡା ସିବିଆର୍‌ ୬୫୦ ଆର୍‌’ର ଡେଲିଭରି

ଭୁବନେଶ୍ୱର,୧।୬: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ନୂଆ ‘ହୋଣ୍ଡା ସିବିଆର୍‌ ୬୫୦ ଆର୍‌’ର ସ୍ଥାନୀୟ ପିଜିଏଲ୍‌ ହୋଣ୍ଡାଠାରେ...

Advertisement
Archives

Model This Week