ପ୍ରାଥମିକ କ୍ଷେତ୍ରରେ ୧୯% ବୃଦ୍ଧି ପାଇଛି ଋଣ ଆକଳନ

ଭୁବନେଶ୍ୱର,୧୫।୧୨: ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଷ୍ଟେଟ ଫୋକସ୍‌ ପେପର୍‌ ୨୦୨୩-୨୪’ ପୁସ୍ତିକାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପ୍ରାଥମିକ କ୍ଷେତ୍ରରେ ୨୦୨୩-୨୪ ବର୍ଷ ପାଇଁ ସର୍ବମୋଟ ୧,୬୦,୨୮୦ କୋଟି ଟଙ୍କାର ଋଣ ଆକଳନ କରାଯାଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଉଦ୍‌ଘାଟନ କରିବା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ଉପରେ ଆଲୋପପାତ କରିଥିଲେ।

ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉପତ୍ାଦନ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ଦ୍ରୁତ ଏବଂ ଉନ୍ନିତ ଅଭିବୃଦ୍ଧି ବିଷୟରେ ମତ ରଖିବା ସହିତ ରାଜ୍ୟର ବିକାଶ ପାଇଁ ଓ ଚଳିତ ବର୍ଷର ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କ ଗୁଡ଼ିକ ତାଙ୍କର ଋଣ ପ୍ରଦାନ ନୀତିରେ ଉନ୍ନିତ ଆଣିବାକୁ ପରାମର୍ଶ ଦେଇଥିଲେ ଏବଂ ଷ୍ଟାଟଅର୍ପ ଗୁଡ଼ିକୁ ମଧ୍ୟ ଋଣର ଆବଶ୍ୟକତା ଅଛି। ତେଣୁ ବ୍ୟାଙ୍କ ମାନେ ଆଗକୁ ଆସିବା ଆବଶ୍ୟକ ବୋଲି କହିଥିଲେ। ସେହିଭଳି ଅର୍ଥସଚିବ ବିଶାଲ ଦେବ କହିଥିଲେ, ଓଡ଼ିଶାରେ ବ୍ୟାଙ୍କ ମାନଙ୍କଦ୍ୱାରା ପ୍ରାଥିମିକ କ୍ଷେତ୍ର ପାଇଁ ଦିଆଯାଉଥିବା ଋଣର ଉନ୍ନିତ ଏବଂ ତାହାର ଅଧୟନ ଜରୁରୀ ଅଟେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାବାର୍ଡ ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟରେ ମୁଖ୍ୟ ମହାପ୍ରବନ୍ଧକ ସି.ଉଦୟ ଭାସ୍କର ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଚଳିତ ବର୍ଷର ପ୍ରାଥିମିକ କ୍ଷେତ୍ର କୃଷି ତଥା ସହଯୋଗୀ କାର୍ଯ୍ୟକଳାପ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ପ୍ରୟାସ କରାଯିବାର ଆବଶ୍ୟକତା ବିଷୟରେ ନିଜର ମତବ୍ୟକ୍ତ କରିଥିଲେ।

ସେ କହିଥିଲେ ଯେ, ଚଳିତବର୍ଷର ପ୍ରାଥିମିକ କ୍ଷେତ୍ରର ଲକ୍ଷ୍ୟ ୨୦୨୨-୨୩ ବର୍ଷର ଲକ୍ଷ୍ୟ ତୁଳନାରେ ୧୯% ଅଧିକ। ଫସଲର ବିବିଧତା ଏବଂ ରବି ଫସଲର ବିସ୍ତାରତା ଉପରେ ସେ ଗୁରୁତ୍ୱରୋପ କରିଥିଲେ। ଏଥିସହ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ, ଆଦିବାସୀ ବିକାଶ, ଜଳସେଚନ ବିକାଶ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କ ଜରିଆରେ ଲଘୁ ଉଦ୍ୟୋଗୀ ବିକାଶ ଆଦି ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଜୀବିକା ବୃଦ୍ଧିରେ ନାବାର୍ଡ ତରଫରୁ ଓଡ଼ିଶାରେ ଦିଆଯାଉଥିବା ସହାୟତା ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ନାବାର୍ଡର ସଫଳ ହସ୍ତକ୍ଷେପ ସମ୍ପର୍କକୁ ଭିତ୍ତିକରି ଏକ ପୁସ୍ତିକା ‘ପ୍ରତିଧ୍ୱିନ’ ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?