ରାଷ୍ଟ୍ରପତି ଦୌଡ଼ରେ ପ୍ରଥମ ଆଦିବାସୀ ମହିଳା

ଭୁବନେଶ୍ୱର, ୨୨।୬ (ବ୍ୟୁରୋ): ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପକ୍ଷରୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି। ଭାଜପା ନେତ୍ରୀ ଭାବେ ସୁନାମ ଅର୍ଜନ କରିଆସିଥିବା ଦ୍ରୌପଦୀ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୦୦ରୁ ୨୦୦୯ ଦ୍ରୌପଦୀ ରାଇରଙ୍ଗପୁର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ଭାଜପା-ବିଜେଡି ମେଣ୍ଟ ସରକାରରେ ସେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ଏବଂ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମେ’ ୧୬ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ଥିଲେ।
ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଉପରବେଡ଼ା ଗ୍ରାମର ସାନ୍ତାଳ ପରିବାରରେ ୧୯୫୮ ଜୁନ୍‌ ୨୦ରେ ଦ୍ରୌପଦୀଙ୍କ ଜନ୍ମ। ତାଙ୍କ ବାପାଙ୍କ ନାମ ବିରଞ୍ଚତ୍ ନାରାୟଣ ଟୁଡ଼ୁ। ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟ ପରେ ଭୁବନେଶ୍ୱର ୟୁନିଟ୍‌-୨ କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ ଶିକ୍ଷା ଅର୍ଜନ କରିଥିଲେ। ଦ୍ରୌପଦୀ ଓଡ଼ିଶାରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଛନ୍ତି। ପରେ ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେଶନରେ ଶିକ୍ଷକତା କରିଥିଲେ। ଓଡ଼ିଶା ରାଜନୀତିରେ ପ୍ରବେଶ କରି ସେ ୧୯୯୭ରେ ରାଇରଙ୍ଗପୁର ମ୍ୟୁନିସିପାଲିଟିକୁ କାଉନ୍‌ସିଲର ଭାବେ ଭାବେ ବିଜୟୀ ହୋଇ ଉପନଗରପାଳ ହୋଇଥିଲେ। ସେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଥିଲେ। ଭାଜପା ଟିକେଟରେ ଦ୍ରୌପଦୀ ମୟୂରଭଞ୍ଜର ରାଇରଙ୍ଗପୁର ଆସନରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରୀ ଥିଲେ। ୨୦୦୭ ବର୍ଷ ପାଇଁ ଓଡ଼ିଶା ବିଧାନସଭା ଦ୍ୱାରା ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଦୁଃଖଦ ଥିଲା ବ୍ୟକ୍ତିଗତ ଜୀବନ
ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ୨ପୁଅ ଏବଂ ଗୋଟିଏ ଝିଅ। ଇତିମଧ୍ୟରେ ସ୍ବାମୀ ଏବଂ ୨ପୁଅ ଲକ୍ଷ୍ମଣ ଏବଂ ସିପୁନ ମୁର୍ମୁଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଇତିଶ୍ରୀ ଏକ ବ୍ୟାଙ୍କରେ ଚାକିରି କରୁଛନ୍ତି। ଦ୍ରୌପଦୀଙ୍କ ସ୍ବାମୀ ଶ୍ୟାମଚରଣ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ। ଦ୍ରୌପଦୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଶ୍ୟାମଚରଣ ଚାକିରି ଛାଡ଼ି ଦେଇଥିଲେ। ପରେ ୨୦୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ୨ପୁଅ ଲକ୍ଷ୍ମଣ ଏବଂ ସିପୁନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି। ୨୦୦୯ ଅକ୍ଟୋବର ୨୭ରେ ବଡ଼ ପୁଅ ଲକ୍ଷ୍ମଣ(୨୫)ଙ୍କ ଭୁବନେଶ୍ୱର ପାତ୍ରପଡ଼ା ଠାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୂର୍ବ ରାତିରେ ସେ କିଛି ବନ୍ଧୁଙ୍କ ସହ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରୁ ଘରକୁ ଫେରି ଶୋଇଥିଲେ। ସକାଳୁ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ସାନ ପୁଅ ସିପୁନଙ୍କ ଯଶିପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦ ନିମନ୍ତେ ପ୍ରାର୍ଥିନୀ ଭାବେ ମନୋନୀତ କରି ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛି। ଦେଶ ସେବା ଲାଗି ଏହା ମୋ ପାଇଁ ସବୁଠୁ ବଡ଼ ସମ୍ମାନ।
– ଦ୍ରୌପଦୀ ମୁର୍ମୁ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri