କେସିଙ୍ଗା,୨୩।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଗୋଷ୍ଠୀକେନ୍ଦ୍ରର ସୁପରିଟେଣ୍ଡଡେଣ୍ଟ ଡ଼.ପ୍ରଜ୍ଞା ପ୍ରିତିଶୃତି ମାଝିଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗୋଷ୍ଠୀ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ରକ୍ତଦାନ କରିଥିଲେ। ଏହି ଶିବିରକୁ ପ୍ରଥମେ ଡ଼.ମାଝୀ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପଧୂପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଡ. କୁଞ୍ଜ ବିହାରୀ ସାହୁ, ଡ଼.ଆଶିଷ ଶଥପଥୀ, ଡ଼.ରବୀନ୍ଦ୍ର ନାଥ ଖଟୁଆ, ଡ଼.ଲଳିତ ଅଗ୍ରୱାଲ, ଡ଼.ବିଭୁ ପ୍ରସାଦ ମହାପାତ୍ର, ଆଇସିଟିସି କାଉନ୍ସିଲର ସାରଥୀ ଦେଇ, ନର୍ସିଂ ଅଫିସର ମଧୁସ୍ମିତା ମହାନ୍ତି, ଫର୍ମାସି ଅଫିସର ଗୋପାଳ କୃଷ୍ଣ ପାଣିଗ୍ରାହୀ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ଗିରିଧାରୀ ଲାଲ ଅଗ୍ରୱାଲ ପ୍ରମୁଖ କର୍ମଚାରୀଙ୍କ ଉପସ୍ଥିତରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବିଶ୍ୱ ଭୂଷଣ ପ୍ରଧାନୀ ଶିବିରକୁ ପରିଚାଳନା କରିଥିଲେ।


