ଶାଶ୍ୱତୀଙ୍କ ରଙ୍ଗତୂଳୀରେ କଥା କହୁଛି ବର୍ଜ୍ୟବସ୍ତୁ

ନବରଙ୍ଗପୁର, ୨୯।୫;(ବି.ପ୍ର.): ମନ ମୋହୁଛି ରଙ୍ଗତୂଳୀରେ ଆକୃତି ଦିଆଯାଇଥିବା ବିଭିନ୍ନ ପଟଚିତ୍ର। ଭିନ୍ନ ଏକ ମଣିଷର ଆଶାର ଆଲୋକ ସାଜିଛି ନିଜ ହାତ ତିଆରି ଚିତ୍ରକଳା। ରଙ୍ଗତୂଳୀକୁ ହାତରେ ଧରି ଏକ କଳାକାରଭାବେ ନିଜକୁ ଗଢ଼ି ତୋଳୁଛନ୍ତି ନବରଙ୍ଗପୁର ସହର ଗାନ୍ଧୀନଗର ଅଞ୍ଚଳର ଝିଅ ଶାଶ୍ୱତୀ ସାହୁ (୨୪)।
ମା’ ଓ ସାନଭଉଣୀଙ୍କୁ ନେଇ ଶାଶ୍ୱତୀଙ୍କ ପରିବାର। ବାପା ୨ ବର୍ଷ ତଳେ ଚାଲିଗଲେ ଆରପାରିକୁ। ଏଜୁକେସନରେ ପୋଷ୍ଟ ଗ୍ରାଜୁଏଶନ କରିଛନ୍ତି ଶାଶ୍ୱତୀ। ଏପଟେ ବାପାଙ୍କ ଦେହାନ୍ତ ପରେ ବଡ଼ ଝିଅ ଭାବେ ଘରର ବୋଝ ମୁଣ୍ଡ ଉପରେ। ଘର ଚଳିବା ପାଇଁ ଛୋଟ ଦୋକାନଟିଏ କରି ସେଥିରେ ଯାହା ବେପାର ହେଲା ସେତିକିରେ ୩ ପ୍ରାଣୀ କୁଟୁମ୍ବ ଚଳେ। ପାଠପଢ଼ା ଶେଷ ପରେ ଘରେ ଯେତେବେଳେ ନିଜକୁ ଏକା ଅନୁଭବ କଲେ ସେତେବେଳେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇ ଆରମ୍ଭ କରିଥିଲେ ରଙ୍ଗତୂଳୀ ଧରିବା। ଜଗନ୍ନାଥଙ୍କ ପାଇଁ ରହିଛି ମନରେ ଅନେକ ଭଲପାଇବା। ତେଣୁ ପ୍ରଥମେ ଆଙ୍କିଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିଛବିଟିଏ। ପରେ ସେ ବିଭିନ୍ନ ବର୍ଜ୍ୟବସ୍ତୁକୁ ଯଥା ଖାଲି ବୋତଲ, ଚାବି ରିଙ୍ଗ୍‌, କୋଲଡ୍ରିଙ୍କସ୍‌ ଠିପି, ୱେଷ୍ଟ ପେପରକୁ ନେଇ ଓଡ଼ିଆ ପ୍ରଥାର ଛବି ସେଇ ସବୁ ଜିନିଷ ଉପରେ ଆଙ୍କିବାକୁ ଲାଗିଲେ। ଆଉ ଧୀରେ ଧୀରେ ଛବି ଆଙ୍କିବା ପାଲଟିଗଲା ଶାଶ୍ୱତୀଙ୍କ ନିଶା। ସେଥିରୁ ସେ ଆତ୍ମସନ୍ତୁଷ୍ଟି ସହ ଉପାର୍ଜନ ମଧ୍ୟ କଲେ। ମା’ ଆରତୀ ମଧ୍ୟ ସମୟ ପାଇଲେ ଚିତ୍ର ଆଙ୍କିଥାନ୍ତି। ତାଙ୍କର ସେହି କଳାକୁ ଛୋଟବେଳୁ ଦେଖି ଶିଖିଛି ବୋଲି ସେ କହିଛନ୍ତି। ସେହି କଳାକୃତିକୁ ଦେଖି ସାହି ପଡ଼ିଶା ପସନ୍ଦ କରି ନିଜ ଘରେ ସାଜସଜ୍ଜା ପାଇଁ ରଖିଥିବା ଶାଶ୍ୱତୀ କହିଛନ୍ତି। ସଂସାର ଚକ୍ର ମଧ୍ୟରେ ଏହି ଚିତ୍ରକଳାକୁ ସମୟ ଦେଇ ପାରୁ ନ ଥିବା ଶାଶ୍ୱତୀଙ୍କ ମାଆ ନିଜ ଝିଅ ପାଇଁ ଦୀର୍ଘ ୧୫ ବର୍ଷ ପରେ ପୁଣି ହାତରେ ରଙ୍ଗ ତୂଳୀ ଧରୁଛନ୍ତି। ଶାଶ୍ୱତୀଙ୍କ କଳାକୃତିକୁ ବିକ୍ରି ପାଇଁ ଷ୍ଟଲ୍‌ ବ୍ୟବସ୍ଥା କରାଯିବ ବୋଲି ଓର୍‌ମାସ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ମହେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri