ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି

ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର ଜଣେ ମୃତବ୍ୟକ୍ତିଙ୍କ ନଁାରେ ଜମି ବିକ୍ରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏଥିରେ ତହସିଲଦାରଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେବା ପରେ ଘଟଣାଟି ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ଜଣାପଡ଼ିବା ପରେ ଜିଲାପାଳ ଚଞ୍ଚଳ ରାଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗ୍ରାମର ଅବ୍‌ଦୁଲ ଷାଣ୍ଢ ଟାଉନ୍‌ ଥାନାରେ ଜୁନ୍‌ ୧୬ରେ ତାଙ୍କର ଜମି ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୪୯/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଅବ୍‌ଦୁଲଙ୍କ ଅଭିଯୋଗ ଯେ, ସେମାନେ କୌଣସି ଜମି ବିକ୍ରି କରିନାହାନ୍ତି। କିଛିଦିନ ତଳେ କେତେକ ଲୋକ ତାଙ୍କ ଜମି ମାପଚୁପ କରିଥିଲେ। ସେମାନଙ୍କୁ ପଚାରିବାରୁ ଧୁମାମରାର ହର୍ଷ ଷାଣ୍ଢ ନାମକ ଜଣେ ବ୍ୟକ୍ତି ଲାବଣୀ ପୃଷ୍ଟିଙ୍କୁ ଜମି ବିକ୍ରି କରିଥିବା ଜଣାପଡ଼ିଥିଲା। ଅବ୍‌ଦୁଲଙ୍କ କହିବା ହେଲା, ତାଙ୍କ ପିତା ହର୍ଷ ଷାଣ୍ଢଙ୍କର ୨୦୦୫ରୁ ମୃତ୍ୟୁ ହୋଇଛି। ୨୦୨୨ ଜାନୁୟାରୀରେ ତାଙ୍କ ନାମରେ କିଏ ଜମି ବିକ୍ରି କଲା ଏକଥା ସେ ଜାଣିନାହାନ୍ତି। ଘଟଣାକୁ ନେଇ ସେ ତହସିଲଦାର ଏବଂ ସବ୍‌ରେଜିଷ୍ଟ୍ରି ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୧୬ ତାରିଖରେ ଅବଦୁଲ ଟାଉନ୍‌ ଥାନାରେ ୯ ଜଣଙ୍କ ନଁାରେ ଅଭିଯୋଗ କରିଥିଲେ। ପରେ ପୋଲିସ ବଲାଙ୍ଗୀର ତହସିଲଦାର ମଘବନ ବାଗ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଘଟଣା ପ୍ରଘଟ ପରେ ସବ୍‌ରେଜିଷ୍ଟ୍ରି ଅଫିସ ଏବଂ ତହସିଲ ଅଫିସ୍‌ର ଏକ ର଼୍ୟାକେଟ୍‌ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ମୃତ ହର୍ଷ ଷାଣ୍ଢଙ୍କ ନଁାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ସବ୍‌ରେଜିଷ୍ଟ୍ରି ଅଫିସରେ ଠିଆ କରାଇ ଏବଂ ତାଙ୍କ ଫଟୋ ଲଗାଇ ସାକ୍ଷୀ ସାହାଯ୍ୟରେ ଜମି ରେଜିଷ୍ଟ୍ରି କରାଯାଇଥିବା ଜଣାପଡ଼ିଥିଲା। ଷାଣ୍ଢଙ୍କ ଜମିରୁ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିି ବିକ୍ରି କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ତହସିଲଦାର ବାଗ୍‌ଙ୍କୁ ତାଙ୍କ ମୋବାଇଲ ଫୋନ୍‌ (୯୪୩୯୨୩୯୦୨୦)ରେ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ୍‌ ସୁଇଚ୍‌ ଅଫ୍‌ ଥିତ୍ବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri