Posted inଜାତୀୟ

ନିଯୁକ୍ତି ନାମରେ ଭାରତୀୟ ଯୁବବର୍ଗଙ୍କୁ ଥାଇଲାଣ୍ଡରେ ଠକେଇ, ଆଡଭାଇଜରୀ ଜାରି କଲା ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ, ୨୪।୯ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଥାଇଲାଣ୍ଡରେ ଲାଭଜନକ ଆଇଟି କ୍ଷେତ୍ରରେ ଚାକିରି ଯୋଗାଇବାର ବାହାନା କରି ଭାରତୀୟ ଯୁବବର୍ଗଙ୍କୁ ନକଲି ଅଫର ପ୍ରଦାନ କରାଯାଉଥିବା ନେଇ ଉପରେ ଏକଆଡଭାଇଜରୀ ଜାରି କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆଇଟି କ୍ଷେତ୍ର ସହ ଜଡିତ ଭାରତୀୟ ଯୁବବର୍ଗମାନଙ୍କୁ ସୋସିଆଲ ମିଡିଆ ବିଜ୍ଞାପନ ମାଧ୍ୟମରେ ଦୁବାଇ ଏବଂ ଭାରତରେ ଅବସ୍ଥିତ ଏଜେଣ୍ଟମାନଙ୍କ ଦ୍ୱାରା ଥାଇଲାଣ୍ଡରେ ଚାକିରିର ଆକର୍ଷଣୀୟ ଅଫର ଦେଇ ପ୍ରତାରଣା କରୁଛନ୍ତି।

ଥାଇଲାଣ୍ଡରେ ଡିଜିଟାଲ ସେଲ୍‌ ଏବଂ ମାର୍କେଟିଂ କାର୍ଯ୍ୟନିର୍ବାହୀ ପଦବୀ ପ୍ରଦାନ କରୁଥିବା ଏକ ନକଲି ଚାକିରି ର଼୍ୟାକେଟ କଲ୍‌ ସେଣ୍ଟର ସ୍କାମ ଏବଂ କ୍ରିପ୍ଟୋ-ମୁଦ୍ରା ଠକେଇରେ ଜଡିତ। ବ୍ୟାଙ୍କକ ଏବଂ ମ୍ୟାନମାରରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ମିଳିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟର କହିବାନୁସାରେ, ଏହି ରାକେଟରେ ସମ୍ପୃକ୍ତ ପୀଡ଼ିତଙ୍କୁ ବେଆଇନ ଭାବେ ସୀମା ପାର କରି ମ୍ୟାନମାରକୁ ନିଆଯାଇଥିବା ଅଭିଯୋଗ ହୋଇଛି ଏବଂ ସେଠାରେ ସେମାନଙ୍କଚ ବନ୍ଦୀ ଅବସ୍ଥାରେ କଠିନ ଏବଂ ବିପଦପୂର୍ଣ୍ଣ ପରିବେଶରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଭାରତୀୟ ନାଗରିକମାନଙ୍କୁ ଏ ସମ୍ପର୍କରେ ପରାମର୍ଶ ଦିଆଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ କିମ୍ବା ଅନ୍ୟାନ୍ୟ ଉତ୍ସ ମାଧ୍ୟମରେ ଦିଆଯାଉଥିବା ଏପରି ନକଲି ଚାକିରି ଅଫରର ଶିକାର ହୁଅ ନାହିଁ। କୌଣସି ଚାକିରି ଅଫର ଗ୍ରହଣ କରିବା ପୂର୍ବରୁ ବିଦେଶରେ ଥିବା ସମ୍ପୃକ୍ତ ଭାରତୀୟ ଦୂତାବାସ ମାଧ୍ୟମରେ ବିଦେଶୀ ନିଯୁକ୍ତିଦାତାଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି।

ବାସ୍ତବରେ, ଏହିପରି ଠକେଇର ଶିକାର ହୋଇଥିବା ୩୦ ଜଣ ଭାରତୀୟଙ୍କୁ ମ୍ୟାନମାରରୁ ଉଦ୍ଧାର କରାଯାଇଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ଭିଡିଓ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଭିଡିଓକୁ ତାମିଲନାଡୁର ଯୁବକମାନେ ପଠାଇଛନ୍ତି। ଏଥିରେ ଜଣେ ଭାରତୀୟ ଯୁବକ ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଯେ ସେମାନଙ୍କୁ ଚାକିରି ନାମରେ ବନ୍ଦୀ କରାଯାଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଥିଲେ। ଏହା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସମ୍ପୃକ୍ତ ଯୁବବର୍ଗଙ୍କୁ ଉଦ୍ଧାର କରଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri