ବିକାଶ ନାଁରେ ରାଜଧାନୀ ହେବ ବୃକ୍ଷଶୂନ୍ୟ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜଧାନୀ ଭୁବନେଶ୍ୱରରେ ଗଛକଟା ଚାଲିଛି। ପଚାଶ ବର୍ଷରୁ ଊର୍ଦ୍ଧ୍ୱ ବିଶାଳକାୟ ଗଛକୁ ମଧ୍ୟ କାଟି ପଦା କରି ଦିଆଯାଉଛି। ବିକାଶ ବାହାନାରେ ଜଙ୍ଗଲ ବିଭାଗ ମଧ୍ୟ ଅନୁମତି ଦେଉଛି। ଏଭଳି ଧାରା ଜାରି ରହିଲେ ଅଳ୍ପ ବର୍ଷ ଭିତରେ ଭୁବନେଶ୍ୱର ବୃକ୍ଷଶୂନ୍ୟ ହୋଇପଡ଼ିବ। ସବୁଜିମା ଭରା ଭୁବନେଶ୍ୱର କଂକ୍ରିଟ ସହରରେ ପରିଣତ ହେବ। ଏବେ ଅସହ୍ୟ ତାପମାତ୍ରାରେ ସହରବାସୀ ଛଟପଟ ହେଉଥିବାବେଳେ ଆଗକୁ ମୁଣ୍ଡ ଗୁଞ୍ଜିବା ପାଇଁ ସହରରେ ଗଛଟିଏ ନ ଥିବ। ଏବେ ବିଧାୟକଙ୍କ ଅଟ୍ଟାଳିକା ନିର୍ମାଣ ପାଇଁ ବହୁ ବର୍ଷର ପୁରୁଣା ଗଛକୁ କଟାଚାଲିଛି। ଏହାକୁ ନେଇ ପରିବେଶବିତ୍‌ ଓ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବିଧାୟକ ଓ ସରକାରୀ କର୍ମଚାରୀଙ୍କୁ ୩ଶହ ସୌଖୀନ ଫ୍ଲାଟ୍‌ ଯୋଗାଇଦେବା ପାଇଁ ୟୁନିଟ-୪ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ୭୮୦ ବୃହତ୍‌କାୟ ଗଛକୁ କାଟିବା ଲାଗି ଜଙ୍ଗଲ ବିଭାଗ ଅନୁମତି ଦେଇଛି। ଇତିମଧ୍ୟରେ ଓସ୍ତ, ଚମ୍ପା, ପଣସ, କରଞ୍ଜ, ବେଲ, କଦମ୍ବ, ଦେବଦାରୁ, ରାଧାଚୂଡ଼ା, କୃଷ୍ଣଚୂଡ଼ା ଆଦି ପ୍ରାୟ ୪ଶହ ଗଛ କଟାଯାଇ ସରିଲାଣି। ଏହା ବଦଳରେ ଗୋଟିଏ ବି ଗଛ ଲଗାଯାଇ ନାହିଁ। ଜଙ୍ଗଲ ବିଭାଗର ସୂଚନା ଅନୁଯାୟୀ, ଗତ ୫ବର୍ଷ ମଧ୍ୟରେ ଏଭଳି ୧ଲକ୍ଷରୁ ଊର୍ଦ୍ଧ୍ୱ ଗଛ ନଷ୍ଟ ହୋଇଛି। ସେଥି ମଧ୍ୟରୁ ରାସ୍ତାଘାଟ, ପୋଲ, ବିଭିନ୍ନ ସରକାରୀ କୋଠା ନିର୍ମାଣ ପାଇଁ ୮ହଜାର ଗଛ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବେସରକାରୀ ସୂତ୍ର ଅନୁଯାୟୀ ଏହି ସମୟ ମଧ୍ୟରେ ସହରରୁ ପ୍ରାୟ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଗାଏବ ହୋଇଯାଇଛି। କିନ୍ତୁ ବିଡମ୍ବନା ଯେ, ଏତେ ସଂଖ୍ୟାରେ ଗଛ କଟାଯାଉଥିଲେ ମଧ୍ୟ ସେହି ଅନୁପାତରେ ବୃକ୍ଷରୋପଣ ହେଉନାହିଁ। ଏହାର ପରିଣାମ ସହରବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ବିଧାୟକଙ୍କ ଲାଗି ନିର୍ମାଣ ହେବାକୁ ଥିବା ବହୁତଳ ଅଟ୍ଟାଳିକା ପାଇଁ ଗଛକଟା ସମ୍ପର୍କରେ ସିଟି ଡିଏଫ୍‌ଓ ଯଶୋବନ୍ତ ବରିହା କହିଛନ୍ତି, ବିକାଶମୂଳକ କାର୍ଯ୍ୟ ପାଇଁ ଗଛକଟା ହେବ। ଏହାର କ୍ଷତିପୂରଣ ବାବଦରେ ପ୍ରକଳ୍ପ କାମ ହାତକୁ ନେଇଥିବା ଓଡ଼ିଶା ବ୍ରିଜ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) ୬୮ଲକ୍ଷ ଟଙ୍କା ଜମା କରିଛି। ବିକାଶ ସହିତ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯିବ। ଏହାର କ୍ଷତିପୂରଣ ପାଇଁ ପାତ୍ରପଡାଠାରେ ୧୨ହଜାର ଗଛ ଲଗାଯିବ। କେବଳ ଗଛ ନୁହେଁ, ବିଭିନ୍ନ କାରଣରୁ ସହରରେ ତାତି ବଢୁଥିବା ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri