ସହରୀ ଭୋଟ: ବିକାଶ, ଦୁର୍ନୀତି ବଡ଼ ପ୍ରସଙ୍ଗ

ଯାଜପୁର ଅଫିସ,୧୦ା୩: ଯାଜପୁର ଜିଲାର ଦୁଇ ସହରବାସୀ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଅପେକ୍ଷାରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବା ପରେ ଏବେ ପୌର ନିର୍ବାଚନ ହେଉଛି। ଜିଲାରେ ବିଜେଡି ସମସ୍ତ ବିଧାନସଭା ଓ ଲୋକ ସଭା ଆସନ ସମେତ ଜିଲା ପରିଷଦ ଅକ୍ତିଆର କରି ସାରିଛି। ଏହି ନିରଙ୍କୁଶ ସଫଳତା ପାଇଁ ପ୍ରାୟ ସମସ୍ତ ନେତା ବିଜେଡି ପଟକୁ ମୁହଁାଇଛନ୍ତି। ଏହି କ୍ରମରେ ଚଳିତ ପୌର ନିର୍ବାଚନରେ ବିଜେଡି ଟିକେଟ ପାଇଁ ଲବି ଜୋର ଧରିଥିଲା। ପୌର ନିର୍ବାଚନରେ ସାଧାରଣତଃ ସହରୀ ଭୋଟର ଭାଗ ନେଇଥାନ୍ତି। ୨୦୧୯ ନିର୍ବାଚନରେ ଜିଲାର ଅଧିକାଂଶ ଆସନରେ ପୋଷ୍ଟାଲ ଭୋଟ ଭାଜପା ସପକ୍ଷରେ ଯାଇଥିଲା। ଲୋକ ସଭା ନିର୍ବାଚନରେ ବିଜେଡିକୁ ୧୫୪୪ ଓ ଭାଜପାକୁ ୪୧୫୬ ପୋଷ୍ଟାଲ ଭୋଟ ମିଳିଥିଲା। ଏଥିରୁ ସଚେତନ ଭୋଟରଙ୍କ ମନ ଭିନ୍ନ ଏବଂ ପ୍ରଥମ ପସନ୍ଦ ଭାଜପା ବୋଲି ସେତେବେଳେ ସ୍ପଷ୍ଟ ହୋଇଥିଲା। ତେଣୁ ଏଥର ପୌର ନିର୍ବାଚନରେ ବି ଶିକ୍ଷିତ ସହରୀ ଭୋଟର ବିକାଶ ଓ ଦୁର୍ନୀତିକୁ ପର୍ଯ୍ୟାଲୋଚନା କରିବେ ବୋଲି ମତପ୍ରକାଶ ପାଇଛି।

ସାଧାରଣତଃ ସଚେତନ ଭୋଟର ଓ ସରକାରୀ କର୍ମଚାରୀମାନେ ପୋଷ୍ଟାଲ ଭୋଟ ଦେଇଥାନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ବ୍ୟାସନଗର ପୌର ପରିଷଦ ରହିଥିବା କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳରେ ଭାଜପାକୁ ୪୧୭ ଓ ବିଜେଡିକୁ ୩୧୩ ପୋଷ୍ଟାଲ ଭୋଟ ଏବଂ ଯାଜପୁର ଟାଉନ ପୌର ପରିଷଦ ରହିଥିବା ଯାଜପୁର ବିଧାନସଭା ଆସନରେ ଭାଜପାକୁ ୫୮୯ ଓ ବିଜେଡିକୁ ୪୮୧ ପୋଷ୍ଟାଲ ଭୋଟ ମିଳିଥିଲା। ଏହାବାଦ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଭାଜପା ୪୧୯ ଓ ବିଜେଡି ୩୪୫, ବରୀରେ ଭାଜପା ୫୪୯ ଓ ବିଜେଡି ୨୪୯, ବଡ଼ଚଣାରେ ଭାଜପା ୪୦୮ ଓ ବିଜେଡି ୨୬୫, ଧର୍ମଶାଳାରେ ଭାଜପା ୩୧୩ ଓ ବିଜେଡି ୫୦୮ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଭାଜପା ୪୨୧ ଓ ବିଜେଡି ୨୮୫ ପୋଷ୍ଟାଲ ଭୋଟ ପାଇଥିଲା। ଏଠାରେ କେବଳ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ପୋଷ୍ଟାଲ ଭୋଟ ଆଗରେ ରହିଥିଲା। ମଧ୍ୟବିତ୍ତ ଓ ବିପିଏଲ୍‌ ପରିବାର ଶ୍ରେଣୀର ଭୋଟର ବିଜେଡିକୁ ଭୋଟ ଦେଇ ବିଜୟୀ କରିଥିବା ସେତେବେଳେ ଜଳଜଳ ହୋଇ ଦିଶିଥିଲା। ବିଜେଡିର ଅଭିଜ୍ଞ ନେତା ଏହି କାରଣକୁ ଭଲ ଭାବେ ବୁଝିପାରିଥିବାବେଳେ ଭାଜପା ମୋଦି ହାୱା ଉପରେ କେବଳ ନିର୍ଭର କରିଥିଲା। ଯଦି ଭାଜପା ତୃଣମୂଳସ୍ତରରେ ପହଞ୍ଚି ପାରିଥାନ୍ତା ତେବେ ନିଶ୍ଚିତ ଭାବେ ସଫଳ ହୋଇ ପାରିଥାନ୍ତା ବୋଲି ସେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପାରେ ବଳିଷ୍ଠ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି। ସବୁଠି ବିଜେଡିର ଶଙ୍ଖନାଦରେ ଭାଜପା ଧରାଶାୟୀ ହୋଇଛି।

ଅଧିକାଂଶ ଶିକ୍ଷିତ ଓ ସହରୀ ଭୋଟର ସାମାନ୍ୟ ଅର୍ଥ ଲାଳସାରେ ନ ପଡ଼ି ଯେକୌଣସି ଦଳର ନେତୃତ୍ୱ ଓ କର୍ମଫଳ ଉପରେ ପର୍ଯ୍ୟାଲୋଚନା କରି ଭୋଟ ଦେଇଥାନ୍ତି। ଏହି କ୍ରମରେ ଯାଜପୁର ସହରରେ ବିକାଶମୁଖୀ ବିଭିନ୍ନ ପ୍ରକଳ୍ପ ଆଶାତୀତ ହେଉଥିବାବେଳେ ବ୍ୟାସନଗର ସହର ସବୁ କ୍ଷେତ୍ରରେ ଅବହେଳିତ। ଯେଉଁ କେତେକ ବିକାଶ କାର୍ଯ୍ୟ ବ୍ୟାସନଗରରେ ହେଉଛି ତାହା ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି, ନଚେତ୍‌ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏଠାକାର ନେତୃବର୍ଗ ନିଜେ ନିଷ୍ପତ୍ତି ନେବାରେ ଅକ୍ଷମ ହେଉଥିବାରୁ ଅନ୍ୟ ଉପରେ ସଦାସର୍ବଦା ଭରସା କରୁଥିବା ଦେଖାଯାଉଛି। ଏଥିରେ ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ଏବଂ ସହରର ବିଭିନ୍ନ ଉନ୍ନୟନ ପ୍ରତି ଥିବା ସେମାନଙ୍କ ଆନ୍ତରିକତା ସହଜେ ଦେଖାଯାଉଛି। ନିର୍ବାଚିତ ପ୍ରତିନିଧି ଏବଂ ବିରୋଧୀ ଦଳ ନେତୃବର୍ଗଙ୍କ ଦୁର୍ବଳତା ପଦାରେ ପଡ଼ିଛି। ଏନେଇ ନିୟମିତ ଭାବେ ଗଣମାଧ୍ୟମ ଏବଂ ସୋସିଆଲ ମଡିଆରେ ଲୋକେ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ସମ୍ପୃକ୍ତ ଲୋକ ପ୍ରତିନିଧିମାନେ କେବଳ ଠିକାଦାରି ରାଜନୀତିରେ ବୁଡି ରହୁଛନ୍ତି ବୋଲି ସାଧାରଣରେ ସମାଲୋଚନା କରାଯାଉଛି।

ଏବେ ବ୍ୟାସନଗର ପୌରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ। ପୌରାଞ୍ଚଳର ଭୌଗୋଳିକ ସ୍ଥିତି ପାଣିକୋଇଲିରୁ ଦାନଗଦି ପର୍ଯ୍ୟନ୍ତ ଲମ୍ବିିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ସହରରେ ନିୟମିତ ଭାବେ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ବିପର୍ଯ୍ୟସ୍ତ ଏହି ସହରର ଅବସ୍ଥାକୁ ଦେଖି ପର୍ଯ୍ୟଟକଙ୍କ ମଧ୍ୟରେ ନକାରାତ୍ମକ ଚିନ୍ତାଧାରା ପ୍ରକାଶ ପାଉଛି। ଟାଉନ୍‌ ହଲ୍‌ କାର୍ଯ୍ୟ ନିର୍ମାଣାଧୀନ ରହିଥିଲେ ହେଁ ସଂସ୍କୃତି ଭବନ ବାହାରେ ଚକାଚକ୍ୟ ଦିଶୁଥିବାବେଳେ ଭିତର ଅବସ୍ଥା ଦୟନୀୟ। ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଶ୍ରୁତିରେ ସୀମିତ ରହିଛି। ଏଭଳି ଅନେକ ବିକାଶ ସ୍ବପ୍ନ ଦେଖାଇ ଦିନ ଗଡ଼ି ଚାଲିଥିବାରୁ ସହରୀ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଭରିରହିଛି। ହେଲେ କେତେଦୂର ନିର୍ବାଚନରେ ପ୍ରତିଫଳିତ ତାହା ଫଳ ପ୍ରକାଶ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri