Categories: ଜାତୀୟ

ରାଜସ୍ଥାନ ସଙ୍କଟ ମଧ୍ୟରେ ଏହି ରାଜ୍ୟର ୬ଜଣ ସଦସ୍ୟ ହାତ ଛାଡ଼ି ଧରିଲେ ପଦ୍ମ

ଇମ୍ଫାଲ,୩୦।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମଣିପୁର ଇମ୍ଫାଲ ନଗର ନିଗମରେ କଂଗ୍ରେସର ୬ଜଣ ଓ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ଜଣେ ସଦସ୍ୟ ଭାଜପାରେ ଯୋଗଦେଇଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂହ ଓ ଭାଜପା ପ୍ରଦେଶ ଅଧ୍ୟକ୍ଷ ପ୍ରୋଫେସର ଏସ୍‌. ତିକେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ବୁଧବାର ସମସ୍ତ ସଦସ୍ୟ ଭାଜପାରେ ସାମିଲ ହୋଇଛନ୍ତି। ଉକ୍ତ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଦଳରେ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Share