Categories: ଜାତୀୟ

ମଝି ଆକାଶରେ ଦୁଇଖଣ୍ଡ ହେଲା ବାୟୁସେନା ମିରାଜ ବିମାନ…

ଭୋପାଳ,୨୧।୧୦: ମଝି ଆକାଶରେ ବାୟୁସେନାର ମିରାଜ ଯୁଦ୍ଧ ବିମାନ ଦୁଇଖଣ୍ଡ ହୋଇଯାଇଛି। ତେବେ ପାଇଲଟ ସୁରକ୍ଷିତ ରହିଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳର ମନକାବାଗ୍‌ ଗାଁରେ ଏଭmଳି ଅଭାବନୀୟ ଘଟଣା ଘଟିଛି। ତେବେ ଏଥିରେ ଥିବା ପାଇଲଟ ଅଭିଳାଷ ପାରାଶୁଟ୍‌ରେ ସୁରକ୍ଷିତ ଭାବେ ଅବତରଣ କରିବାରେ ସଫଳ ରହିଛନ୍ତି।

ସେ ଗ୍ବାଲିୟରର ବାୟୁସେନା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିିଥିଲେ। କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପାଇଲଟଙ୍କ ପାରାଶୁଟରେ ସୁରକ୍ଷିତ ଅବତରଣ ଏବଂ ବିମାନ ଦୁର୍ଘଟଣାର ଭିଡ଼ିଓ କେତେକ ଗ୍ରାମବାସୀ ମୋବାଇଲ କ୍ୟାମେରା ଦ୍ୱାରା ଶୁଟିଂ କରିଛନ୍ତି। ଏବେ ଏହା ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପାଇ ବାୟୁସେନା ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମିରାଜ ଯୁଦ୍ଧ ବିମାନଟି କେଉଁ କାରଣରୁ ମଝି ଆକାଶରେ ଦୁଇଖଣ୍ଡ ହୋଇଛି ତାହାର ତଦନ୍ତ ଜାରି ରହିଛି। ବିମାନର ଭଗ୍ନାବଶେଷ ଗାଁର ଚାଷ ଜମିରେ ବିଛାଡ଼ି ହୋଇ ପଡ଼ିଛି।

Share