ଭୁବନେଶ୍ୱର, ୧୦।୯ (ବନ୍ଦନା ସେଠୀ)କିଛିଦିନର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ଅପରାହ୍ନରେ ୧୦ରୁ ଅଧିକ ଉଠାଦୋକାନୀ ମାର୍କେଟ ଭିତରେ ବ୍ୟବସାୟ କରିବାକୁ ଯାଇଥିବାବେଳେ ମାର୍କେଟ ଆସୋସିଏଶନ୍ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କଥା କଟାକଟି ହେବା ସହ ହାତାହାତି ପରିସ୍ଥିତି ହୋଇଥିଲା। ଶେଷରେ ଦୁଇପକ୍ଷ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ କାହା ନାମରେ ମାମଲା ହୋଇ ନ ଥିବା ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।
ଘଟଣାନୁଯାୟୀ, ମାର୍କେଟ ବିଲ୍ଡିଂରେ ଉଠାଦୋକାନୀମାନେ ବ୍ୟବସାୟ କରି ପାରିବେ ନାହିଁ ବୋଲି ବିଏମ୍ସି ସ୍ପଷ୍ଟ କରିବା ପରେ କିଛିଦିନ ଧରି ସ୍ବଭାବିକ ଭାବେ ବ୍ୟବସାୟ ଚାଲିଥିଲା। ତେବେ ଏହାକୁ ନେଇ କିଛି ବ୍ୟବସାୟୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଏମ୍ସି ସେମାନଙ୍କୁ ଥଇଥାନ ନ କରିବା ଯାଏ ସେମାନେ ମାର୍କେଟରେ ବେପାର କରି ପାରିବେ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବା ବ୍ୟବସାୟୀ ସଂଘ ଦାବି କରିଛି। ତେଣୁ ଆସୋସିଏଶନ୍ ତାଙ୍କୁ ବାରଣ କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ଉଠାଦୋକାନୀମାନେ ମିଛ କହୁଛନ୍ତି। ସେଭଳି କିଛି ଆଦେଶ ହାଇକୋର୍ଟ ଦେଇ ନ ଥିବା ଆସୋସିଏଶନ୍ ପକ୍ଷରୁ ଦାବି କରାଯାଉଛି। ଏହାକୁ ନେଇ ଦୁଇପକ୍ଷ ହାତାହାତି ହୋଇଥିଲେ। ଏପରିକି ଘଟଣା ସମୟରେ ଆସୋସିଏଶନ୍ ପକ୍ଷରୁ ନିଯୁକ୍ତ ହୋଇଥିବା ସିକ୍ୟୁରିଟି ଗାର୍ଡ ଏହାର ରେକର୍ଡିଂ କରୁଥିବାବେଳେ ଉଠାଦୋକାନୀ ତାହାକୁ ଛଡାଇବା ସହ ତାଙ୍କ ଡ୍ରେସ୍ ଚିରିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାନେଇ କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, ଦୁଇପକ୍ଷ ସେମାନଙ୍କ ସପକ୍ଷରେ ଅର୍ଡର ଦେଖାଉଛନ୍ତି। ତେଣୁ କେଉଁଟା ସତ ତାହା ଦେଖିବାକୁ ପଡିବ। ପୁଣି ସ୍ଥାୟୀ, ଅସ୍ଥାୟୀ ଦୋକାନୀ ଏବଂ ବିଏମ୍ସି ଏହି ୩ପକ୍ଷ ମୁହଁାମୁହଁି ହେଉ ନ ଥିବାରୁ ସମସ୍ୟାର ସମାଧାନ ବାହାରି ପାରୁନାହିଁ। ସେହିପରି ନିୟମ ନ ଥିବାରୁ ମାର୍କେଟରେ କୌଣସି ଉଠାଦୋକାନୀ ବସି ପାରିବେ ନାହିଁ ବୋଲି ଆସୋସିଏଶନ୍ ଜିଦ୍ ଧରି ବସିଛି।
ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ
ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...
ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ
ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...
ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…
ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...
ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା
ଇସଲାମାବାଦ୍,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...
ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ
ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...
ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….
ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...
ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍
ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...
କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ
ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...
Archives


