ଭୁବନେଶ୍ୱର, ୧୦।୯ (ବନ୍ଦନା ସେଠୀ)କିଛିଦିନର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ବ୍ୟବସାୟ କରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ଅପରାହ୍ନରେ ୧୦ରୁ ଅଧିକ ଉଠାଦୋକାନୀ ମାର୍କେଟ ଭିତରେ ବ୍ୟବସାୟ କରିବାକୁ ଯାଇଥିବାବେଳେ ମାର୍କେଟ ଆସୋସିଏଶନ୍ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। କଥା କଟାକଟି ହେବା ସହ ହାତାହାତି ପରିସ୍ଥିତି ହୋଇଥିଲା। ଶେଷରେ ଦୁଇପକ୍ଷ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ କାହା ନାମରେ ମାମଲା ହୋଇ ନ ଥିବା ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।
ଘଟଣାନୁଯାୟୀ, ମାର୍କେଟ ବିଲ୍ଡିଂରେ ଉଠାଦୋକାନୀମାନେ ବ୍ୟବସାୟ କରି ପାରିବେ ନାହିଁ ବୋଲି ବିଏମ୍ସି ସ୍ପଷ୍ଟ କରିବା ପରେ କିଛିଦିନ ଧରି ସ୍ବଭାବିକ ଭାବେ ବ୍ୟବସାୟ ଚାଲିଥିଲା। ତେବେ ଏହାକୁ ନେଇ କିଛି ବ୍ୟବସାୟୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଏମ୍ସି ସେମାନଙ୍କୁ ଥଇଥାନ ନ କରିବା ଯାଏ ସେମାନେ ମାର୍କେଟରେ ବେପାର କରି ପାରିବେ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବା ବ୍ୟବସାୟୀ ସଂଘ ଦାବି କରିଛି। ତେଣୁ ଆସୋସିଏଶନ୍ ତାଙ୍କୁ ବାରଣ କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ଉଠାଦୋକାନୀମାନେ ମିଛ କହୁଛନ୍ତି। ସେଭଳି କିଛି ଆଦେଶ ହାଇକୋର୍ଟ ଦେଇ ନ ଥିବା ଆସୋସିଏଶନ୍ ପକ୍ଷରୁ ଦାବି କରାଯାଉଛି। ଏହାକୁ ନେଇ ଦୁଇପକ୍ଷ ହାତାହାତି ହୋଇଥିଲେ। ଏପରିକି ଘଟଣା ସମୟରେ ଆସୋସିଏଶନ୍ ପକ୍ଷରୁ ନିଯୁକ୍ତ ହୋଇଥିବା ସିକ୍ୟୁରିଟି ଗାର୍ଡ ଏହାର ରେକର୍ଡିଂ କରୁଥିବାବେଳେ ଉଠାଦୋକାନୀ ତାହାକୁ ଛଡାଇବା ସହ ତାଙ୍କ ଡ୍ରେସ୍ ଚିରିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାନେଇ କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, ଦୁଇପକ୍ଷ ସେମାନଙ୍କ ସପକ୍ଷରେ ଅର୍ଡର ଦେଖାଉଛନ୍ତି। ତେଣୁ କେଉଁଟା ସତ ତାହା ଦେଖିବାକୁ ପଡିବ। ପୁଣି ସ୍ଥାୟୀ, ଅସ୍ଥାୟୀ ଦୋକାନୀ ଏବଂ ବିଏମ୍ସି ଏହି ୩ପକ୍ଷ ମୁହଁାମୁହଁି ହେଉ ନ ଥିବାରୁ ସମସ୍ୟାର ସମାଧାନ ବାହାରି ପାରୁନାହିଁ। ସେହିପରି ନିୟମ ନ ଥିବାରୁ ମାର୍କେଟରେ କୌଣସି ଉଠାଦୋକାନୀ ବସି ପାରିବେ ନାହିଁ ବୋଲି ଆସୋସିଏଶନ୍ ଜିଦ୍ ଧରି ବସିଛି।
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…
ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…
ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….
ନୂଆଦିଲ୍ଲୀ,୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…
ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ
ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…
Archives

