ମୁକ୍ତି ସଂଗ୍ରାମରେ…

ଭାରତୀୟ ମୁକ୍ତି ସଂଗ୍ରାମରେ କଟକ ନଗରର ଅବଦାନ ଅନେକ। ଏହିଠାରୁ ରାଜ୍ୟର କୋଣ ଅନୁକୋଣକୁ ପ୍ରତିଧ୍ୱନିତ୍ୱ ହେଉଥିଲା ସଂଗ୍ରାମର ଡାକ ଓ ରାଜ୍ୟବ୍ୟାପୀ ସୃଷ୍ଟି କରୁଥିଲା ନବଜାଗରଣ। ସ୍ବାଧୀନତା ଆନ୍ଦୋଳନର ଅନେକ ଶିଖର ପୁରୁଷଙ୍କ ପାଦ କଟକ ମାଟିରେ ପଡ଼ିଛି ଓ ଏଇ ମାଟିରୁ ହିଁ ସୃଷ୍ଟି ହୋଇଛନ୍ତି ଓଡ଼ିଶାର ଅନେକ କ୍ରାନ୍ତିକାରୀ ପୁରୁଷ। ମୁକ୍ତିସଂଗ୍ରାମର ସେଇ ଘଟଣାବହୁଳ ଇତିହାସର ମୂକ ସାକ୍ଷୀ ସ୍ବରାଜ ଆଶ୍ରମ, କାଠଯୋଡ଼ି କୂଳ, ଚୌଧୁରୀ ନିବାସ, ରେଭେନ୍‌ଶା, ଗୁଣନିଧି ଭବନ ଓ ଦରଘାବଜାର ଜେଲ୍‌।

ସ୍ବରାଜ ଆଶ୍ରମରୁ କ୍ରାନ୍ତିକାରୀଙ୍କ ଅଭ୍ୟୁଦୟ
ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ତୁଡିଶାଳ ଭାବେ ପରିଚିତ ସ୍ବରାଜ ଆଶ୍ରମ କଟକର ସାହେବଜାଦା ବଜାରରେ ରହିଛି। ମହାତ୍ମା ଗାନ୍ଧୀ ଏଠାରେ ଦିନ କାଟିଛନ୍ତି। ଗାନ୍ଧିଜୀ ଯେଉଁ କୋଠରିରେ ରହିଥିଲେ, ଏବେ ସେଠାରେ ତାଙ୍କର ପ୍ରତିମୂର୍ତ୍ତି ରଖାଯାଇଛି। ମୋତିଲାଲ ନେହେରୁ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ରାଜ ଗୋପାଳଚାରୀ, ଡ. ରାଜେନ୍ଦ୍ର ପ୍ରସାଦଙ୍କ ଭଳି ବିଶାଳ ବ୍ୟକ୍ତିତ୍ୱ ଏଠାକୁ ଆସିଛନ୍ତି।
କାଠଯୋଡ଼ି କୂଳରେ ଅସହଯୋଗ ଆନ୍ଦୋଳନର ସମାବେଶ
ଗୋପବନ୍ଧୁ ୧୯୨୧ ଜାନୁୟାରୀ ୨୪ରେ କାଠଯୋଡ଼ି ନଦୀକୂଳରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରି ଅସହଯୋଗ ଆନ୍ଦୋଳନରେ ସାମିଲ ହେବାକୁ କଟକବାସୀଙ୍କୁ ଆହ୍ବାନ ଦେଇଥିଲେ। ସେହିବର୍ଷ ମାର୍ଚ୍ଚ ୨୩ ତଥା ଦୋଳପୂର୍ଣ୍ଣମୀରେ ମହାତ୍ମା ଗାନ୍ଧୀ କଟକରେ ପହଞ୍ଚତ୍ଥିଲେ। ଉକ୍ତଦିନ ସନ୍ଧ୍ୟାରେ କାଠଯୋଡ଼ି ବାଲିରେ ଏକ ବିରାଟ ସାଧାରଣ ସଭାରେ ଗାନ୍ଧିଜୀ ଉଦ୍‌ବୋଧନ ଦେଇଥିଲେ। ପ୍ରାୟ ୫୦ ହଜାର ଲୋକ ସଭାରେ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଡ. ହରେକୃଷ୍ଣ ମହତାବ ତାଙ୍କର ‘ଗାନ୍ଧିଜୀ ଓ ଓଡ଼ିଶା’ ପୁସ୍ତକରେ ଲେଖିଛନ୍ତି।
ଆଇନ ଅମାନ୍ୟ ଆନ୍ଦୋଳନରେ କଟକ
୧୯୩୦ ଡିସେମ୍ବର ୧୩ରେ କଟକସ୍ଥିତ କଂଗ୍ରେସ ଅଫିସରେ ତାଲା ଝୁଲାଇ ଦିଆଯିବା ଯୋଗୁ ତା’ ପରଦିନ ସମଗ୍ର କଟକରେ ପୂର୍ଣ୍ଣ ହରତାଳ ଦେଖିବାକୁ ମିଳିଥିଲା। ଏହାକୁ ନଜରରେ ରଖି ବ୍ରିଟିଶ ସରକାର ପୂର୍ବରୁ ମାଳତୀ ଚୌଧୁରୀ, ଲିଙ୍ଗରାଜ ମିଶ୍ରଙ୍କ ସମେତ ଅନେକ ବଡ଼ ନେତାଙ୍କୁ ଗିରଫ କରି ନେଇଥିଲେ। ଗାନ୍ଧିଜୀଙ୍କ ଆହ୍ବାନ ପରେ ଆଇନ ଅମାନ୍ୟ ଆନ୍ଦୋଳନ କଟକର କୋଣ ଅନୁକୋଣକୁ ସଞ୍ଚରି ଯାଇଥିତ୍ଲା।
ଚୌଧୁରୀ ନିବାସରୁ ଇଞ୍ଚୁଡ଼ି ସତ୍ୟାଗ୍ରହର ସୂତ୍ରପାତ
ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଥିଲେ। କଟକ ବାଖରାବାଦସ୍ଥିତ ତାଙ୍କର ପୈତୃକ ଗୃହ ଆନ୍ଦୋଳନର ଅନ୍ୟତମ ମୂକସାକ୍ଷୀ। ୧୯୩୦ ଜାନୁୟାରୀ ୨୬କୁ ପୂର୍ଣ୍ଣ ସ୍ବରାଜ ଦିବସ ଘୋଷଣା କରାଯିବା ପରେ ଏହି ଚୌଧୁରୀ ନିବାସରେ ହିଁ ଜାତୀୟ ପତାକା ଉଡ଼ିଥିଲା। ସେହିଦିନ ଅପରାହ୍ନରେ ଗୋପବନ୍ଧୁ ଚୌଧୁରୀ ସ୍ବରାଜର ସଙ୍କଳ୍ପନା ପାଠ କରାଇଥିଲେ। ଏହି ଘର ପିଣ୍ଡାରୁ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଇଞ୍ଚୁଡି ଲବଣ ସତ୍ୟାଗ୍ରହ ଯାତ୍ରା ଆରମ୍ଭ କରାଯାଇଥିଲା। ପରେ କେନ୍ଦ୍ରାପଡ଼ାରେ ଗୋପବନ୍ଧୁ ଗିରଫ ହୋଇଥିଲେ। ସେଠାରୁ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ଏହି ଯାତ୍ରା ଇଞ୍ଚୁଡିରେ ପହଞ୍ଚତ୍ଥିଲା। ବର୍ତ୍ତମାନ ଏହି ସ୍ଥାନରେ ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି କାର୍ଯ୍ୟ କରୁଛି।
ଆନ୍ଦୋଳନକୁ ଓହ୍ଲାଇଥିଲେ ରେଭେନ୍‌ଶା ଛାତ୍ରଗୋଷ୍ଠୀ
ରେଭେନ୍‌ଶା ବିଶ୍ୱବିଦ୍ୟାଳୟସ୍ଥିତ ହେରିଟେଜ ହଲ୍‌ରେ ସ୍ବାଧୀନ ଓଡ଼ିଶାର ପ୍ରଥମ ବିଧାନସଭା ବୈଠକ ବସିଥିଲା। ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଅଗ୍ରୱାଲ ଏକଦା ନିଜ ସାକ୍ଷାତ୍‌କାରରେ କହିଥିଲେ, ରେଭେନ୍‌ଶା କଲେଜରେ ପାଠପଢ଼ା ସମୟରୁ ଅନେକ ଛାତ୍ର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ବାନରେ ରେଭେନ୍‌ଶା ଛାତ୍ର ଗୋଷ୍ଠୀ ସ୍ବାଧୀନତା ଆନ୍ଦୋଳନକୁ ଓହ୍ଲାଇଥିଲେ।
ଗୁଣନିଧି ଭବନରେ ପ୍ରସ୍ତୁତ ହେଉଥିଲା ବିପ୍ଳବର ବ୍ଲୁ ପ୍ରିଣ୍ଟ
ଥୋରିଆସାହିସ୍ଥିତ ଗୁଣନିଧି ଭବନ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସ୍ମାରକୀ ପୀଠ। ସଂଗ୍ରାମୀ ଗୁଣନିଧି ମହାନ୍ତି ସଂଗ୍ରାମୀମାନଙ୍କୁ ଏହି ଭବନରେ ଆଶ୍ରୟ ଦେଉଥିଲେ ଓ ଏଠାରେ ବ୍ରିଟିଶ ସରକାର ବିରୋଧରେ ବିପ୍ଳବର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା। ଭୂଦାନ ଆନ୍ଦୋଳନ, ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ଼ ଆନ୍ଦୋଳନରେ ଏହି ଭବନର ବହୁତ ଅବଦାନ ରହିଥିଲା।
ଦରଘାବଜାର ଜେଲ୍‌ରେ ବନ୍ଦୀ ଥିଲେ ବିଶିଷ୍ଟ ସଂଗ୍ରାମୀ
କଟକ ଦରଘାବଜାରରେ ରହିଛି ରାଜ୍ୟର ପୁରାତନ ଜେଲ। ୧୮୬୩ରେ ଇଂରେଜମାନେ ଏହାକୁ ନିର୍ମାଣ କରିଥିଲେ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଭଳି ଅନେକ ସଂଗ୍ରାମୀ ଏଠାରେ ବନ୍ଦୀ ଜୀବନ କାଟିଥିଲେ। ରାଜ୍ୟ ସରକାର ୨୦୧୦ରେ ଏହାକୁ ସ୍ମାରକୀ ଘୋଷଣା କରିଥିଲେ।
– ରିପୋର୍ଟ: ଅଶୋକ କୁମାର ବାରିକ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri