ଶେଷ ପର୍ଯ୍ୟାୟରେ ୩ ରଥର ଅଖ ନିର୍ମାଣ

ପୁରୀ ଅଫିସ,୧୮ା୫: ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୮ଟି ଚକର ନିର୍ମାଣ ସରିଥିବା ବେଳେ ଗୁରୁବାର ବାକି ୪ ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଧ୍ୱଜ ରଥର ଶେଷ ଦୁଇଟି ଚକର ତୁମ୍ବ ଅରରେ ପଇ ସଂଯୋଗ ପୂର୍ବକ ପଇରେ କିଳାବାଡ଼ିଆ ସହ ପଇ ସଂଯୋଗ ସ୍ଥଳରେ କାପ ବା କଳସା କାର୍ଯ୍ୟ ଜାରି ରହିଛି। ସେହିପରି ଦର୍ପଦଳନ ଓ ନନ୍ଦିଘୋଷ ରଥର ଶେଷ ଚକ ଦ୍ୱୟର ତୁମ୍ବଅରରେ ପଇପିନ୍ଧା ସରି ପଇକଳଶା କାମ ଚାଲିଛି। ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ଗୋଟିଏ ଲେଖାଏ ପଡ଼ିନାହାକା ଅଖର ଆଁଶମରା କାର୍ଯ୍ୟ ଚାଲୁ ରହିଛି। ଗୁରୁବାର ତିନି ରଥର ଅଖ ଓ ଚକ ନିର୍ମାଣ ସରିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ତିନି ରଥର ୧୨ଟି ଲେଖାଏ ୨୦ ଫୁଟିଆ ଚଉତା କାଠର ଚଉପଟ ଶେଷହୋଇ ସମସ୍ତ ଚଉତାର ଦୁଇମୁହଁ କାପ କରାଯାଇଛି। ଗୁରୁବାର ଚଉତା କାଠର ଦୁଇ ମୁହଁରେ ବିନ୍ଧ ଅନୁକୂଳ କାର୍ଯ୍ୟ ହେବ, ସେଥିପାଇଁ ମହାରଣାମାନେ ଚଉତାଗୁଡିକରେ ମାପଚିହ୍ନ ମାରିଛନ୍ତି। ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣ ପାଇଁ ୪ଟି ଲେଖାଏ ଚଉତା କାଠ ଆବଶ୍ୟକ ହୋଇଥାଏ। ଏହା ରଥର ଚାରି ନାହାକା ଉପରେ ସଂଯୋଗ କରଯାଇଥାଏ। କରତି ସେବକମାନେ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳର ଚିରଟ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ପୋଲ ଗୟଳ କାଠର ଦୁଇପାଶର୍‌ବ ଚିତା କାର୍ଯ୍ୟ ଆରମ୍ଭ ହେବ। ରୂପକାର ସେବକମାନେ ତିନିରଥର କୋଣଗୁଜଗୁଡିକରେ ରୂପ କାର୍ଯ୍ୟ ଖୋଦେଇ ସହ ପଲିସ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ତିଆରିରେ ବ୍ୟସ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri