ଶେଷ ପର୍ଯ୍ୟାୟରେ ୩ ରଥର ଅଖ ନିର୍ମାଣ

ପୁରୀ ଅଫିସ,୧୮ା୫: ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୮ଟି ଚକର ନିର୍ମାଣ ସରିଥିବା ବେଳେ ଗୁରୁବାର ବାକି ୪ ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତାଳଧ୍ୱଜ ରଥର ଶେଷ ଦୁଇଟି ଚକର ତୁମ୍ବ ଅରରେ ପଇ ସଂଯୋଗ ପୂର୍ବକ ପଇରେ କିଳାବାଡ଼ିଆ ସହ ପଇ ସଂଯୋଗ ସ୍ଥଳରେ କାପ ବା କଳସା କାର୍ଯ୍ୟ ଜାରି ରହିଛି। ସେହିପରି ଦର୍ପଦଳନ ଓ ନନ୍ଦିଘୋଷ ରଥର ଶେଷ ଚକ ଦ୍ୱୟର ତୁମ୍ବଅରରେ ପଇପିନ୍ଧା ସରି ପଇକଳଶା କାମ ଚାଲିଛି। ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ଗୋଟିଏ ଲେଖାଏ ପଡ଼ିନାହାକା ଅଖର ଆଁଶମରା କାର୍ଯ୍ୟ ଚାଲୁ ରହିଛି। ଗୁରୁବାର ତିନି ରଥର ଅଖ ଓ ଚକ ନିର୍ମାଣ ସରିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ତିନି ରଥର ୧୨ଟି ଲେଖାଏ ୨୦ ଫୁଟିଆ ଚଉତା କାଠର ଚଉପଟ ଶେଷହୋଇ ସମସ୍ତ ଚଉତାର ଦୁଇମୁହଁ କାପ କରାଯାଇଛି। ଗୁରୁବାର ଚଉତା କାଠର ଦୁଇ ମୁହଁରେ ବିନ୍ଧ ଅନୁକୂଳ କାର୍ଯ୍ୟ ହେବ, ସେଥିପାଇଁ ମହାରଣାମାନେ ଚଉତାଗୁଡିକରେ ମାପଚିହ୍ନ ମାରିଛନ୍ତି। ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣ ପାଇଁ ୪ଟି ଲେଖାଏ ଚଉତା କାଠ ଆବଶ୍ୟକ ହୋଇଥାଏ। ଏହା ରଥର ଚାରି ନାହାକା ଉପରେ ସଂଯୋଗ କରଯାଇଥାଏ। କରତି ସେବକମାନେ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳର ଚିରଟ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ପୋଲ ଗୟଳ କାଠର ଦୁଇପାଶର୍‌ବ ଚିତା କାର୍ଯ୍ୟ ଆରମ୍ଭ ହେବ। ରୂପକାର ସେବକମାନେ ତିନିରଥର କୋଣଗୁଜଗୁଡିକରେ ରୂପ କାର୍ଯ୍ୟ ଖୋଦେଇ ସହ ପଲିସ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ତିଆରିରେ ବ୍ୟସ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri