Categories: ଖେଳ

ଗତ ୮ ବର୍ଷରେ କୋହଲିଙ୍କ ଓଜନ ବଢିଛି ମାତ୍ର ଏତିକି ଗ୍ରାମ

ନୂଆଦିଲ୍ଲୀ,୬।୧୧। ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ତଥା ରନ ମେସିନ ବିରାଟ କୋହଲି କେବଳ ଚଳିତ ଦଶନ୍ଧିର ବିପଜ୍ଜନକ ବ୍ୟାଟ୍ସମ୍ୟାନ ନୁହଁନ୍ତି, ବରଂ ସେ ଜଣେ ଫିଟ ଖେଳାଳି ଭାବରେ ମଧ୍ୟ ଜଣାଶୁଣା। ସେ ଦୁନିଆର ସବୁଠାରୁ ଚମତ୍କାର ଫିଲ୍ଡରମାନଙ୍କ ମଧ୍ୟରୁ ଜଣେ। ଏକ ସାକ୍ଷାତକାର ସମୟରେ ବିରାଟ କୋହଲି ତାଙ୍କର ଉଚ୍ଚତା, ଓଜନ ଏବଂ ପ୍ରିୟ ମିଠା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ବୋଧହୁଏ ୫ ଫୁଟ ୧୧ ଇଞ୍ଚ। ଗତ ୮ ବର୍ଷ ମଧ୍ୟରେ ତାଙ୍କ ଓଜନ ମାତ୍ର ୫୦୦ ଗ୍ରାମ ବୃଦ୍ଧି ପାଇଛି। ଅର୍ଥାତ୍‌ ସେ ଗତ ୮ ବର୍ଷରେ ୭୪.୫ କିଲୋଗ୍ରାମରୁ ୭୫ କିଲୋଗ୍ରାମକୁ ବୃଦ୍ଧି ପାଇଛନ୍ତି।
ବିରାଟ କୋହଲି ପ୍ରାୟତଃ ମିଠା ଠାରୁ ଦୂରେଇ ରୁହନ୍ତି, କିନ୍ତୁ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ସେ ମାଲୱା ପୁଡିଙ୍ଗଙ୍କୁ ପସନ୍ଦ କରନ୍ତି, ଯାହା ଦକ୍ଷିଣ ଆଫ୍ରିକାର ମିଠା ଅଟେ। ଜାହିର ଖାନ ତାଙ୍କୁ ଏହି ମିଠା ଖାଇବାକୁ କହିଥିଲେ। ଦେଶୀ ମିଠାରେ ସେ ଗାଜର ହାଲୱା ବହୁତ ପସନ୍ଦ କରନ୍ତି। ସେ ଘରେ ରାଗି ହାଲଓ୍ବା ମଧ୍ୟ ତିଆରି କରନ୍ତି।
କୋହଲି ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ଟି-୨୦ ବିଶ୍ୱକପରେ ଦୁଇଥର ‘ମ୍ୟାନ ଅଫ ଦି ଟୁର୍ନାମେଣ୍ଟ’ ହୋଇଛନ୍ତି। ତିନି ଅର୍ଦ୍ଧଶତକ ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟରୁ ବାହାରି ଆସିଛନ୍ତି।

Share