Categories: ଜାତୀୟ

ହିମାଳୟରେ ରହିଛି ପ୍ରାଚୀନ ସମୁଦ୍ର

ନୂଆଦିଲ୍ଲୀ,୨୮ା୭:ହିମାଳୟ ପର୍ବତମାଳାରେ ପ୍ରାଚୀନ ହିମାଳୟର ଅବଶେଷ ରହିଥିବା ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଓଏସ୍‌ସି) ଏବଂ ଜାପାନର ନିଗାଟା ୟୁନିଭର୍ସିଟିର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି। ହିମାଳୟ ଆଭ୍ୟନ୍ତରରେ ଥିବା ଖଣିଜ ମଧ୍ୟରୁ ବୈଜ୍ଞାନିକମାନେ ଜଳବିନ୍ଦୁର ସନ୍ଧାନ ପାଇଛନ୍ତି, ଯାହା ପ୍ରାୟ ୬୦ କୋଟି ବର୍ଷର ପୁରୁଣା। ପୃଥିବୀ ଅତୀତର ଗୁରୁତ୍ୱପୂର୍ଣ୍ଣ ଅକ୍ସିଜେନେଶନ ପ୍ରକ୍ରିୟା ଉପରେ ଏହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇପାରେ ବୋଲି କୁହାଯାଉଛି।
ପ୍ରିକାମ୍ବ୍ରିଆନ ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ହିମାଳୟ ଆଭ୍ୟନ୍ତରରେ ଗଚ୍ଛିତ ଖଣିଜ ସାମଗ୍ରୀ ମଧ୍ୟରେ କାଲ୍‌ସିୟମ ଏବଂ ମାଗ୍ନେସିୟମ କାର୍ବୋନେଟ୍‌ ରହିଛି। ପାଲେଓ ଓସନ ପାଇଁ ଏହା ଟାଇମ୍‌ କ୍ୟାପ୍‌ସୁଲ ସଦୃଶ ବୋଲି ଆଇଆଇଏସ୍‌ସିରେ ସେଣ୍ଟର ଫର୍‌ ଆର୍ଥ ସାଇନ୍ସର ପିଏଚ୍‌.ଡି. ଛାତ୍ର ପ୍ରକାଶ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି। ବୈଜ୍ଞାନିକମାନଙ୍କ ଅନୁଯାୟୀ ୫୦୦ରୁ ୭୦୦ ନିୟୁତ ବର୍ଷ ପୂର୍ବେ ପୃଥିବୀ ଦୀର୍ଘ ସମୟ ହିମାଚ୍ଛଦିତ ଥିଲା, ଯାହା ସ୍ନୋବଲ୍‌ ଆର୍ଥ ଗ୍ଲାସିଏଶନ ଭାବେ ଜଣାଶୁଣା। ଏହା ପରେ ଦ୍ୱିତୀୟ ଗ୍ରେଟ ଅକ୍ସଜେରେରେଶନ ଇଭେଣ୍ଡ ବାୟୁମଣ୍ଡଳୀୟ ଅମ୍ଳଜାନ ସ୍ତର ସୃଷ୍ଟି କରିବା ସହ ଜଟିଳ ଜୈବ ବିବର୍ତ୍ତନ ହୋଇଥିଲା। ତେବେ ଉତ୍ତର ସଂରକ୍ଷିତ ଜୀବାଶ୍ମର ଅଭାବ ଏବଂ ପ୍ରାଚୀନ ସମୁଦ୍ର ଅନ୍ତର୍ଦ୍ଧାନ ହୋଇଯିବାରୁ ଏହିସବୁ ପ୍ରକ୍ରିୟା ସହ ସମ୍ପୃକ୍ତ ରହସ୍ୟମୟ ହୋଇ ରହିଯାଇଥିବା ବୈଜ୍ଞାନିକମାନେ କହିଛନ୍ତି।

Share