ଗଞ୍ଜାମ ଏନ୍‌ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୦, ୧ ମୃତ

ଗଞ୍ଜାମ,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି l ଏହି ଏନ୍‌ଏସିରେ ଗତ ଜୁନ୍‌ ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ l ବର୍ତ୍ତମାନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଛି। ଏଥିମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ଜଣ ଏବେବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେବଳ ଜଣେ ବ୍ୟକ୍ତି କରୋନାରେ ମୃତ୍ୟ ବରଣ କରିଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ କହିଛନ୍ତି। କରୋନା ଚି଼ହ୍ନଟ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ୱାର୍ଡଗୁଡିକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି  । ସପ୍ତାହକୁ ୨ଥର ପ୍ରତ୍ୟେକ ୱାର୍ଡ ସାନିଟାଇଜ୍‌ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଇଓ ଦାସ ସୂଚନା ଦେଇଛନ୍ତି । କରୋନା ମୁକାବିଲା ନିମନ୍ତେ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି ଓ ବରିଷ୍ଠ ନାଗରିକ ସହଯୋଗ କରିଥିବା ଏନ୍‌ଏସି ଇଓ ଦାସ କହିଛନ୍ତି ।