ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ

ଜି. ଉଦୟଗିରି ୧୪।୬(ଡି.ଏନ୍‌.ଏ. ): କନ୍ଧମାଳ ଜିଲା ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସେବାୟତ ପୂଜାର୍ଚ୍ଚନା କରିଥିଲେ। ପରେ ରୀତିନୀତିରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଇଥିଲା । ସ୍ନାନଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର କମିଟି ସଭାପତି ରାଜେନ୍ଦ୍ର ମହାପାତ୍ର , ଉପଦେଷ୍ଟା ବିନୋଦ ବିହାରୀ ଦାଶ, କେ ରାମ କୃଷ୍ଣ ପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।