Categories: ଜାତୀୟ

ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ଶେଷ ହେବ ପ୍ରଚାର, ଭାଜପା ଜାରି କରିବ ଘୋଷଣା ପତ୍ର

ଲକ୍ଷ୍ନୌ,୮ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରଚାର ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହେବ । ଏଥିରେ ପଶ୍ଚିମ ୟୁପିର ୧୧ ଜିଲା ମିରଠ, ଗାଜିଅ।।ବଦ, ଗୌତମବୁଦ୍ଧ ନଗର, ହାପୁଡ, ବାଗପତ, ବୁଲନ୍ଦସର, ମୁଜଫରନଗର, ଶାବଲୀ, ଅଲିଗଡ଼, ମଥୁରା ଓ ଆଗ୍ରାର ୫୮ ଆସନ ପାଇଁ ୧୦ େ ଫବୃୟାରୀରେ ଭୋଟ ଗ୍ରହଣ କରାଯିବ । ଏହି ପ୍ରଥମ ପର୍ଯ୍ୟାୟ ମତଦାନରେ ୨.୨୭ କୋଟି ଲୋକ ସେମାନଙ୍କ ମତ ସାବ୍ୟସ୍ତ୍ୟ କରିବେ । ଏସବୁ ଜିଲାରେ ପ୍ରାୟ ୧୦୭୬୬ ମତଦାନ କେନ୍ଦ୍ର ଖୋଲାଯାଇଛି । ସୂଚନାଯୋଗ୍ୟ, ନିର୍ବାଚନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରି ପ୍ରାୟ ୩୧ ଲକ୍ଷ ଲୋଙ୍କ ଉପରେ କଡା ନଜର ରଖାଯାଇଛି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ଶେଷ ହେଉଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ସକାଳ ୧୦ଟା ୩୦ ସୁଦ୍ଧା ତା’ର ସଂକଳ୍ପ ପତ୍ର ଜାରି କରିବ ବୋଲି ସୂଚନା ରହିଛି । ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ରାଜଧାନୀରେ ଥିବା ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଏହି ଘୋଷଣା ପତ୍ର ଜାରି କରିବେ । ସଂକଳ୍ପ ପତ୍ର ୬ ଫେବୃୟାରୀରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ଥିଲା ହେଲେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Share