ପ୍ରଥମ ଦଫାରେ ୩ କୋଟି ପୋଷ୍ଟ ଡିଲିଟ୍‌

ନୂଆଦିଲ୍ଲୀ: ଦେଶର ଗରିମା ଓ ସଭ୍ୟତା ସହ ସଂସ୍କୃତିକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କାମ। ଭାରତର ଗରିମାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗତ କିଛି ବର୍ଷ ହେବ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ନିଜ ସ୍ବାର୍ଥ ପୂରଣ ପାଇଁ ଭାରତୀୟ ସଭ୍ୟତାକୁ କଦର୍ଥ କରି ଚାଲିଥିଲେ। ଏହାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇ ନିକଟରେ ନୂଆ ଆଇଟି ନିୟମ ଲାଗୁ କରିବା ସହ ଦେଶର ଆଇନକୁ ସମସ୍ତ ସଂସ୍ଥା ଓ କମ୍ପାନୀ ମାନିବାକୁ ବାଧ୍ୟ ବୋଲି କୁହାଯାଇଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରର କମ୍ପାନୀଗୁଡିକ ସହ କେନ୍ଦ୍ର ସରକାର ମଧ୍ୟରେ ଏକ ଛକାପଞ୍ଝା ଲାଗି ରହିଥିଲା। ସରକାରଙ୍କ ଏକା ଜିଦ୍‌ ଯେ ଦେଶରେ ବ୍ୟବସାୟ କରିବାକୁ ଇଚ୍ଛା ଥିଲେ ଭାରତର ଆଇନକୁ ମାନିବାକୁ ପଡିବ ବୋଲି ରବିଶଙ୍କର କହିଥିଲେ। ବହୁ ବାଦବିବାଦ ପରେ ଡିଜିଟାଲ ପ୍ଲାଟ୍‌ଫର୍ମରେ କାମ କରୁଥିବା ଅଗ୍ରଣୀ କମ୍ପାନୀଗୁଡିକ ମାନିବାକୁ ରାଜି ହୋଇଥିବା ସୂଚନା ମିଳିଥିଲା।
ଶନିବାର ଆଇଟି ମନ୍ତ୍ରୀ ନୂତନ ଆଇନ ଲାଗୁର ପ୍ରଥମ ସମୀକ୍ଷା ବୈଠକରେ ବିଭିନ୍ନ କମ୍ପାନୀର ପଦକ୍ଷେପ ଓ ଯୋଜନା ସମ୍ପର୍କିତ ଏକ ରିର୍ପୋଟ ଯାଞ୍ଚ କରିଥିଲେ। ରିର୍ପୋଟ ଅନୁସାରେ ଗୁଗଲ, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ କମ୍ପାନୀ ଦେଶର ଗରିମା ରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ସହ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇଥିବା ଜଣାପଡିଛି। ପ୍ରଥମ ଦଫାରେ କମ୍ପାନୀଗୁଡିକ ଏକ ବଡ଼ ପଦକ୍ଷେପ ନେଇଥିବା ରବିଶଙ୍କର କହିଛନ୍ତି। ଭାରତ ସରକାରଙ୍କ ନୂଆ ଡିଜିଟାଲ ଆଇନ ଆଧାରରେ ଫେସ୍‌ବୁକ୍‌ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନ୍‌ଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ୍‌ ନିଜ ନିଜ ପ୍ଲାଟ୍‌ଫର୍ମରୁ ହଟାଇଦେଇଛି। ମେ’୧୫ ରୁ ଜୁନ୍‌ ୧୫ ମଧ୍ୟରେ ବିଭିନ୍ନ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟ ଆଳରେ ଏହି ସଂସ୍ଥାଗୁଡ଼ିକ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହିସବୁ କାରଣରୁ ଉକ୍ତ ୩ ସଂସ୍ଥା ବର୍ତ୍ତମାନ ସ୍ବଚ୍ଛତା ଆଡ଼କୁ ଯାଉଥିବା ଏବଂ ଦେଶର ଗରିମାକୁ ନଷ୍ଟ ନ କରିବା ଦିଗରେ ନେଇଥିବା ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ୩ ସଂସ୍ଥା ବ୍ୟତୀତ ସ୍ବଦେଶୀ ଆପ୍‌କୁ ମଧ୍ୟ ୫୫୦୨ଟି ଅଭିଯୋଗ ଆଧାରରେ ୧୨୫୩ଟି ଆକାଉଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏ ନେଇ ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଗୁଗଲ, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ସଂସ୍ଥା ନୂଆ ଡିଜିଟାଲ ଆଇନକୁ ପାଳନ କରୁଥିବାରୁ ଏହା ଆମ ପାଇଁ ବେଶ୍‌ ଭଲ ଖବର। ନୂଆ ଆଇଟି ନିୟମ ଅନୁସାରେ ସେମାନେ ନିଜ ଆଡୁ ବିଭିନ୍ନ ଆପତ୍ତିଜନକ ଓ ଅଶ୍ଳୀଳ ପୋଷ୍ଟ ଗୁଡ଼ିକ ସୋସିଆଲ ମିଡିଆରୁ ହଟାଇ ନିଜର ସ୍ବଚ୍ଛତା ସହ ଏକ ଦେଶର ସଂସ୍କୃତିର ସମ୍ମାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସୋସିଆଲ ମିଡିଆରୁ ବିଭିନ୍ନ ଅନାବଶ୍ୟକ ଲିଙ୍କ୍‌ ଓ ପୋଷ୍ଟ ହଟାଇବା ସମ୍ପର୍କରେ ପ୍ରକାଶ ପାଇଥିବା ଖବରଗୁଡ଼ିକ ମଧ୍ୟ ମନ୍ତ୍ରୀ ଉକ୍ତ ଟୁଇଟରେ ଲିଙ୍କ୍‌ କରିଛନ୍ତି। ଅନ୍ୟପକ୍ଷରେ ଟୁଇଟ୍‌ର ସମ୍ପର୍କରେ ମନ୍ତ୍ରୀ କିଛି ବି କହିନାହାନ୍ତି। ନୂଆ ଡିଜିଟାଲ ଆଇନକୁ ନେଇ ଟୁଇଟର ଓ ଭାରତ ସରକାରଙ୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ କେନ୍ଦ୍ରମନ୍ତ୍ରୀ ଟୁଇଟର ସମ୍ପର୍କରେ କିଛି ବି କହିନାହାନ୍ତି ବୋଲି କୁହାଯାଇଛି। ନୂଆ ଡିଜିଟାଲ ଆଇନ ଅନୁଯାୟୀ ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ମାସିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ଏକ ବିସ୍ତୃତ ବିବରଣୀ ସାର୍ବଜନୀନ କରିବେ ବୋଲି ମନ୍ତ୍ରୀ ଉକ୍ତ ବୈଠକରେ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବୈଠକରେ ବିଭିନ୍ନ ସଂସ୍ଥା ପ୍ରାୟ ୨.୫ ଘୃଣା ମନୋଭାବ ସୃଷ୍ଟି କରୁଥିବା ପୋଷ୍ଟ, ୧.୮ ମିଲିୟନ ବିଭିନ୍ନ ବର୍ଗର ଯୌନ ଉପତ୍ଡୀନ ପୋଷ୍ଟ,୩,୧୧,୦୦୦ ଟି ଅଶ୍ରାବ୍ୟ ମନ୍ତବ୍ୟ ରହିଥିବା ପୋଷ୍ଟକୁ ହଟାଯାଇଛି। ସେହିଭଳି ୧,୧୮,୦୦୦ ହାରସମେଣ୍ଟ ପୋଷ୍ଟ, ୫,୮୯,୦୦୦ ସୁସାଇଡ ସମ୍ପର୍କିତ ପୋଷ୍ଟ, ୧,୦୬,୦୦୦ ଦେଶ ବିରୋଧୀ ପୋଷ୍ଟ ଏବଂ ୭୫,୦୦୦ ସଂଗଠନର ପୋଷ୍ଟକୁ ହଟାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri