Posted inଫୁରସତ

ମରୁଭୂମିରେ ଥିଲା ମୁଭି ଟିଏଟର୍‌

ପ୍ରାଚୀନ କାଳରୁ ମଣିଷ ଏମିତି କିଛି କାରିଗରି ଓ ନିର୍ମାଣ କରି ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଥାଏ। ସେଥିମଧ୍ୟରୁ କିଛି ଭାରି ରହସ୍ୟମୟ ମଧ୍ୟ ଲାଗେ। ସେମିତି ଏକ ବିସ୍ମୟକର ନିର୍ମାଣ ହେଉଛି ମରୁଭୂମିରେ ଥିବା ଏକ ମୁଭି ଥିଏଟର। ସାରା ପୃଥିବୀରେ ଅନେକ ମୁଭି ଥିଏଟର୍‌ ଅଛି। ହେଲେ ଏହା ସମ୍ପୂର୍ଣ୍ଣ ଅଲଗା। କାରଣ ଏହାକୁ ମିସରର ସିନାଇ ଦ୍ୱୀପର ଦକ୍ଷିଣରେ ଥିବା ମରୁଭୂମି ମଝିରେ ତିଆରି କରାଯାଇଥିଲା। ଏହା ଏକ ଖୋଲା ମୁଭିଥିଏଟର୍‌। ମରୁଭୂମି ମଝିରେ ଏପରି ମୁଭିଥିଏଟର ସମସ୍ତଙ୍କୁ ବେଶ୍‌ ଅଜବ ଲାଗେ। ତେବେ ଏହାର ଏକ ଖାସ୍‌ କଥା ହେଉଛି ଏହାକୁ ତିଆରି କରାଯାଇଛି ସତ, ହେଲେ ଏଥିରେ କେବେ କୌଣସି ମୁଭି ପ୍ରଦର୍ଶିତ ହୋଇନାହିଁ। କେବଳ ଏହାକୁ ତିଆରି କରି ଛାଡ଼ି ଦିଆଯାଇଛି, ଯାହା କି ବର୍ଷ ବର୍ଷ ଧରି ବ୍ୟବହାର ନ ହେବାରୁ ଧ୍ୱଂସାଭିମୁଖୀ ହୋଇଗଲାଣି। ଏଠି ଆଜି ବି ଦର୍ଶକଙ୍କ ପାଇଁ ଥିବା ଚେୟାର ଧାଡ଼ି ଧାଡ଼ି ହୋଇ ଥିବାର ଦେଖିବାକୁ ମିଳେ। କୁହାଯାଏ ଏହାକୁ ଫ୍ରାନ୍ସର ଜଣେ ବ୍ୟକ୍ତି ତିଆରି କରିଥିଲେ। ଏହି ବ୍ୟକ୍ତିଙ୍କ ପାଖରେ ଅପାର ଧନ ଥିଲା, ଯାହାକୁ ସେ ବର୍‌ବାଦ କରିବାକୁ ଚାହୁଁଥିଲା। ଦିନେ ସେ ନିଜ ସାଙ୍ଗମାନଙ୍କ ସହ ସିନାଇ ମରୁଭୂମି ବୁଲିଯାଇଥିଲେ। ତାଙ୍କୁ ଅନୁଭୂତ ହେଲା ଏହି ଖାଲି ମରୁଭୂମି ଭିତରେ ଏକ ମୁଭିଟିଏଟର ହେଲେ ଭଲ ଲାଗିବ। ତେଣୁ ସେ କାଇରୋରୁ ଶହ ଶହ ଚେୟାର, ଏକ ଜେନେରେଟର ଓ ଏକ ବଡ଼ ସ୍କ୍ରିନ୍‌ ଆଣି ଏଠାରେ ଉକ୍ତ ଥିଏଟର୍‌ ତିଆରି କରାଇଥିଲେ। ଥିଏଟର୍‌ ଓପନିଂ ପାଇଁ ସବୁ ପ୍ରସ୍ତୁତି ସରି ଥିଲା। ହେଲେ ସ୍ଥାନୀୟ ଲୋକେ ଏହାକୁ ପସନ୍ଦ କଲେ ନାହିଁ। ଆଉ ସେମାନେ ଜେନେରେଟରକୁ ଭାଙ୍ଗିଦେଲେ। ତେଣୁ ସେବେଠାରୁ ଏଠାରେ କୌଣସି ମୁଭି ପ୍ରଦର୍ଶିତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri