Posted inଜାତୀୟ

ଦେଶର ୪୨ ବିମାନ ବନ୍ଦରରେ ୮୪ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କରୁଥିଲେ ଡ୍ୟୁଟି…

ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀଙ୍କ ମଧ୍ୟରୁ ୫୪ ଜଣ ଅର୍ଥାତ୍‌ ୬୪ ପ୍ରତିଶତ, ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି।

ବିମାନ ବନ୍ଦର କର୍ମଚାରୀଙ୍କ ସମ୍ବନ୍ଧରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଏହି ରିପୋର୍ଟ ଜାନୁୟାରୀ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟର ବୋଲି କୁହାଯାଉଛି। ମଦ୍ୟପାନ ପରୀକ୍ଷଣ ସମୟରେ ଅଧିକାଂଶ କର୍ମଚାରୀ ବିମାନବନ୍ଦର ସଂଚାଳକ ବିଭାଗର ବୋଲି ଜଣାପଡ଼ିଛି। ଅନ୍ୟାନ୍ୟ କର୍ମଚାରୀ ମଧ୍ୟରେ କ୍ୟାଟରିଂ କମ୍ପାନୀ, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ବିମାନ ରକ୍ଷଣାବେକ୍ଷଣ କମ୍ପାନୀ ଇତ୍ୟାଦି ର ବୋଲି ରିପୋର୍ଟେରେ ଉଲ୍ଲେଖ କରାଯାଇଛି।

ଡିଜିସିଏ ରିପୋର୍ଟ ଅନୁଯାୟୀ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଦ୍ୱାରା ପରିଚାଳିତ ୩୫ ବିମାନବନ୍ଦରରେ ୫୬ ଜଣ କର୍ମଚାରୀ ନିଶାସକ୍ତ ଥିବାବେଳେ ଆଦାନୀ ଗ୍ରୁପ୍‌ ଦ୍ୱାରା ପରିଚାଳିତ ୪ ବିମାନ ବନ୍ଦରରେ ୧୭ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଡ୍ୟୁଟି କରୁଥିଲେ।

ଜିଏମଆର ଗ୍ରୁପ ଦ୍ୱାରା ପରିଚାଳିତ ଦୁଇଟି ବିମାନବନ୍ଦରରେ ୯ ଜଣ ଏବଂ ଫେୟାରଫ୍ୟାକ୍ସ ଇଣ୍ଡିଆ ଦ୍ୱାରା ପରିଚାଳିତ ବେଙ୍ଗାଲୁରୁ ବିମାନବନ୍ଦରରେ ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ମଦ୍ୟପାନ କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବେଙ୍ଗାଲୁରୁ ବିମାନ ବନ୍ଦରର ଅପରେଟର ବିଏଲ ସ୍ପଷ୍ଟ କରିଛନ୍ତି ଯେ ମଦ୍ୟପାନ ପରୀକ୍ଷାରେ ପଜିଟିଭ୍‌ ହୋଇଥିବା ଦୁଇଜଣ କର୍ମଚାରୀ ତାଙ୍କର ନୁହଁନ୍ତି।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହାର ୧୪ ବିମାନବନ୍ଦରରେ କେବଳ ୧୮ ଜଣ କର୍ମଚାରୀ ଜାନୁଆରୀ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ମଦ୍ୟପାନ ପରୀକ୍ଷଣରେ ପଜିଟିଭ୍‌ ଜଣାପଡ଼ିଥିଲା। ଏଏଆଇ କହିଛି ଯେ ବିଏ (ବ୍ରେଥ୍‌ ଆନାଲାଇଜର) ପରୀକ୍ଷାରେ ପଜିଟିଭ୍‌ ହୋଇଥିବା ୧୮ ଜଣ କର୍ମଚାରୀଙ୍କ ମଧ୍ୟରୁ ତିନିଜଣ ଏଏଆଇର ଏବଂ ଅବଶିଷ୍ଟ ୧୫ ଜଣ ଏଏଆଇର ଚୁକ୍ତିଭିତ୍ତିକ କମ୍ପାନୀରୁ ଆସିଥିଲେ।

 

ଏଏଆଇ କହିଛି ଯେ ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଦାନୀ ଗ୍ରୁପ ଏବଂ ଜିଏମଆର ଗ୍ରୁପ ନ୍ୟୁଜ ଏଜେନ୍ସି ପିଟିଆଇର ଏହି ପ୍ରଶ୍ନର ଉତ୍ତର ଦେଇନଥିଲେ।

ଜାନୁୟାରୀ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ମୁମ୍ବାଇ ବିମାନ ବନ୍ଦରରେ ସର୍ବାଧିକ ୯ ଜଣ କର୍ମଚାରୀ ମଦ୍ୟପାନ ପରୀକ୍ଷାରେ ପଜିଟିଭ୍‌ ଥିବା ଜଣାପଡ଼ିଛି। ଗତ ବର୍ଷ ଜୁଲାଇରୁ ଏହି ବିମାନବନ୍ଦର ଆଦାନୀ ଗ୍ରୁପ ଅଧୀନରେ ଅଛି। ଜୁଲାଇ ୨୦୨୧ ପୂର୍ବରୁ, ମୁମ୍ବାଇ ବିମାନ ବନ୍ଦର ଜିଭିକେ ଗ୍ରୁପ ଅଧୀନରେ ଥିଲା। ଜିଏମଆର ଗ୍ରୁପ ଦ୍ୱାରା ପରିଚାଳିତ ଦିଲ୍ଲୀ ବିମାନବନ୍ଦର ଏକ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ୧୫ ମାସ ମଧ୍ୟରେ ଏହାର ୮ ଜଣ କର୍ମଚାରୀ ମଦ୍ୟପାନ ପରୀକ୍ଷଣରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା।

ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସେପ୍ଟେମ୍ବର ୨୦୧୯ ରେ ସମସ୍ତ ବିମାନବନ୍ଦର କର୍ମଚାରୀଙ୍କ ପାଇଁ ବିଏ ପରୀକ୍ଷା ପାଇଁ ନିୟମ ପ୍ରକାଶ କରିଥିଲେ। ନିୟମ ଅନୁଯାୟୀ, ଏଏଆଇ, ଡିଆଇଏଏଲଏଲ୍‌, ଏମଆଇଏଏଲ୍‌, ବିଆଇଏଏଲ ଇତ୍ୟାଦି ସଂପୃକ୍ତ ବିମାନବନ୍ଦର ଅପରେଟରମାନେ କେବଳ ନିଜ କର୍ମଚାରୀଙ୍କ ନୁହେଁ ବରଂ ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଅନ୍ୟ କମ୍ପାନୀର କର୍ମଚାରୀଙ୍କ ମଧ୍ୟ ନିୟମିତ ଭାବରେ ମଦ୍ୟପାନ ପରୀକ୍ଷା କରିବା ଆବଶ୍ୟକ ବୋଲି ଏଥିରେ ନିର୍ଦ୍ଦେଶ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri