Posted inରାଜ୍ୟ

କରୋନାରେ ବଢ଼ିଛି ସ୍ନାୟୁ ରୋଗ

ଏସ୍‌ସିବି ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ମୁଖ୍ୟ ଡା. ଅଶୋକ ମଲ୍ଲିକ ଓଡ଼ିଶାରେ ଜଣେ ଦକ୍ଷ ଓ ଲୋକପ୍ରିୟ ଡାକ୍ତର ଭାବେ ଜଣାଶୁଣା। କଟକ ଜିଲା ଟାଙ୍ଗୀ ବ୍ଲକ୍‌ ଟିକିରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଡା. ମଲ୍ଲିକ ବ୍ରହ୍ମପୁର ଏମକେସିଜିରୁ ଏମ୍‌ବିବିଏସ୍‌ ଏବଂ ପିଜି କରିଥିଲେ। ପରେ ଏକ ବର୍ଷ ପାଇଁ କଳାହାଣ୍ଡିରେ ଚାକିରି କରି ସେଠାରୁ କଟକ ଗୋବିନ୍ଦପୁର ସରକାରୀ ଡାକ୍ତରଖାନାରେ ୩ ବର୍ଷ ରହିଥିଲେ। କଟକ ରକ୍ତ ଭଣ୍ଡାରରେ ନିଯୁକ୍ତ ହେବା ପରେ ସେ ଏସ୍‌ସିବି ସ୍ନାୟୁ ବିଭାଗରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ଯୋଗ ଦେଇଥିଲେ। ସ୍ନାୟୁ ଆମ ଶରୀରର ମାଂସପେଶୀର କାର୍ଯ୍ୟ ସମ୍ପାଦନ କରିଥାଏ। ବ୍ରେନ୍‌କୁ ଶରୀରର ସ୍ନାୟୁ ବିଭାଗର କେନ୍ଦ୍ରୀୟ ନର୍ଭସ ସିଷ୍ଟମ କୁହାଯାଇଥାଏ। ଏହାର ନିର୍ଦ୍ଦେଶରେ ପେରିଫେରି ନର୍ଭ ସିଷ୍ଟମ କାର୍ଯ୍ୟ କରିଥାଏ। ତେବେ କେନ୍ଦ୍ରୀୟ ନର୍ଭସ ସିଷ୍ଟମରେ ସାମାନ୍ୟ ଗଡ଼ବଡ଼ ଦେଖାଦେଲେ ଶରୀରରେ ସ୍ନାୟୁ ସମ୍ବନ୍ଧୀୟ ରୋଗ ହୋଇଥାଏ। ଏପରିକି ଶରୀର ସମ୍ପୂର୍ଣ୍ଣ ପାରାଲିସିସ ମଧ୍ୟ ହୋଯାଇପାରେ। ଏସବୁ ବିଷୟରେ ଡା. ମଲ୍ଲିକଙ୍କ ସହିତ ଧରିତ୍ରୀର ଅଭିଜିତ୍‌ ଚନ୍ଦ୍ରାଙ୍କ ଆଳାପ।

ପ୍ର- ଡାକ୍ତରୀ ବୃତ୍ତିକୁ ଆସିବା ପାଇଁ ପ୍ରେରଣା କେଉଁଠୁ ପାଇଥିଲେ ?
ଉ: ଛୋଟବେଳୁ ଗଁାରେ ଥିବା ବେଳେ ଲୋକଙ୍କ ସେବା କରିବାକୁ ଭଲ ଲାଗୁଥିଲା। କଟକରେ ରହି ପଢ଼ିବା ସମୟରେ ଗଁା ଲୋକଙ୍କୁ ନେଇ ମେଡିକାଲ ଆସୁଥିଲି। ତେବେ ବାପା, ମାଆଙ୍କ ଇଚ୍ଛା ଓ ଘରର ପରିବେଶ ଏ ବୃତ୍ତିକୁ ଆଣିବା ସହ ଆଜି ମୁଁ ଏଠାରେ ପହଞ୍ଚିପାରିଛି।
ପ୍ର- ସ୍ନାୟୁ ରୋଗର କାରଣ ଓ ଲକ୍ଷଣମାନ କ’ଣ ?
ଉ: ସ୍ନାୟୁ ରୋଗ ପ୍ରାୟତଃ ବଂଶଗତ। ମାତ୍ର କିଛି ସଂକ୍ରମଣ କାରଣରୁ ହୋଇଥାଏ। ଏହି ସଂକ୍ରମଣ ଜୀବାଣୁ କିମ୍ବା ଭୂତାଣୁ ସମ୍ବନ୍ଧୀୟ ହୋଇଥାଏ। ଏନ୍‌ସେଫାଲାଇଟିସ୍‌, ମେନିନ୍‌ଜାଇଟିସ ଆଦି ସଂକ୍ରମଣ କାରଣରୁ ମଧ୍ୟ ହୋଇଥାଏ। ଆଉ ଏକ ସ୍ନାୟବିକ ରୋଗ ହେଲା ଡିଜେନେରେଟିଭ୍‌। ଏହାଦ୍ୱାରା ମସ୍ତିଷ୍କର କୋଷିକାଗୁଡିକ ଶୁଷ୍କ ହୋଇଯାଇଥାଏ। ପାର୍କିନସନ୍‌, ଡିମେନସିଆ ଏଗୁଡ଼ିିକ ଡିଜେନେରେଟିଭ୍‌ ଅନ୍ତର୍ଗତ ରୋଗ। ସେହିପରି ଭାସ୍କୁଲାର ଅଟୋ-ଇମ୍ୟୁନ୍‌ ରୋଗରେ ଶରୀରର ଆଣ୍ଟିଜେନ୍‌ ବିପକ୍ଷରେ ଅଟୋ-ଆଣ୍ଟିବଡିଜ ସୃଷ୍ଟି ହୋଇଥାଏ ଓ ଏହା ନ୍ୟୁରୋନ୍‌କୁ ନଷ୍ଟ କରିଦିଏ। ଗୁଲେନବରି ସିଣ୍ଡ୍ରୋମ ଏହି ପ୍ରକାରର ଏକ ସ୍ନାୟୁ ରୋଗ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ଚାଲୁଚାଲୁ ହଠାତ୍‌ ପଡିଯାଇ ହାତ, ଗୋଡ, ମୁହଁ ସବୁ ପାରାଲିସିସ ହୋଇଯାଇଥାଏ। ତେବେ ଏହାର ପ୍ରତିକାର ରହିଛି। ଏବେ ବ୍ରେନ୍‌-ଷ୍ଟ୍ରୋକ୍‌ ଏକ ସାଧାରଣ ସ୍ନାୟୁ ରୋଗ। ଡାଇବେଟିସ, ଉଚ୍ଚ ରକ୍ତଚାପ, ଅତ୍ୟଧିକ ମଦ୍ୟପାନ, ନିଶାସେବନ ଓ ବିଶୃଙ୍ଖଳିତ ଜୀବନଶୈଳୀ ପରି କାରଣରୁ ବ୍ରେନ୍‌-ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଥାଏ। ବାତ, ସେରିବେରିଆଲପଲ୍ସି, ଇଡିଓପ୍ୟାଥି ଏପିଲେପସି ପରି ସ୍ନାୟୁ ରୋଗଗୁଡ଼ିକ ବଂଶଗତ। ତେବେ ୩୦ରୁ ୪୦ ପ୍ରତିଶତ ରୋଗର କାରଣ ଏଯାଏ ଜଣାପଡି ନାହିଁ।
ପ୍ର- ସ୍ନାୟୁ ରୋଗ ଉପରେ ଜଳବାୟୁର କୌଣସି ପ୍ରଭାବ ରହିଛି କି ? ଦେଶ ତଥା ରାଜ୍ୟରେ କେଉଁ ପ୍ରାନ୍ତରେ ସ୍ନାୟୁ ରୋଗୀ ବେଶି ମାତ୍ରାରେ ଦେଖାଯାଆନ୍ତି ?
ଉ: ମାଇଗ୍ରେନ୍‌ ପରି ଗୋଟିଏ ଦୁଇଟି ରୋଗକୁ ଛାଡ଼ିଦେଲେ ଜଳବାୟୁର ବିଶେଷ ପ୍ରଭାବ ସ୍ନାୟୁ ରୋଗ ଉପରେ ଦେଖାଯାଏ ନାହିଁ। ତେବେ କଞ୍ଚା କିମ୍ବା ଠିକ୍‌ ଭାବେ ସିଝି ନ ଥିବା ଖାଦ୍ୟ ଖାଇଲେ ନ୍ୟୁରୋ ସିର୍କି ସର୍କୋସିଷ୍ଟ ହୋଇପାରେ। ଏହି ରୋଗ ପଶ୍ଚିମ ଓଡ଼ିଶାରେ ବିଶେଷ ଭାବେ ଦେଖାଯାଇ ଥାଏ। କଞ୍ଚା କିମ୍ବା ଦରସିଝା ମାଂସ କିମ୍ବା ପନିପରିବାରେ ନ୍ୟୁରୋ ସିର୍କି ସର୍କୋସିଷ୍ଟ ରୋଗର ଜୀବାଣୁର ଅଣ୍ଡା ଖାଦ୍ୟ ମାଧ୍ୟମରେ ପେଟକୁ ଯାଇ ବ୍ରେନ୍‌କୁ ଛୁଇଁଥାଏ। ପ୍ରାଥମିକ ସ୍ତରରେ ଏହି ରୋଗର ଚିକିତ୍ସା କରାଗଲେ ସମ୍ପୂର୍ଣ୍ଣ ଭଲ ହୁଏ। ମାତ୍ର ରୋଗ ବେଶି ଦିନ ହୋଇଗଲେ ରୋଗୀ ଜୀବନ ଯାକ ଏପିଲେପସି ବା ବାତ ରୋଗରେ ଆକ୍ରାନ୍ତ ହୋଇଯାଇଥାନ୍ତି।
ପ୍ର- କରୋନାର ସ୍ନାୟୁ ରୋଗ ସହିତ ସମ୍ବନ୍ଧ ଅଛି କି?
ଉ: କରୋନା କାରଣରୁ ବହୁ ସ୍ନାୟୁ ରୋଗୀଙ୍କ ରୋଗ ଗୁରୁତର ଭାବେ ବଢ଼ିବା ସହ ବହୁ ନୂଆ ସ୍ନାୟୁ ରୋଗ ଆସିଛି। ମାତ୍ର ଏଗୁଡ଼ିକ କରୋନା କାରଣରୁ ଆସିଛି ବୋଲି ପ୍ରମାଣିତ ହୋଇ ନ ଥିଲେ ହେଁ କେତେକ ଲକ୍ଷଣ ପରିଲକ୍ଷିତ ହୋଇଛି। ବ୍ଲଡ୍‌ କ୍ବୋଆଗୁଲେଶନ(ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା) ପ୍ରଭାବିତ ହେଉଥିବାରୁ ବ୍ରେନ୍‌ ଷ୍ଟ୍ରୋକ୍‌ ହେଉଥିବାର ଆମେ ଦେଖୁଛୁ। ସେହିପରି କରୋନା ଯୋଗୁ ଗୁଲେନବର ସଣ୍ଡ୍ରୋମ( ହାତ, ଗୋଡ଼ ସମେତ ସମ୍ପୂର୍ଣ୍ଣ ଶରୀର ପାରାଲିସିସ ହୋଇଯିବା) ମଧ୍ୟ ଦେଖାଯାଉଛି। ଅନ୍ୟାନ୍ୟ ଭୂତାଣୁଜନିତ ରୋଗରେ ମଧ୍ୟ ଏହା ହୁଏ ଓ କରୋନା ଏକ ଭୂତାଣୁଜନିତ ରୋଗ ହୋଇଥିବାରୁ ଏଥିରେ ତା’ର ପ୍ରଭାବ ରହୁଛି। ସେହିପରି ଫେସିଆଲ୍‌ ପଲସି, ଏନସେଫାଲାଇଟିସ ପରି ରୋଗ ମଧ୍ୟ ଏହି କରୋନା କାରଣରୁ ହେଉଛି। ତେବେ ଏ ସମସ୍ତ ସ୍ନାୟୁଜନିତ ରୋଗ ସୁସ୍ଥ ଲୋକଟିଏ ଟିକା ନେବା ପରେ ମଧ୍ୟ ସ୍ବଳ୍ପ ପରିମାଣରେ ହେଉଥିବାର ଦେଖାଯାଉଛି।
ପ୍ର- ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ କ୍ରୀଡ଼ା ମଧ୍ୟରୁ କାହାକୁ ବେଶି ଗୁରୁତ୍ୱ ଦିଅନ୍ତି ?
ଉ: ମୋତେ ଆମ ସଂସ୍କୃତି ପ୍ରତି ବିଶେଷ ରୁଚି ରହିଛି। ମୁଁ ପିଲାବେଳେ ଆମ ଗଁାରେ ଓ ସ୍କୁଲ ଡ୍ରାମାରେ ଭାଗ ନେଇଥିଲି। ମୋତେ ଖୋଲା ଆକାଶ ତଳେ ଯାତ୍ରା ବହୁତ ଭଲ ଲାଗେ। ଏବେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ରହି ଯାଇପାରୁ ନାହିଁ।
ପ୍ର- କେଉଁ ମୁହୂର୍ତ୍ତ ଆପଣଙ୍କୁ ଆବୋରିଥାଏ?
ଉ: ମୋର ଭିଣୋଇ ଯାହାଙ୍କ ପାଖରେ ରହି ମୁଁ ପାଠ ପଢ଼ିଛି, ତାଙ୍କ ସାଙ୍ଗରେ ମୋର ବିଶେଷ ଘନିଷ୍ଠତା ରହିଥିଲା। ସେ ଅସମୟରେ ହାଟ୍‌ ଆଟାକ୍‌ରେ ଚାଲିଯିବା ମୋ ହୃହୟକୁ ଅନେକ କଷ୍ଟ ଦେଇଥିଲା।
ପ୍ର- ଅବସର ବେଳେ କ’ଣ କରିବାକୁ ଭଲ ପାଆନ୍ତି ?
ଉ: ଚିକିତ୍ସା ସମ୍ବନ୍ଧିତ ନୂତନ ଜ୍ଞାନକୌଶଳ ଇଣ୍ଟରନେଟ୍‌ ଓ ଡାକ୍ତରୀ ଜର୍ନାଲ ଆଦିରୁ ଶିକ୍ଷାଲାଭ କରିଥାଏ। ଏହା ବ୍ୟତୀତ ଫ୍ରି ସମୟରେ ଆତ୍ମୀୟସ୍ବଜନ ଓ ପରିବାର ସହ ସମୟ କଟାଇ ଥାଏ। ଏହା ସହ ପୁରୁଣା ହିନ୍ଦୀ ଓ ଓଡ଼ିିଆ ସିନେମା ଦେଖିବା ଓ ଗୀତ ଶୁଣିବାକୁ ବହୁତ ଭଲ ଲାଗେ।
ପ୍ର- କ’ଣ ଖାଇବାକୁ ପସନ୍ଦ କରନ୍ତି ?
ଉ: ବିଶେଷ କରି ଘରୋଇ ଖାଦ୍ୟ ଖାଇବାକୁ ମୋତେ ଭାରି ଭଲ ଲାଗେ। ମାତ୍ର ଖାସି ମାଂସ(ମଟନ) ଟିକିଏ ମୋର ଭାରି ପ୍ରିୟ।
ପ୍ର- ଆପଣଙ୍କ ମତରେ ଯୋଗ ଓ ମେଡିଟେଶନ ସ୍ନାୟୁ ରୋଗରେ କେତେ ପ୍ରଭାବଶାଳୀ ?
ଉ: ଯୋଗ ଓ ଧ୍ୟାନର ସ୍ନାୟୁ ରୋଗ ଉପରେ ବେଶ୍‌ ପ୍ରଭାବ ରହିଛି। ପ୍ରାୟତଃ ସ୍ନାୟୁ ରୋଗ ମାନସିକ ଚାପ କାରଣରୁ ହୋଇଥାଏ। ମାନସିକ ଚାପରୁ ମୁକ୍ତ ରହି ଖୁସି ହେଲେ ସ୍ନାୟୁ ରୋଗ ଦୂରେଇ ଯିବ। ଯୋଗ ଓ ମେଡିଟେଶନ ସାଧାରଣ ଲୋକ ଓ ସ୍ନାୟୁ ରୋଗୀଙ୍କୁ ଚାପମୁକ୍ତ କରିବାରେ ସହାୟକ ହୋଇଥାଏ। ଯୋଗ ଓ ମେଡିଟେଶନକୁ ସରକାର ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଅନ୍ତର୍ଗତ ଆଣିବାକୁ ପ୍ରୟାସ ଜାରି ରିଖିଛନ୍ତି।
ପ୍ର- ଆପଣଙ୍କର ବିବାହ କିପରି ହୋଇଥିଲା ?
ଉ: ହାଃ…ହାଃ…ହାଃ… କ’ଣ କହିବି। ଆମର ବିବାହ ଲଭ୍‌ କମ୍‌ ଆରେଞ୍ଜ ହୋଇଥିଲା। ଆମେ ଦୁହେଁ ଥାଉ ଏମ୍‌ବିବିଏସ୍‌ ତୃତୀୟ ବର୍ଷର। ସେଇଠି ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ପରେ ଘରେ ଆମ ପ୍ରେମକୁ ଗ୍ରହଣ କରି ଆରେଞ୍ଜ ମ୍ୟାରେଜରେ ପରିଣତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି।…

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି।…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri