ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆର୍‌ଆର୍‌ଆର୍‌

ମୁମ୍ବାଇ: ଚଳିତ ସପ୍ତାହ ଫିଲ୍ମ ପ୍ରେମୀଙ୍କ ପାଇଁ ବଡ ଖୁସିର ସପ୍ତାହ ଥିଲା । କାରଣ ଏସଏସ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଶେଷରେ ରିଲିଜ ହୋଇଯାଇଛି । ଏହା ରିଲିଜର ପ୍ରଥମ ସପ୍ତାହ ଶେଷରେ ୫୦୦ କୋଟି ଟଙ୍କା ବ୍ୟବସାୟ କରିସାରିଛି । ମେଗା ପାୱାର ଷ୍ଟାର ରାମଚରଣ ଓ ଜୁନିୟର ଏନଟିଆରଙ୍କ ଏହି ପ୍ୟାନ ଇଣ୍ଡିଆ ଫିଲ୍ମ କଳ୍ପନା ଓ ଇତିହାସର ଏକ ବିଚାରଶୀଳ ସମ୍ମେଳନ । ଦର୍ଶକ ଥିଏଟର ବାହାରକୁ ଆସି ରାମଚରଣଙ୍କ ଦମଦାର ପରଫରମାନ୍ସ ଦେଖି ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି । ତାଙ୍କ କ୍ୟାରେକ୍ଟର ଆର୍କକୁ ଦେଖି ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି ।
କୁହାଯାଉଛି ରାମ ଚରଣ ଯେଉଁଭଳି ଭାବେ ତାଙ୍କ ଆଖି ଓ ଶରୀରର ଭାଷା ମାଧ୍ୟମରେ ପ୍ରତି ସଟରେ ପରଫେକ୍ଟ ଅଭିନୟ କରିଛନ୍ତି ତାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛି । ପୋଲିସ ଅବତାର ଠରୁ ସ୍ୱାଧିନତା ସଂଗ୍ରାମୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି ରାମଚରଣ । ଦର୍ଶକଙ୍କ ମତ ରାମ ଚରଣଙ୍କ ଟ୍ରାଞ୍ଜିଶନକୁ ଦେଖିଲେ ଆଖି ପେରାଇ ଆଣି ହେଉନି । ଦର୍ଶକେ ଲଗାତାର ଜୟ ଶ୍ରୀରାମ ଜପ କରିବା ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଆଗାମୀ ଦିନରେ ଆର୍‌ଆର୍‌ଆର୍ ସମସ୍ତ ରେକର୍ଡ ଭାଙ୍ଗି ଦେଇପାରେ ।

Share