ଅନ୍‌ଲାଇନ ପରୀକ୍ଷା ଦାବିରେ ଓଏସ୍‌ଏମ୍‌ଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

କେନ୍ଦୁଝର, ୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ(ଓଏସ୍‌ଏମ୍‌ଇ)ର ଛାତ୍ରୀଛାତ୍ରମାନେ ଅନ୍‌ଲାଇନରେ ପରୀକ୍ଷା ଦାବିରେ ମଙ୍ଗଳବାର ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ଅନଲାଇନରେ ପରୀକ୍ଷା ହେଉଛି । ଏଣୁ ଏଠାରେ ମଧ୍ୟ ଅନ୍‌ଲାଇନରେ ପରୀକ୍ଷା କରିବାକୁ ସେମାନେ ଦାବି କରି ଆନ୍ଦୋଳନରେ ବସିଛନ୍ତି।