ୟୁକ୍ରେନ୍‌ରେ ଯୁଦ୍ଧର ପଦଧ୍ୱନୀ, ଆମେରିକା ମୁତୟନ କଲା ସୈନ୍ୟ…

ଓ୍ବାଶିଂଟନ, ୩।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ହେବାର ଭୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ସପ୍ତାହରେ ପୋଲାଣ୍ଡ ଏବଂ ଜର୍ମାନୀକୁ ପ୍ରାୟ ୨,୦୦୦ ସୈନ୍ୟ ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏପରି କରି ନାଟୋର ପୂର୍ବ ପାର୍ଶ୍ୱରେ ଥିବା ତାଙ୍କ ସହଯୋଗୀଙ୍କ ପ୍ରତି ଆମେରିକାର ବିଶ୍ୱସ୍ତତା ପ୍ରଦର୍ଶନ କରିଛନ୍ତି। ସେହିପରି ଜର୍ମାନରୁ ୧,୦୦୦ ସୈନିକଙ୍କୁ ରୋମାନିଆକୁ ପଠାଯାଉଛି। ବୁଧବାର ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ପେଣ୍ଟାଗନ ପ୍ରେସ ସଚିବ ଜନ କିର୍ବି କହିଛନ୍ତି ଯେ ଆମେରିକାର ସୈନ୍ୟମାନେ ୟୁକ୍ରେନରେ ପ୍ରବେଶ କରିବେ ନାହିଁ ଏବଂ ଆଗାମୀ ଦିନରେ ଆମେରିକାର କମାଣ୍ଡରେ ନୂତନ ସୀମାକୁ ଯିବେ।

ୟୁକ୍ରେନ ସୀମା ନିକଟରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ନେଇ ବୃଦ୍ଧି ପାଉଥିବା ତିକ୍ତତା ମଧ୍ୟରେ ସହଯୋଗୀଙ୍କୁ ଆଶ୍ୱାସନା ଦେବା ଉଦ୍ଦେଶ୍ୟାରେ ଏଭଳି କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆର ସମାବେଶ ୟୁକ୍ରେନ୍‌ ସୀମାରେ ଜାରି ରହିଛି। ସୈନ୍ୟ ମୁତୟନର ଉଦ୍ଦେଶ୍ୟ ଯୁଦ୍ଧ କରିବା ନୁହେଁ, ବରଂ ଆକ୍ରମଣକୁ ବନ୍ଦ କରିବା ବୋଲି ସେ କହିଛନ୍ତି।

ପୋଲାଣ୍ଡର ପ୍ରତିରକ୍ଷା ମନ୍ତ୍ରୀ ମାରିୟୁଜ ବ୍ଲାସଜାକ ଟୁଇଟ୍‌ କରି କହିଛନ୍ତି ଯେ ତାଙ୍କ ଦେଶରେ ଆମେରିକାର ସୈନ୍ୟ ଜମା ହେବାରେ ଲାଗିଛନ୍ତି। ୟୁକ୍ରେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନାଟୋ ଏକତା ଲାଗି ଏଭଳି କରାଯାଉଛି। ଏହା ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ନାଟୋ ପ୍ରତି ପ୍ରତିବଦ୍ଧତାର ଏକ ସଙ୍କେତ ପଠାଯାଇଛି।

ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ପୂର୍ବ ୟୁରୋପରେ ଛୋଟ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସଦସ୍ୟ ରାଷ୍ଟ୍ରମାନେ ଏହା ପରବର୍ତ୍ତୀ ପଦକ୍ଷେପ ହୋଇପାରନ୍ତି ବୋଲି ଚିନ୍ତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri