୮,୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ୨୦୧୯-୨୦ ଶିକ୍ଷା ବର୍ଷରେ ୮,୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଏଥିମଧ୍ୟର ନୂଆପଡ଼ାରୁ ସର୍ବାଧିକ ୮୯୬, ଗଞ୍ଜାମ ୫୮୩, ମୟୂରଭଞ୍ଜ ୫୪୨, ସୁନ୍ଦରଗଡ଼ ୫୨୬, ଖୋର୍ଦ୍ଧା ୬୦୩, କେନ୍ଦୁଝର ୬୮୧, କଳାହାଣ୍ଡି ୫୨୮ ପିଲା ରହିଛନ୍ତି। ସେହିଭଳି ରାୟଗଡ଼ା ୪୬୦, ଯାଜପୁର ୪୪୯, କୋରାପୁଟ ୪୨୮, ବାଲେଶ୍ୱର ୨୭୮, କଟକ ୨୪୧, କେନ୍ଦ୍ରାପଡ଼ା ୨୧୨, ନବରଙ୍ଗପୁର ୧୯୫, ବଲାଙ୍ଗୀର ୧୭୧, ବରଗଡ଼ ୧୬୯, ପୁରୀ ୧୬୫, କନ୍ଧମାଳ ୧୬୪, ଅନୁଗୋଳ ୧୨୪, ସମ୍ବଲପୁର ୧୨୨, ଗଜପତି ୧୧୨, ମାଲକାନଗିରି ୧୦୮, ନୟାଗଡ଼ ୯୦, ଭଦ୍ରକ ୭୪, ଜଗତ୍‌ସିଂହପୁର ୬୦, ଢେଙ୍କାନାଳ ୪୮, ଝାରସୁଗୁଡ଼ା ୪୬, ସୋନପୁର ୪୪ଜଣ ଦେବଗଡ଼ ୨୮ ଓ ବୌଦ୍ଧ ୨୧ଜଣ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଏମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ଉତ୍ତର ରଖିଛନ୍ତି।
କରୋନା ପରବର୍ତ୍ତୀ ସମୟରେ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି କି? ଏବେ ପୂର୍ବପରି ପିଲାମାନେ ସ୍କୁଲକୁ ଆସିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା କଥା ସତ କି? ସମଗ୍ର ରାଜ୍ୟରେ ପାଠପଢ଼ା ଛାଡ଼ିଥିବା ପିଲାଙ୍କ ସଂଖ୍ୟା କେତେ? ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ କାହାକୁ ଦାୟିତ୍ୱ ଦିଆଯାଇଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ। ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କରୋନା ପରବର୍ତ୍ତୀ ସମୟରେ ଷଷ୍ଠ-ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ପୂର୍ବପରି ପିଲାମାନେ ସ୍କୁଲକୁ ଆସିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ୨୦୧୯-୨୦ରେ ୮,୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ସେହିପରି ସ୍ମାର୍ଟଫୋନ ଉପଲବ୍ଧତା ନେଇ ବିଧାୟିକା କୁସୁମ ଟେଟେ ଗଣଶିକ୍ଷା ମନ୍ତ୍ରୀ ଦାଶଙ୍କୁ ପ୍ରଶ୍ନ କରିଥିବାବେଳେ ଏହାର ଉତ୍ତରରେ ସେ କହିଛନ୍ତି, ୨୦୨୦ ସେପ୍ଟେମ୍ବରରେ ଏନେଇ ସର୍ଭେ ହୋଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ସର୍ଭେ କରାଯାଇଥିବାବେଳେ ରାଜ୍ୟରେ ୨୮.୮୭% ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ୭୧% ପିଲା ସ୍ମାର୍ଟ ଫୋନ ବ୍ୟବହାର କରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri