ତାଓ୍ବାଙ୍ଗରେ ଭାରତ,ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ/ବେଜିଂ, ୯।୧୦: ଉତ୍ତରାଖଣ୍ଡରେ ଚାଇନା ସୈନ୍ୟ ଅନୁପ୍ରବେଶ କରିବା ଘଟଣାର ମାସକ ପରେ ଗତ ସପ୍ତାହରେ ପୁଣି ଥରେ ସେମାନେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମ କରି ଅରୁଣାଚଳପ୍ରଦେଶରେ ଅନୁପ୍ରବେଶ କରିଥିଲେ। ତାଓ୍ବାଙ୍ଗରେ ଚାଇନା ସୈନ୍ୟଙ୍କ ସହ ଭାରତୀୟ ଯବାନ ମୁହଁାମୁହିଁ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ମତପାର୍ଥକ୍ୟ ରହିଥିବାରୁ ଉଭୟ ପକ୍ଷ ସେମାନଙ୍କ ଧାରଣାର ନିୟନ୍ତ୍ରଣ ରେଖା ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥାନ୍ତି। ତେବେ ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ମଧ୍ୟକୁ ପଶିଆସିଥିବାରୁ ତାଓ୍ବାଙ୍ଗ ସେକ୍ଟରର ୟାଙ୍ଗସେ ନିକଟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ସହ ଠେଲାପେଲା ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ସ୍ଥାନୀୟ କମାଣ୍ଡରଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଓ ଚାଇନା ସୈନ୍ୟ ଫେରିଯାଇଥିଲେ। ପୂର୍ବ ଲଦାଖ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଓ ସୀମାରେ ଶାନ୍ତି ବଜାୟ ରଖିବା ଲାଗି ଆଗକୁ ଦୁଇ ସୈନ୍ୟବାହିନୀର କମାଣ୍ଡର ସ୍ତରୀୟ ବୈଠକ ହେବାକୁ ଥିବାବେଳେ ଏହା ପୂର୍ବରୁ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି।
ସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ ଭାରତ ଓ ଚାଇନା ମଧ୍ୟରେ କୌଣସି ଆନୁଷ୍ଠାନିକ ସୀମାରେଖା ଚିହ୍ନଟ ହୋଇ ନ ଥିବାରୁ ଅନେକ ସମୟରେ ପ୍ରକୃତ ନିୟନ୍ତ୍ରଣ ରେଖା ଧାରଣାକୁ ନେଇ ମତପାର୍ଥକ୍ୟ ଦେଖାଦେଇଥାଏ। ଦୁଇ ଦେଶ ମଧ୍ୟରେ ରହିଥିବା ବୁଝାମଣା ଓ ପ୍ରୋଟୋକଲ ଅନୁଯାୟୀ ସମସ୍ୟାର ସମାଧାନ କରାଯାଇ ଆସୁଛି। ଗତ ସପ୍ତାହର ମୁହଁାମୁହିଁ ସ୍ଥିତି ଯୋଗୁ ଭାରତୀୟ ପ୍ରତିରକ୍ଷା ଓ ଭିତ୍ତିଭୂମିର କୌଣସି କ୍ଷତି ହୋଇ ନ ଥିବା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପିଏଲ୍‌ଏ ସୈନ୍ୟ ଅରୁଣାଚଳପ୍ରଦେଶ ମଧ୍ୟରେ ପ୍ରବେଶ କରିବା ଓ ଭାରତୀୟ ଯବାନଙ୍କ ଦ୍ୱାରା ଅଟକ ରହିବା ସମ୍ପର୍କରେ ଚାଇନାକୁ ଜଣା ନ ଥିବା ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଶୁକ୍ରବାର କହିଛନ୍ତି।
ଭାରତର ସୀମାକୁ କୌଣସି ବାହ୍ୟଶକ୍ତି ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ ବୋଲି ବାୟୁସେନା ମୁଖ୍ୟ ଭି.ଆର୍‌. ଚୌଧରୀ କହିଛନ୍ତି। ଭାରତ ଭୂଖଣ୍ଡକୁ ସୁରକ୍ଷିତ ରଖିବା ଲାଗି ବାୟୁସେନା ଯୋଦ୍ଧାମାନେ ନିଶ୍ଚୟ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାକୁ ୮୯ତମ ବାୟୁସେନା ଦିବସ ଅବସରରେ ଉଦ୍‌ବୋଧନ ଦେଇ ଚୌଧରୀ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri