Categories: ଜାତୀୟ

ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଭାଜପା: ପିଏମକେ-ଭାଜପା ଆସନ ବୂଝାମଣା ଶେଷ

ଚେନ୍ନାଇ,୧୯।୩: ଲୋକ ସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍‌ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଘୋଷଣା କରିଛି। ଏହି ଘୋଷଣାର ଗୋଟିଏ ଦିନ ପରେ ତାମିଲନାଡୁ ଭାଜପା ସଭାପତି କେ. ଆନ୍ନାମଲାଇ ଆସନ ବାଣ୍ଟିବା ନେଇ ପିଏମକେ ସଭାପତି ଅନବୁମାନି ରାମାଡୋସଙ୍କ ସହ ଏକ ବୈଠକ କରିଥିଲେ। ଉଭୟ ନେତା ଥାଇଲାପୁରମରେ ସିଟ ବଣ୍ଟନ ଚୁକ୍ତି ସ୍ବାକ୍ଷର କରିଥିଲେ। ଆସନ ବଣ୍ଟନ ପରେ ସାଲେମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ସଭାରେ ପିଏମକେ ନେତାମାନେ ଯୋଗଦେବେ ବୋଲି ଆଶା କରାଯାଉଛି।
ଲୋକ ସଭା ନିର୍ବାଚନ ପାଇଁ ଭାଜପା ସହ ମେଣ୍ଟ କରିବାକୁ ପିଏମ୍‌କେ ନିଷ୍ପତ୍ତି ନେଇଛି। ଦଳର ସାଧାରଣ ସମ୍ପାଦକ କହିଛନ୍ତି, ପ୍ରାର୍ଥୀଙ୍କ ନାମ ବୁଧବାର ପିଏମକେ ପ୍ରତିଷ୍ଠାତା ରାମଦାସ ଘୋଷଣା କରିବେ।

Share