Posted inଫୁରସତ

ଏଠି ମନା

ସବୁ ଦେଶର କିଛି ନିୟମ କାନୁନ ଥାଏ। ଆଉ ସେଠାକୁ ଗଲେ ତାକୁ ମାନିବାକୁ ହୁଏ। ତେବେ କିଛି ଦେଶରେ ଏମିତି ବି କିଛି ଛୋଟ ଛୋଟ କଥାଉପରେ କଟକଣା ଅଛି, ଯାହା ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହେବେ। ଆଉ ଯଦି ନ ଜାଣି ସେହି କଟକଣାକୁ ଭାଙ୍ଗନ୍ତି ତେବେ ଦଣ୍ଡନୀୟ ଅପରାଧର ଅନ୍ତର୍ଭୁକ୍ତ ହୋଇଯିବେ..

ବେବି ଓ୍ବାକର୍‌: ପିଲାଙ୍କୁ ଚାଲିବା ଶିଖିବା ପାଇଁ ଅନେକେ ବେବି ଓ୍ବାକର୍‌ ବ୍ୟବହାର କରନ୍ତି। କିନ୍ତୁ ଆପଣ ଯଦି କାନାଡାରେ ଅଛନ୍ତି ତେବେ ଏହାକୁ ଜମାରୁ ବ୍ୟବହାର କରିବେ ନାହିଁ। କାରଣ ୨୦୦୪ରୁ ଏଠାରେ ଏହାକୁ ବ୍ୟବହାର କରିବା ନିଷିଦ୍ଧ କରାଯାଇଛି। ୯୦ ଦଶକରେ ଏଠାରେ ଅନେକ ପିଲା ବେବି ଓ୍ବାକର ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିଲେ। ତେଣୁ ଏଠାରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଏହାକୁ ବ୍ୟବହାର କରୁଥିବା ଜଣାପଡେ ତେବେ ତାଙ୍କୁ ୭୫୦୦୦ ଟଙ୍କା ଜରିମାନା ଦେବାକୁ ହେବ।

ଚୁଇଂଗମ୍‌ ଖାଇବା: ସିଙ୍ଗାପୁରରେ ଚୁଇଂଗମ୍‌ ଖାଇବା ମନା। କେବଳ କିଛି ଚୁଇଂଗମ୍‌ ଯାହାକୁ ମେଡିକାଲ ଟ୍ରିଟମେଣ୍ଟରେ ବ୍ୟବହାର କରାଯାଏ ସେଗୁଡିକୁ ବ୍ୟବହାର କରିହେବ। ଯଦି କେହି ଅନ୍ୟ ସାଧାରଣ ଚୁଇଂଗମ୍‌ ଖାଉଥିବାବେଳେ ଧରାପଡି ଯାଆନ୍ତି ତେବେ ୫୫୦୦୦ଟଙ୍କା ଜରିମାନା ଦେବାକୁ ପଡିବ।

ହାଈ ହିଲ୍ସ: ୨୦୦୯ ପରଠାରୁ ଗ୍ରୀସ୍‌ର ସବୁ ଐତିହାସିକ ସ୍ଥଳରେ ହାଈ ହିଲ୍ସ ପିନ୍ଧିବା ନିଷିଦ୍ଧ କରାଯାଇଛି। ଏଠାକାର କଲ୍‌ଚୁରାଲ ମିନିଷ୍ଟରଙ୍କ ମତରେ ଐତିହାସିକ କିର୍ତ୍ତୀରାଜିଗୁଡିକ ହାଈ ହିଲ୍ସ ପାଇଁ କ୍ଷତିଗ୍ରସ୍ତ ହୋଇପାରନ୍ତି। ତେଣୁ ଏହା ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି।

ବଡ଼ ପାଟିରେ କଥା ହେବା: ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ବଡ଼ ପାଟିରେ କଥା ହେବା କିମ୍ବା ଜୋର୍‌ ଭଲ୍ୟୁମ୍‌ ଦେଇ ଗୀତ ଶୁଣିବା ଉପରେ କଟକଣା ଜାରି କରାଯାଇଛି। ଖାସ୍‌କରି ରାତିରେ ଲୋକ ଶୋଇଥିବାବେଳେ ଏହି ନିୟମ କଡାକଡିଭାବେ ଲାଗୁହୁଏ। ଏହାକୁ ନ ମାନିଲେ ଜରିମାନା ଦେବାକୁ ପଡିବ।

ଜୋର୍‌ ପାଟିରେ ଗୀତ ଗାଇବା: ହାଓ୍ବାଇକୁ ପୃଥିବୀର ସର୍ବୋତ୍ତମ ସମର୍‌ ଡେଷ୍ଟିନେସନ୍‌ ଭାବେ ଗଣନା କରାଯାଏ। ତେବେ ଏଠାକୁ ଯାଇଥିବାବେଳେ ଖୁସିରେ ଜୋର୍‌ ପାଟିରେ ଗୀତ ଜମାରୁ ଗାଇବେ ନାହିଁ। ଖାସ୍‌କରି ସୂର୍ଯ୍ୟାସ୍ତ ପରେ ତ ଏପରି ଆଦୌ କରିବେ ନାହିଁ। କାରଣ ସୂର୍ଯ୍ୟାସ୍ତ ପରେ ଏଠାରେ ଜୋର୍‌ ପାଟିକରି ଗୀତ ଗାଇବା ବେଆଇନ୍‌ ଭାବେ ଘୋଷଣା କରାଯାଇଛି।

ଓ୍ବିନି ଦ ପୁ କାର୍ଟୁନ: ଚାଇନାରେ କିଛି ବ୍ଲଗର୍‌ ରାଷ୍ଟ୍ରପତି ଜିନ ପିଙ୍ଗଙ୍କର ଫଟୋକୁ ଓ୍ବିନି ଦି ପୁ କାର୍ଟୁନ କ୍ୟାରେକ୍ଟର ସହ ତୁଳନା କରିଥିଲେ। ଦେଶର ମୁଖ୍ୟଙ୍କୁ କାର୍ଟୁନ ଚରିତ୍ର ସହ ତୁଳନା କରିବାକୁ ପସନ୍ଦ କରାଯାଇ ନ ଥିଲା। ଆଉ ଏହି କାର୍ଟୁନ ଉପରେ ନିଷିଦ୍ଧାଦେଶ ଜାରି କରିଦିଆଗଲା।

ପାରାଙ୍କୁ ଦାନା ଦେବା: ଭେନିସ୍‌ରେ ପାରାଙ୍କୁ ଖାଇବାକୁ ଦେବା ଦଣ୍ଡନୀୟ ଅପରାଧ। ଆଉ ଜରିମାନା ଦେବାକୁ ପଡିବ। ଏଠାକାର ସୁନ୍ଦର ପ୍ରତିମୂର୍ତ୍ତି ଓ ସ୍ଥାପତ୍ୟଗୁଡିକ ଉପରେ ବସି ପାରା ମଳ ତ୍ୟାଗ କରୁଥିବାରୁ ଖାସ୍‌କରି ଐତିହାସିକ କଳାକୃତୀ ଥିବା ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ନିଷେଦ୍ଧ।

ନୀଳ ଜିନ୍ସ: ଉତ୍ତର କୋରିଆରେ ବ୍ଲୁ ଜିନ୍ସ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ତେବେ ଲୋକେ ଅନ୍ୟ ରଙ୍ଗର ଜିନ୍ସ ପିନ୍ଧିପାରିବେ। ନୀଳ ରଙ୍ଗ ଆମେରିକା ସହ ଜଡିତ ହୋଇଥିବାରୁ ଏହା ଉପରେ କଟକଣା ଲଗାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri