ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜା

ଯାଜପୁର ଅଫିସ/ବରୀ,୩୧।୮ (ଡି.ଏନ.ଏ.): ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳପତ୍ତନ ହ୍ରାସ ହେବା ପରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ତେବେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଜିଲାରେ ସୃଷ୍ଟି ହୋଇଥିବା ୩୦ ଘାଇ ଦ୍ୱାରା ନିର୍ଗତ ବନ୍ୟାପାଣି ଲୋକଙ୍କ ଜୀବନଜୀବିକାକୁ ଦୁର୍ବିଷହ କରିଛି। ଜିଲାର ୧୦ ବ୍ଲକର ୧୪୩ ପଞ୍ଚାୟତର ୬୧୨ ଗ୍ରାମର ୭ ଲକ୍ଷ ୮୮ ହଜାର ୫୨୦ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରୁ ଅଧିକାଂଶ ବାସହରା ହୋଇ ପଡୋଶୀ, ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଛନ୍ତି। ଆହୁରି ଅନେକ ଲୋକ ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜିବାରେ ଲାଗିଛନ୍ତି। ଏହାସହିତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ମାଟିକାଦୁଅରୁ ଉଦ୍ଧାର କରିବାରେ ଲାଗିଛନ୍ତି। ବିଶେଷକରି ମାଟିଘରକୁ ସଜାଡ଼ିବାକୁ ଚେଷ୍ଟିତ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଯେଉଁ ଘର ବନ୍ୟା ପାଣିରେ ଭିଜି ରହିଛି ତାହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ିପଡ଼ିବା ଆଶଙ୍କା ରହିଛି। ଏଭଳିସ୍ଥିତିରେ ଘର ସାମଗ୍ରୀ ସହିତ ପିଲାଛୁଆଙ୍କୁ ନେଇ କେଉଁଠି ରହିବେ ସେହି ଚିନ୍ତା ସେମାନଙ୍କୁ ଘାରୁଛି। ସେହିପରି ନିଜ କଷ୍ଟ ଉପାର୍ଜିତ ଖାଦ୍ୟ ସାମଗ୍ରୀ ବନ୍ୟାଜଳରେ ନଷ୍ଟ ହୋଇଯାଇଛି। ସ୍ବଳ୍ପବୃଷ୍ଟିପାତରେ ଯାହା କିଛି ଚାଷ କାମ ଆଗେଇ ଥିଲା ତାହା ଜଳମଗ୍ନ ହୋଇଛି। ତେଣୁ ଆଶ୍ରୟ ସାଙ୍ଗକୁ ଖାଦ୍ୟ ଓ ଜୀବିକା କଥା ଭାବି ବିପନ୍ନମାନେ ଭାଙ୍ଗି ପଡିଛନ୍ତି।
ଦୁର୍ବଳ ନଦୀବନ୍ଧ ନିର୍ମାଣ ଓ ମରାମତି ଯୋଗୁ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଦ୍ୱାରା ୩୦ ଘାଇ ସୃଷ୍ଟି ହୋଇ ଆଖପାଖ ଅଞ୍ଚଳକୁ ବୁଡ଼ାଇଛି। ଏଥିରେ ପ୍ରାୟ ୬୪,୨୩୨ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ବିଶେଷକରି ବରୀ ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ବ୍ଲକର ୨୯ ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୮ଟି ଜଳମଗ୍ନ ହୋଇରହିଛି। ରବିବାର ସକାଳେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରୁଥିବାରୁ ରତ୍ନଗିରି, କୃଷ୍ଣନଗର, କଳାମାଟିଆ ଓ ବାଲିଆ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ଗୋଳକୁଣ୍ଡ-ଶୁକଳ-ମହାକାଳପଡ଼ା ରାସ୍ତା ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗମୁ, ସେରପୁର, ମନ୍ଦାରୀ, ରନତ୍ଗିରି, ଗୋଳକୁଣ୍ଡ ସମେତ ୧୩ଟି ପଞ୍ଚାୟତର ଜନସାଧାରଣ ଜଳଘେରରେ ଫସି ରହିଛନ୍ତି। ଗୃହପାଳିତ ପ୍ରାଣୀଙ୍କୁ ନଦୀବନ୍ଧ ଓ ଛାତ ଉପରେ ସୁରକ୍ଷିତ ଭାବେ ରଖାଯାଇଥିବା ଦେଖିବାକୁ ମିଳିଛି। ତେବେ ସେମାନଙ୍କ ପାଇଁ ଗୋଖାଦ୍ୟ ମିଳି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ତରଫରୁ ୩ ଦିନିଆ ରିଲିଫ ସାମଗ୍ରୀ ଦେବାକୁ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ବିପନ୍ନଙ୍କ ପାଖରେ ତାହା ପହଞ୍ଚି ପାରିନାହିଁ। ରବିବାର ସକାଳେ ଉଦୟନାଥପୁର ପଞ୍ଚାୟତର ଜଣେ ଗର୍ଭବତୀ ବନ୍ୟା ଯୋଗୁ ହଟହଟା ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ସରପଞ୍ଚ ଏକ ବୋଟ୍‌ ଯୋଗେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବାପରେ ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବନ୍ୟାଜଳ ହ୍ରାସ ପାଇଥିଲେ ଅଞ୍ଚଳକୁ ମେଡିକାଲ ଟିମ୍‌ ପହଞ୍ଚି ପାରିନାହିଁ। ଫଳରେ ବନ୍ୟାଞ୍ଚଳରେ ଦୂଷିତପାଣି ଜନିତ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାଜପୁର ଜିଲାପାଳ ବରୀ ବ୍ଲକରେ ତୁରନ୍ତ ଉଦ୍ଧାର ଓ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ ଏକ ୧୭ ଜଣିଆ ଦଳ ଗଠନ କରିଛନ୍ତି। ଏହାବାଦ୍‌ ୨୨୪ଟି ରିଲିଫ କେନ୍ଦ୍ରରେ ୨୦୧୦୯.୨୭ କୁଇଣ୍ଟାଲ ଚାଉଳ, ୧୮୫୦.୭୮ କୁଇଣ୍ଟାଲ ଚୁଡା ଓ ୧୮୪.୯୬ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଥିବା ସୂଚନା ଦିଆଯାଇଛି। ୧୦ଟି ମେଡିକାଲ ଟିମ୍‌ ଓ ଭେଟେରିନାରି ଟିମ୍‌ ନିଯୁକ୍ତି କରାଯାଇ ଆବଶ୍ୟକ ଉଦ୍ଧାର କାର୍ଯ୍ୟ ହେଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri