ବିକଳ୍ପ ବାଟ ସନ୍ଧାନରେ

ବାତାନୁକୂଳିତ କହିଲେ ସାଧାରଣତଃ ଏୟାର କଣ୍ଡିଶନିଂ ବା ଏସିର ବ୍ୟବହାର ବୋଲି ଆମେ ବୁଝିଥାଉ। ତେବେ ଏହି ଏସିର ବ୍ୟବହାର ଗ୍ରୀଷ୍ମମାସଗୁଡିକରେ ଅଧିକ ଦେଖିବାକୁ ମିଳିଥାଏ। ଅନେକ ବ୍ୟକ୍ତି ଏହାକୁ ବର୍ଷସାରା ବ୍ୟବହାର କରିଥାନ୍ତି। ପ୍ରକୃତି ସହିତ ଜଡିତ ହୋଇ ଋତୁକାଳୀନ ପାଗ ସହିତ ନିଜକୁ ଖାପଖୁଆଇ ମଣିଷ ଚଳିବା ଉଚିତ। ପାଗର ପରିବର୍ତ୍ତନରେ ପ୍ରକୃତିକୁ ସହଯୋଗ କରି ପ୍ରକୃତିର ଉପାଦାନଗୁଡିକ ସହିତ ଚଳିଲେ ଜୀବନ ଦୀର୍ଘ ଓ ସୁସ୍ଥ ହୋଇଥାଏ। କିନ୍ତୁ ବଢୁଥିବା ତାପମାତ୍ରାରେ ଅତିଷ୍ଠ ହୋଇ ବିଭିନ୍ନ ବର୍ଗର ପରିବାର, ବ୍ୟକ୍ତିବିଶେଷ, ଗୋଷ୍ଠୀ, ସରକାରୀ ଓ ବେସରକାରୀ ସଂସ୍ଥା ଆବଶ୍ୟକତା ଅନୁସାରେ ଅଫିସ, କଳକାରଖାନା, ପରିବହନ ସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରଗୁଡିକୁ ବାତାନୁକୂଳିତ କରୁଛନ୍ତି। ପ୍ରକାରାନ୍ତରେ ଏହି ସୁବିଧା ମଧ୍ୟ ପରିବେଶକୁ ଅଧିକ ପ୍ରଦୂଷିତ ଓ ଅସୁରକ୍ଷିତ କରିବାରେ ଲାଗିଛି।
କିଛିଲୋକ ଏସି ବ୍ୟବହାର କରି ପରିବେଶକୁ ଦୂଷିତ ଓ ଉଷ୍ମ କରିବାକୁ ଚାହୁଁ ନ ଥିବା ପରିପ୍ରେକ୍ଷୀରେ ଯେତେବେଳେ ସେମାନଙ୍କ ଘରଚାରିପାଖରେ ବସବାସ କରୁଥିବା ପରିବାରସମୂହ ଏସି ବ୍ୟବହାର କରନ୍ତି ସେତେବେଳେ ସେହି ଏସିଗୁଡିକରୁ ନିର୍ଗତ ଉତ୍ତାପ ଓ ଅଙ୍ଗାରକାମ୍ଳ ଗ୍ୟାସର ପ୍ରାଦୁର୍ଭାବ ସହ୍ୟ କରି ନ ପାରି ବାଧ୍ୟବାଧକତାରେ ସେହି ଲୋକମାନେ ତାଙ୍କ ଘରେ ଏସି ଲଗାଇଥାନ୍ତି । ସେହି ସମାନ ଉଦ୍ଦେଶ୍ୟ ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଛାତ ଉପରେ ଘର ତୋଳିଥାନ୍ତି କିଛିଲୋକ। କାରଣ ତଳଘରଟିରେ ଗରମ ଅନୁଭୂତ ହେବନାହିଁ। କିନ୍ତୁ ଏବର୍ଷର ଗ୍ରୀଷ୍ମପ୍ରବାହ ଏହାକୁ ଭୁଲ ପ୍ରମାଣିତ କରୁଥିବାର ଅନୁଭବ କରୁଛେ ଆମେ। ତେବେ ଅନ୍ୟ ଏକ ଘଟଣା। ମାଧ ମହାନ୍ତି ଭାରି ଶୟନ ଓ ବିଳାସବ୍ୟସନ ପ୍ରିୟ ବ୍ୟକ୍ତି। ଗରମ ଅସହ୍ୟ ହେବାରୁ ଘରଣୀଙ୍କ ଦାବି ଅନୁସାରେ ଗତବର୍ଷ ଘରକୁ ଏସିଟେ ଆଣିଲେ। ଏସିଟା ଲାଗିଯିବା ପରେ ଏବେ ମାଧଙ୍କ ସ୍ଥାନ ସାମାଜିକ ଓ ଆର୍ଥିକ ସ୍ତରରେ ଟିକଏ ଉଚ୍ଚା ହୋଇଛି ବା ଧନୀ ବ୍ୟକ୍ତିଙ୍କ ସମକକ୍ଷ ହୋଇଛି ବୋଲି ତାଙ୍କର ମତ। ଶୟନରେ ଆନନ୍ଦ, ଅତିଥିଙ୍କ ପସନ୍ଦ, ଘରଣୀଙ୍କୁ ସନ୍ତୁଷ୍ଟ, ମୋର ଏହି ଉନ୍ନତ ଚଳଣି ପାଇଁ ଗୈାରବାନ୍ବିତ ବୋଲି କୁହନ୍ତି ମାଧ ମହାନ୍ତି। ଇଏ ଗୋଟିଏ ଚିନ୍ତାଧାରାର ମଣିଷ। ଏହାର ବିପରୀତ ଚିନ୍ତାକୁ ନେଇ ବଞ୍ଚୁଥିବା ମଣିଷ ହେଉଛନ୍ତି ସାଧୁ କାହାଳ। ଘର ଚାରିପାଖ, ବଗିଚାରେ ଗଛ ଲଗାଇ ପ୍ରାକୃତିକ ପରିବେଶରେ ବଞ୍ଚୁଥିବା ବ୍ୟକ୍ତିତ୍ୱ। ଏହି ଗ୍ରୀଷ୍ମ ମାସରେ ଘରର ପଙ୍ଖାଟି ଖରାପ ହୋଇଗଲା। ସାଧୁବାବୁ ମେକାନିକ୍‌କୁ ଘରକୁ ଡାକି ଡାକି ନୟାନ୍ତ, ମେକାନିକ ଦେଖାନାହିଁ। ଶେଷରେ ପଙ୍ଖାନେଇ ବଜାରକୁ ଗଲେ ସଜାଡିବାକୁ। ଜଣେ ମେକାନିକ୍‌ ଦେଖି କହିଲେ, ଏ ପଙ୍ଖାର ମୋଟର କାମ ହେବ। ସମୟ ଲାଗିବ। ସାଧୁବାବୁ ଗୁହାରି କରିବାରୁ ସେ କହିଲେ, ମୁଁ ଆପଣଙ୍କ ମୋଟର କାମ କରି କେତେ ରୋଜଗାର କରିବି? ନିରୁସତ୍ାହଜନକ ଉତ୍ତର ଶୁଣି ସାଧୁବାବୁ ପଙ୍ଖାଟିକୁ ଅନ୍ୟ ଏକ ମେକାନିକ୍‌ ନିକଟକୁ ନେବାରୁ ସେ କହିଲେ, ମୋର ଚାରିଜଣ ମେକାନିକ୍‌ ଏସି କାମରେ ଦିନରାତି ବ୍ୟସ୍ତ। ପଙ୍ଖା, କୁଲର ସଜାଡିବାକୁ ସମୟ କାହିଁ ? ଖରାଦିନଟା ଯାଉ। ବିଚରା ସାଧୁବାବୁ ପଙ୍ଖାଟିକୁ ଧରି ଘରକୁ ଫେରିଲେ। ବାଟରେ ଏକ ଚା’ ଦୋକାନୀ ପଚାରିଲା, ଭାଇ ଏ ପଙ୍ଖା ନେଇ ସଜାଡିବାକୁ ଯାଇଥିଲ କି? ସାଧୁବାବୁ ହଁ କହିଲେ। ଚା’ ଦୋକାନୀଟି କହିଲା ଭାଇ ଆଉ କ’ଣ ଏ ପଙ୍ଖା ଯୁଗ ଅଛିି ? ଏବେ ସବୁ ଏସି ବ୍ୟବହାର ହେଲାଣି ପରା। ତୁମେ ଏସିଟେ ନେଇ ଆସୁନ। ଯୁଗ ସହ ତାଳ ଦେଇ ଚାଲିବାକୁ ପଡିବନା। ସାଧୁବାବୁ ନିଶ୍ଚିତ ହୋଇଗଲେ ଯେ ରୋଜଗାର ଓ ଗ୍ରୀଷ୍ମକାଳରେ ଆବଶ୍ୟକତା ହେଉଛି ଏସି। ଅର୍ଥ ଯାଉ ପଛକେ ଥଣ୍ଡାପବନ ଓ ସମ୍ମାନ ମିଳୁ। ସାଧୁବାବୁ ଜାଣନ୍ତି, ଏବେ ଯେଉଁମାନେ ଏସି ବ୍ୟବହାର କରୁଛନ୍ତି ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ଜୀବନକାଳରେ ଭୂମିରେ ଚାରାଗଛଟିଏ ଲଗାଇ ନ ଥିବେ କି ପ୍ରକୃତିକୁ କେବେ ନିଜର କରି ନ ଥିବେ।
ଏକ ରିପୋର୍ଟରୁ ଜଣାଯାଏ ଯେ ଭାରତୀୟ ଗ୍ରାହକଙ୍କ ପରିବର୍ତ୍ତିତ ଜୀବନଶୈଳୀ, ଏକକ ପରିବାର ସଂଖ୍ୟାରେ ଅହେତୁକ ବୃଦ୍ଧି, ଏକକ ଜୀବନଶୈଳୀ, କର୍ମସଂସ୍ଥାନରେ ପରିବର୍ତ୍ତନ ବା ପଦୋନ୍ନତି ଏକ ସୁବିଧାପୂର୍ଣ୍ଣ ପରିବେଶକୁ ଖୋଜେ, ଯେଉଁଠି ସୁଲଭ ଓ ସ୍ବାଚ୍ଛନ୍ଦ୍ୟ ଦ୍ରବ୍ୟର ଗ୍ରହଣୀୟତା ବଢେ ଓ ସମୟ, କଷ୍ଟ ହ୍ରାସ ପାଇଥାଏ। ଏହି କାରଣରୁ ଭାରତୀୟ ବଜାରରେ ଏସି ହୋଇଛି ଦ୍ରୁତ ଅଭିବୃଦ୍ଧିଶୀଳ ପଣ୍ୟ। ୨୦୨୨ର ଏସି ବଜାର ଆକଳନ ମ଼ୂଲ୍ୟ ୨୫୫.୩୧ ବିଲିୟନ ଡଲାରରୁ ବୃଦ୍ଧି ପାଇ ୨୦୨୮ ସୁଦ୍ଧା ୩୯୯.୮୮ ବିଲିୟନ ଡଲାରରେ ପହଞ୍ଚିବାର ପରିକଳ୍ପନା କରାଯାଇଛି, ଯାହାର ବାର୍ଷିକ ଚକ୍ରବୃଦ୍ଧି ଅଭିବୃଦ୍ଧି ହାର ୭.୮ ଶତକଡା। ସେହିପରି ଆନ୍ତର୍ଜାତିକ ଶକ୍ତି ସଂସ୍ଥା ରିପୋର୍ଟ ଅନୁସାରେ ୨୦୧୬ ରେ ପରିବାରସ୍ତରରେ ଏସିର ବ୍ୟବହାର ୩୦ ଶତକଡାରୁ ୨୦୫୦ ବେଳକୁ ୬୦ ଶତକଡାରେ ପହଞ୍ଚିବ। ଏହା ଅର୍ଥନୀତି ପାଇଁ ଶୁଭଙ୍କର ହୋଇପାରେ, କିନ୍ତୁ ପରିବେଶ ପ୍ରତି ଅଧିକ ବିପଦ।
ଏସିରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ, କ୍ଲୋରୋଫ୍ଲୋର କାର୍ବନ ଓଜୋନ ସ୍ତର କ୍ଷୟର ଏକ କାରଣ। ସହରଗୁଡିକରେ ଏ ସ୍ଥିତି ଅଧିକ ଉକତ୍ଟ। ତେବେ ଗାଁଗଣ୍ଡାରେ ଏସିର ବହୁଳ ବ୍ୟବହାର ମଧ୍ୟ ହେଲାଣି। ଭାରତୀୟଙ୍କ ଦୃଷ୍ଟିରେ ଏହି ବିଳାସ ସାମଗ୍ରୀ ଏବେ ଆବଶ୍ୟକତା ପାଲଟିବାରେ ଲାଗିଛି। ତେବେ ଆର୍ଥତ୍କ ମାନଦଣ୍ଡରେ ଉନ୍ନତି ଅର୍ଥ ନୁହେଁ ଅଧିକ ବିଳାସବ୍ୟସନ ପ୍ରିୟ ହେବା। ବରଂ ପରିବେଶକୁ ଶୀତଳ କରିବାକୁ ପ୍ରାକୃତିକ ଓ ଚିରସ୍ଥାୟୀ ଉପାୟ ଅବଲମ୍ବନ କରିବାକୁ ପଡିବ। ଅଦ୍ୟାବଧି ଏସିର ବ୍ୟବହାରକୁ ନେଇ କୌଣସି ନୀତିଗତ କଟକଣା ନ ଥିବାରୁ ପ୍ରତ୍ୟେକ ଏସି ବ୍ୟବହାରକାରୀଙ୍କଠାରେ ପରିବେଶ ସୁରକ୍ଷା ପ୍ରତି ଯନତ୍ବାନ ହେବାର ଉତ୍ତରଦାୟିତ୍ୱ ପ୍ରାୟତଃ ଦେଖିବାକୁ ମିଳୁନି। ବେଳହୁଁ ଏଥିପ୍ରତି ସଭିଏଁ ଯନତ୍ବାନ ହେବା ଜରୁରୀ। ମାଧବାବୁ ବନାମ ସାଧୁବାବୁରେ କାହାର ସଂଖା ଆଗକୁ କେତେ ବଢିବ ତାହା ସମସ୍ତଙ୍କୁ ଜଣା, ଖାଲି ଅପେକ୍ଷା ଏକ ସୁସ୍ଥ ସମାଜକୁ ନା ଏକ ବିପର୍ଯ୍ୟୟପୂର୍ଣ୍ଣ ପରିବେଶକୁ?

 

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ: ୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri