ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ପ୍ରଶ୍ନର ଉତ୍ତରରେ ଏଭଳି କହିଲେ କଙ୍ଗନା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୧୨।୨ : କଙ୍ଗନା ରାନାୱତ ତାଙ୍କ ବିବୃତ୍ତି ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଧିକ। ତାଙ୍କ ଆଗାମୀ ଚଳଚ୍ଚିତ୍ର ଏମ୍ରଜେନ୍ସିି ପାଇଁ କଙ୍ଗନା ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। କଙ୍ଗନା ରାଜନୈତିକ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହି କାରଣରୁ ତାଙ୍କୁ ଏକ କାର୍ଯ୍ୟକ୍ରମରେ ପଚରାଯାଇଥିଲା କି ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? ଏହି ପ୍ରଶ୍ନ ନେଇ କଙ୍ଗନାଙ୍କ ଉତ୍ତର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ରାଜନୀତିରେ ପ୍ରବେଶ କରିବା ପାଇଁ କଙ୍ଗନା ନିଜର ମତ ପ୍ରକାଶ କରିଛନ୍ତି। ଗତ ବର୍ଷ ନଭେମ୍ବରରେ କଙ୍ଗନା ରାଜନୀତିରେ ପ୍ରବେଶ କରିବା ବିଷୟରେ ନିଜର ମତ ଦେଇଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଙ୍ଗନା କହିଛନ୍ତି ମୁଁ ଏମ୍ରଜେନ୍ସିି ନାମକ ଗୋଟିଏ ଫିଲ୍ମ କରିସାରିଛି। ସେହି ଚଳଚ୍ଚିତ୍ର ଦେଖିବା ପରେ ମୋତେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ କେହି ଚାହିଁବେ ନାହିଁ। ଏମ୍ରଜେନ୍ସିି ଫିଲ୍ମରେ ୍‌ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମାନ, ଶ୍ରେୟାସ ତାଲପଡେ, ବିଶାକ ନାୟାର କଙ୍ଗନାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। କଙ୍ଗନା ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ଏମ୍ରଜେନ୍ସିି ଫିଲ୍ମ ବିଷୟରେ କଥାବାର୍ତ୍ତା କରୁଥିବାବେଳେ କଙ୍ଗନା କହିଥିଲେ ଜରୁରୀକାଳୀନ ପରିସ୍ଥିତି ହେଉଛି ଆମ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ଧକାର ଅଧ୍ୟାୟ। ଯାହା ବିଷୟରେ ୟଙ୍ଗ ଇଣ୍ଡିଆ ଜାଣିବା ଉଚିତ। ଏହି ସୃଜନଶୀଳ ଯାତ୍ରାରେ ମୋତେ ସମର୍ଥନ କରିଥିବାରୁ ମୁଁ ମୋର ସୁପର ପ୍ରତିଭାବାନ ଅଭିନେତା ସତୀଶ ଜୀ, ଅନୁପମ ଜୀ, ଶ୍ରେୟାସ, ମହିମା ଏବଂ ମିଲିନ୍ଦଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।

୧୪ ଜୁନ ୨୦୨୪ରେ ପ୍ରେକ୍ଷାଳୟରେ ଏମ୍ରଜେନ୍ସିି ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ବିଷୟରେ ଲୋକଙ୍କ ମଧ୍ୟରେ କିଛି ଗୁଜବ ରହିଛି । ସମାଲୋଚକମାନେ ବିଶ୍ୱାସ କରନ୍ତି ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ରୋଜଗାର କରିପାରିବ।

Share