Posted inଜାତୀୟ

ରାଜସ୍ଥାନରେ କଂଗ୍ରେସ-ଭାଜପା ଛକାପଞ୍ଝା

ଜୟପୁର,୨୬ା୭(ପି.ଟି.): ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜୟପୁର ସମେତ ସମସ୍ତ ଜିଲା ସଦର ମହକୁମାରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ଭାଜପା ବିରୋଧରେ ସ୍ଲୋଗାନ ଦେବା ସହ ରାଜ୍ୟପାଳ ତୁରନ୍ତ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଥିଲେ। ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ସୁଯୋଗ ଦିଆଯାଉନି। ଭାଜପାର ଏହି ଷଡ଼ଯନ୍ତ୍ର କଦାପି ସଫଳ ହେବନାହିଁ। ଆବଶ୍ୟକ ପଡ଼ିଲେ ଭାରତର ରାଷ୍ଟ୍ରପତିଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ଗେହଲଟ କଂଗ୍ରେସ ବିଧାୟକମାନଙ୍କୁ କହିଛନ୍ତିି। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପିକେଟିଂ କରିବାକୁ ପଡ଼ିଲେ ମଧ୍ୟ ସେଥିପାଇଁ ପ୍ରସ୍ତୁତ ରହିବାକୁ ଗେହଲଟ ତାଙ୍କ ବିଧାୟକମାନଙ୍କୁ କହିଛନ୍ତି।
ସଚିନ ପାଇଲଟଙ୍କ ନେତୃତ୍ୱରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ରାଜସ୍ଥାନ ହାଇକୋର୍ଟ ସାମୟିକ ସୁରକ୍ଷା ଦେବା ପରେ ସୋମବାର ବିଧାନସଭା ଅଧିବେଶନ ଡାକିବା ଦାବିରେ ଶୁକ୍ରବାର ଗେହଲଟ ଓ କଂଗ୍ରେସ ବିଧାୟକମାନେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ବାସଭବନରେ ଦୀର୍ଘସମୟ ଧାରଣାରେ ବସିଥିଲେ। ସେ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ବିଧାନସଭା ଅଧିବେଶନ ଡାକିବା ପାଇଁ ସାଧାରଣତଃ ୨୧ଦିନିଆ ନୋଟିସ ଆବଶ୍ୟକ ହୋଇଥାଏ। କ୍ୟାବିନେଟ ନୋଟ୍‌ରେ ଅଧିବେଶନ ଡାକିବା ଲାଗି ତାରିଖ ଉଲ୍ଲେଖ ନ ଥିବା ରାଜ୍ୟପାଳ କହିବା ସହ କରୋନା ସ୍ଥିତିକୁ ଧ୍ୟାନରେ ରଖିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଗେହଲଟ କଂଗ୍ରେସ ବିଧାୟକମାନଙ୍କ ସହ ବୈଠକ କରିବା ସହ କ୍ୟାବିନେଟ ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଚାପର ବଶବର୍ତ୍ତୀ ହୋଇ ରାଜ୍ୟପାଳ ଅଧିବେଶନକୁ ବିଳମ୍ବ କରାଉଥିବା ସେ ଅଭିଯୋଗ କରିଥିଲେ। ପୁନର୍ବାର ସେ ରାଜ୍ୟପାଳଙ୍କୁ ଭେଟି ସାନି ଅନୁରୋଧ ପତ୍ର ଦେବେ ବୋଲି ଜଣାପଡ଼ିଛି। ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା।
ସେପଟେ ରାଜସ୍ଥାନ ଭାଜପା ସଭାପତି ସତୀଶ ପୁନିଆ ଏବଂ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ୍ର କଟାରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଶନିବାର ଭେଟି କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ରାଜସ୍ଥାନରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିବା ପୁନିଆ ରାଜଭବନରୁ ଫେରିବା ପରେ ଖବରଦାତାମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନାଟକବାଜି ଚଳାଇବା ସହ ରାଜ୍ୟପାଳଙ୍କୁ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭାଜପା ନେତା ସମାଲୋଚନା କରିଛନ୍ତି। ରାଜଭବନରେ ଧାରଣାରେ ବସିବା ଏକ ନାଟକବାଜି। ରାଜସ୍ଥାନରେ କରୋନା ମହାମାରୀ ନିୟନ୍ତ୍ରଣ ବାହାରକୁ ଯାଇଥିବାବେଳେ ଏହାକୁ ଗୁରୁତର ସହ ନିଆଯିବା ଆବଶ୍ୟକ ବୋଲି ପୁନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri