ବର୍ଷାଦିନେ ରାସ୍ତା ପାର୍ଶ୍ୱରୁ ମାଟି ତାଡ଼ି କାମ

ମାହାଙ୍ଗା,୨୯ା୯ (ଯଯାତୀ ସିଂହ): ବର୍ଷାଦିନେ ମାଟି ମିଳିବନି ବୋଲି କୌଣସି ମାଟି ପୋତା କାମ ହୋଇ ନ ଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିର୍ମାଣାଧୀନ ରାସ୍ଥାରେ ବର୍ଷାଦିନେ ମାଟି ପୋତା ହେଉଛି। ସରକାର ନିର୍ମାଣାଧୀନ ରାସ୍ତାର ଉଭୟପାର୍ଶ୍ୱରେ ମାଟି ପୋତିବା ପାଇଁ ଟଙ୍କା ଦେଉଛନ୍ତି। କିନ୍ତୁ ଏଠି ସେଇ ରାସ୍ତା କଡରୁ ଜେସିବି ସହାୟତାରେ ମାଟି ତଡ଼ା ଯାଇ ପକାଯାଉଛି। ସୂଚନା ମୁତାବକ କଟକ ଜିଲା ମାହାଙ୍ଗା ବ୍ଲକ ରାଣୀଗୋଡାଠାରୁ ଗୋକନ ଭାୟା ହାଟପଡା ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୪.୧୭ କିମି ଅନ୍ତର୍ଭୁକ୍ତ କରାଯାଇଛି। ୧୯୧.୧୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଜଣେ ଠିକାଦର ବିଭୁରଞ୍ଜନ ପରିଡ଼ା କାର୍ଯ୍ୟାଦେଶ ପାଇଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ୧୨ା୩ା୨୦୨୩ରେ ଶିଳାନ୍ୟାସ ବିଧାୟକ ପ୍ରତାପ ଜେନା କରିଥିଲେ। ମାତ୍ର ଶିଳାନ୍ୟାସ ଫଳକରେ ଲେଖାଥିଲା ରାଣୀଗୋଡାଠାରୁ ଓଷଙ୍ଗ ଭାୟା ହାଟପଡା। ରାସ୍ତା ଶିଳାନ୍ୟାସ ବେଳେ ବିଧାୟକ ଜେନା କହିଥିଲେ, କାଲିଠାରୁ ରାସ୍ତାର କାମ ଆରମ୍ଭ ହେବ। ଶିଳାନ୍ୟାସକୁ ଦୀର୍ଘଦିନ ପରେ ଏହି ନୂତନ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା। କିଛିମାସ ପରେ ଏହି ରାସ୍ତା ନିର୍ମାଣ ବଦଳରେ ମରାମତି କରାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହି ମରାମତି କାମ ସରିବା ପରେ ବିଭାଗ ପକ୍ଷରୁ ରାସ୍ତା କଡରେ ସୂଚନା ଫଳକ ପୋତା ହୋଇଥିଲା। ଏହି ସୂଚନା ଫଳକରେ ଲେଖାଥିଲା ରାଣୀଗୋଡାଠାରୁ ଗୋକନ ଭାୟା ଯଶୁଆପୁର, ହାଟପଡ଼ା। ଅପରପକ୍ଷେ ୧୯ା୯ା୨୦୨୨ରେ ଏହି କାର୍ଯ୍ୟ ଆରମ୍ଭ ହୋଇ ୧୮ା୬ା୨୦୨୩ରେ ଶେଷ ହୋଇଥିବା ସୂଚନା ଫଳକରେ ଲେଖା ଯାଇଛି। ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ବିଭାଗ ପକ୍ଷରୁ ଯଦି ଏହି ରାସ୍ତା କାର୍ଯ୍ୟ ୧୯ା୯ା୨୦୨୨ରୁ ଆରମ୍ଭ ହୋଇଥିଲା ତେବେ କାମ ଆରମ୍ଭ ହେବାର ୬ ମାସ ପରେ ୧୨ା୩ା୨୦୨୩ରେ ବିଧାୟକ ଜେନା କିପରି ଏହାର ଶିଳାନ୍ୟାସ କଲେ।
ଏବେ ବର୍ଷାଦିନେ ଠିକାଦାରଙ୍କ ପକ୍ଷରୁ ଏହି ରାସ୍ତାର କିଛିଅଂଶ ଉପରେ ପ୍ରଥମେ ମେଟାଲ ମହରମ ପକାଇଥିବା ବେଳେ ରାସ୍ତାର ଦୁଇପାର୍ଶ୍ୱରେ ମାଟି ତାଡି ପୋତା କାର୍ଯ୍ୟ ଚାଲିଛି। ସବୁ ଜାଣିଶୁଣି ବିଭାଗ ପକ୍ଷରୁ କିପରି ଠିକାଦାରଙ୍କୁ ରାସ୍ତା ପାର୍ଶ୍ୱ ମାଟି କାମ ପାଇଁ ଅନୁମତି ଦିଆଯାଇଛି ଓ କାହା ଅନୁମତିରେ କେନାଲ କଡ଼ରୁ ଜେସିବି ଲଗାଇ ଠିକାଦାର ମାଟି ତାଡି ନେଉଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟ ଶେଷ ଅବଧି ସରିବା ପରେ ଠିକାଦାରଙ୍କ ରାସ୍ତା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଘୋର ବିରୋଧ କରାଯାଇଛି। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ସାହୁଙ୍କୁ ପଚାରିବାରେ ବର୍ଷାଦିନେ ମାଟି କାମ ହୋଇପାରିବ ନାହିଁ। ଯଦି ଠିକାଦାର ରାସ୍ତା କଡ଼ରୁ ମାଟି ତାଡି ପକାଉ ଥିବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଦାୟିତ୍ୱରେ ଥିବା ଯନ୍ତ୍ରୀ ବିଜୟ ସାହୁଙ୍କୁ ପଚାରିବାରେ ସମ୍ପୃକ୍ତ ଠିକାଦାରଙ୍କୁ ମାଟି କାମ କରିବାକୁ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି। ତେବେ ଠିକାଦାରଙ୍କୁ ମାଟି କାମ କାହା ଅନୁମତିରେ କରୁଛନ୍ତି, ଏପରି ବେନିୟମ ଭାବେ ରାସ୍ତା ତାଡ଼ି ମାଟି କାମ କରାଯାଉଛି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri