Categories: ଜାତୀୟ

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪ ବେଡ୍‌ରୁମ୍‌ ବିଶିଷ୍ଟ ଘର ନିର୍ମାଣ ପୂର୍ବରୁ ଏହି ଦମ୍ପତି ତାଜମହଲ ଦେଖିବା ଲାଗି ଆଗ୍ରା ଯାଇଥିଲେ। ସେମାନେ ତାଜମହଲର ଆର୍କିଟେକଚରକୁ ଅଧ୍ୟୟନ କରି ନୋଟ ପ୍ରସ୍ତୁତ କରିଥିଲେ, ଯାହାକୁ ଆଧାର କରି ଘର ନିର୍ମାଣ କରାଯାଇଛି।

ପ୍ରଥମେ ଚୋକସି ତାଙ୍କ ଇଞ୍ଜିନିୟରକୁ ୮୦ ଫିଟ୍‌ ଉଚ୍ଚର ଏକ ଘର ନିର୍ମାଣ କରିବାକୁ କହିଥିଲେ। କିନ୍ତୁ ସୁଉଚ୍ଚ ସ୍ଥାପତ୍ୟ ଲାଗି ଅନୁମତି ମିଳି ନ ଥିଲା। ଏହି ପ୍ରତ୍ୟାଖ୍ୟାନ ଯୋଗୁ ସେ ତାଜମହଲ ଭଳି ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଚୋକ୍‌ସିଙ୍କ ସ୍ବତନ୍ତ୍ର ଘର ନିର୍ମାଣ ଲାଗି ୩ ବର୍ଷ ଲାଗିଥିଲା। ଇଞ୍ଜିନିୟରମାନେ ତାଜମହଲର ୩ଡି ଚିତ୍ରକୁ ଆଧାର କରି ଏହାର ନିର୍ମାଣ କରିଛନ୍ତି।

ଇଞ୍ଜିନିୟର ପ୍ରବୀଣ ଚୋକିସିଙ୍କ ଅନୁଯାୟୀ, ୯୦ ସ୍କୋୟାର ମିଟରରେ ଛିଡ଼ା ହୋଇଥିବା ବିରାଟ ଘର ଉପରେ ତାଜମହଲ ଭଳି ଏକ ଡୋମ ଲାଗିଛି। ଏହାର ଉଚ୍ଚତା ୨୯ ଫିଟ୍‌। ଏହି ଘରେ ଦୁଇଟି ବେଡ୍‌ରୁମ୍‌, କିଚେନ, ଲାଇବ୍ରେରି ଓ ମେଡିଟେଶନ ରୁମ୍‌ ଅଛି।

Share