Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୧୭୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୧: ରାଜ୍ୟରେ ବୁଧବାର ୧୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୩,୨୮,୬୨୨ରେ ପହଞ୍ଚତ୍ଛି। ସୁନ୍ଦରଗଡ଼ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୦ ଜଣ। ମୟୁରଭଞ୍ଜରୁ ୧୯, ବଲାଙ୍ଗୀରରୁ ୧୫, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୧୦, ବରଗଡ଼ ଓ ଝାରୁସୁଗୁଡ଼ାରୁ ୯, ଅନୁଗୁଳ ଓ ଯାଜପୁର ୮, କଟକ ଓ କେନ୍ଦୁଝରରୁ ୬, ଜଗତ୍‌ସିଂହପୁରରୁ ୫, ଗଞ୍ଜାମରୁ ୩, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଓ ସୋନପୁରରୁ ୨, କୋରାପୁଟ, ନୟାଗଡ଼ ଓ ନୂଆପଡ଼ାରୁ ୧ ଏବଂ ଷ୍ଟେଟ୍‌ ପୁଲରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।